ETV Bharat / state

ETV Bharat Impact: ବାଜିଲା ଖବର, ଜମି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ - ବଲାଙ୍ଗୀର ଜମି ଦୁର୍ନୀତି

ବଲାଙ୍ଗୀର ଜମି ଦୁର୍ନୀତି ନେଇ ବାରମ୍ବାର ଇଟିଭି ଭାରତରେ ପ୍ରସାରଣ ହେବା ପରେ ଆକ୍ସନ ମୋଡ଼କୁ ଆସିଲା ପ୍ରଶାସନ । ଘଟଣାର ତଦନ୍ତ କରି ୬୫ ଏକର ସରକାରୀ ଜମି ସରକାରୀ ଖାତାକୁ ପ୍ରଶାସନ ଫେରାଇ ଆଣିଛି । ଅଧିକ ପଢ଼ନ୍ତୁ

ବଲାଙ୍ଗୀର ଜମି ଦୁର୍ନୀତି
ବଲାଙ୍ଗୀର ଜମି ଦୁର୍ନୀତି
author img

By ETV Bharat Odisha Team

Published : Aug 30, 2023, 9:37 AM IST

ବଲାଙ୍ଗୀର ଜମି ଦୁର୍ନୀତି

ବଲାଙ୍ଗୀର: ଜିଲ୍ଲାରେ ଜମି ମାଫିଆଙ୍କ ରାଜ । କାଗଜ ପତ୍ରରେ ଚଞ୍ଚକତା କରି ଜମି ମାଫିଆ ମାନେ ସରକାରୀ ଜମି ହଡ଼ପ କରିଥିଲେ । ତାକୁ ପ୍ଲଟିଂ କରି କୋଟି କୋଟି ଟଙ୍କାରେ ବିକ୍ରି କରୁଥିବାର ତଦନ୍ତ ଭିତ୍ତିକ ଖବର ‘ଇଟିଭି ଭାରତ’ରେ ଉପସ୍ଥାପିତ ହୋଇଥିଲା । ଖବର ପ୍ରସାରଣ ପରେ ଆକ୍ସନ ନେଇଛି ପ୍ରଶାସନ । ଜମି ମାଫିଆଙ୍କ ଠାରୁ ସରକାରୀ ଖାତାକୁ ଜମି ଫେରିଛି ।

ବଲାଙ୍ଗୀର ଜିଲ୍ଲା ଏବେ ବିକାଶଶୀଳ ହୋଇଥିବା ବେଳେ ଏଠି ଲୋକ ସଂଖ୍ୟା ବଢିବାରେ ଲାଗିଛି । ଅନେକ ଅନୁଷ୍ଠାନ ଖୋଲିବା ମଧ୍ୟ ଆରମ୍ଭ ହୋଇଛି । ସୀମିତ ଥିବା ଜମି ଦର କିନ୍ତୁ ଏଠି ଏବେ ଆକାଶ ଛୁଆଁ । କିଛି ଦଶନ୍ଧୀ ଧରି ଏଠି ଜମି ମୂଲ୍ୟ ଦୁଇଶହ ଗୁଣରୁ ଅଧିକ ବଢ଼ିଛି । ଆଉ ଏଥିରେ ମାଲେମାଲ ହେଉଛନ୍ତି ଜମି ଦଲାଲ ଓ ମାଫିଆ । ହଜାର ହଜାର କୋଟି ଟଙ୍କାର ଜମି ବେପାର କରି ମାଲେମାଲ ହେଉଛନ୍ତି । ସରକାରୀ ଜମି ହଡ଼ପ କରି ତାକୁ ପ୍ଲଟିଂ କରି କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି । ତେବେ ଏହାର ତଦନ୍ତ ଭିତ୍ତିକ ବିସ୍ତୃତ ରିପୋର୍ଟ ଆମେ ଗତ ୨୦୨୧ ମାର୍ଚ୍ଚ ମାସରୁ ବାରମ୍ବାର ଉପସ୍ଥାପିତ କରି ଆସିଥିଲୁ । ଏପରିକି ସେ ସମୟରେ କିଛି ପଦକ୍ଷେପ ପ୍ରଶାସନ ନେଇଥିଲା । ଯେଉଁଥିରେ ଜାଲ ଜମି ମାଲିକ ସାଜି ମାଫିଆ ମାନେ ଜମି ବିକ୍ରି କରିଥିବାର ଜଣାପଡିଥିଲା । ଏଥିରେ ୬ ଜଣ ଜମି ମାଫିଆ ଗିରଫ ହୋଇଥିଲେ । ସେହିପରି ଏହି ମାମଲାରେ ତତ୍କାଳୀନ ତହସିଲଦାର ନିଲମ୍ବିତ ହୋଇ ଗିରଫ ହୋଇଥିଲେ । ସେପଟେ ଏବେ ପ୍ରଶାସନ ପୁଣି ଏହି ଜମି ଦୁର୍ନୀତି ଉପରେ ପଦକ୍ଷେପ ନେବା ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ସରକାରୀ ଜମି ଦୁର୍ନୀତି ଉପରୁ ହଠିବ ପରଦା: ବୌଦ୍ଧ ତହସିଲ କାର୍ଯ୍ୟାଳୟରୁ 197 ରେକର୍ଡ ଗାୟବ, ଥାନାରେ ମାମଲା

ବଲାଙ୍ଗୀର ଖୁଜେନ ପାଲି ଠାରେ ସରକାରୀ ଜମିକୁ ହଡ଼ପ କରି ତାକୁ ଶହ ଶହ କୋଟି ଟଙ୍କାରେ ବିକ୍ରି କରିବା ଘଟଣାରେ ତଦନ୍ତ ଆରମ୍ଭ କରିଛି ପ୍ରଶାସନ । ଏଥିରେ ୨୫ ଜଣଙ୍କୁ କିଣା ବିକାରେ ତାଲିକା ଭୁକ୍ତ କରି ତଦନ୍ତ କରୁଛି । ସେହିପରି ୬୫ ଏକର ସରକାରୀ ଜମି ସରକାରୀ ଖାତାକୁ ପ୍ରଶାସନ ଫେରାଇ ଆଣିଛି । ଆଗକୁ ମଧ୍ୟ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ସେପଟେ ବଲାଙ୍ଗୀର ନିବାସୀ ଗୋବିନ୍ଦା ଶତପଥୀ କହିଛନ୍ତି ଯେ, "ଏଠି ଏବେ କିଛି ଅସାଧୁ ଧନୀ ଲୋକମାନେ ସରକାରୀ ଜମି ହଡପ କରି ବିକ୍ରି କରୁଛନ୍ତି । ବିଭିନ୍ନ ସରକାରୀ ଯୋଜନା ପ୍ରକଳ୍ପ ପାଇଁ ପ୍ରଶାସନକୁ ଜମି ମିଳୁ ନାହିଁ । ପ୍ରକଳ୍ପ ନିର୍ମାଣ ହୋଇନପାରି ଟଙ୍କା ଫେରି ଯାଉଛି । ପ୍ରଶାସନ ଧନୀ ଜମି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେଇ ଗରିବ ବସ୍ତି ଭାଙ୍ଗିବା ପାଇଁ ଆଗଭର ହେଉଛି । ତେଣୁ ପ୍ରଶାସନ ଏମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.