ETV Bharat / state

ବଲାଙ୍ଗୀରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ଘୋଷଯାତ୍ରା - ବଲାଙ୍ଗୀର

ବଲାଙ୍ଗୀର ଦେଵୋତ୍ତର ବିଭାଗ ଦ୍ବାରା ପରିଚାଳିତ ହୋଉଥିବା ଆଠ ଗାଁ ଜଗନ୍ନାଥ ମନ୍ଦିର ଓ ଗୋପାଳଜି ଜଗନ୍ନାଥ ମନ୍ଦିରରେ ସମସ୍ତ ରୀତିନିତୀ ଓ ପରମ୍ପରା ଅନୁସାରେ ରଥ ଯାତ୍ରା ପାଳନ ହୋଇ ଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Jul 5, 2019, 4:51 AM IST

ବଲାଙ୍ଗୀର: ଜିଲ୍ଲାର ବିଭିନ୍ନ ସ୍ଥାନରେ ଧୁମଧାମ୍‌ରେ ପାଳିତ ହୋଇଛି ରଥ ଯାତ୍ରା । ବଲାଙ୍ଗୀର ଦେଵୋତ୍ତର ବିଭାଗ ଦ୍ବାରା ପରିଚାଳିତ ହୋଉଥିବା ଆଠ ଗାଁ ଜଗନ୍ନାଥ ମନ୍ଦିର ଓ ଗୋପାଳଜି ଜଗନ୍ନାଥ ମନ୍ଦିରରେ ସମସ୍ତ ରୀତିନିତୀ ଓ ପରମ୍ପରା ଅନୁସାରେ ରଥ ଯାତ୍ରା ପାଳନ ହୋଇ ଯାଇଛି । ଏନେଇ ଗୁରୁବାର ତିନି ଠାକୁରଙ୍କ ରଥ ବିଜେ ପରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଯାହାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଜିଲ୍ଲାର ଗୋପାଳଜି ମନ୍ଦିରରେ ଏସପି କେ ସୁବ୍ରମନ୍ୟମ , ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଉପଜିଲ୍ଲାପାଳ ଉପେନ୍ଦ୍ର ପଟେଲ ପ୍ରମୁଖ ଛେରା ପହଁରା କରିଥିଲେ । ଏହି ସମୟରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ରହି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ତେବେ ତିନି ମୂର୍ତ୍ତୀଙ୍କ ରଥ ବିଜେ ହେବୀ ପରେ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ସେହିପରି ସହରରେ ମୋଟ 6ଟି ରଥ ଯାତ୍ରା କମିଟି ଦ୍ୱାରା ପାଳନ ହେଉଥିଲା । ସୁରକ୍ଷା ଦୃଷ୍ଟିରୁ ସହରରେ ବ୍ୟାପକ ପୋଲିସ ମୁତୟନ କରା ଯାଇଥିଲା । ସେବିପରି ଭାବରେ ବଲାଙ୍ଗୀର ଆଠ ଗାଁ ଠାରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ସେଠାରେ ଲୋଇସିଙ୍ଗ ବିଧାୟକ ମୁକେସ ମହଲିଙ୍ଗ, ପୁଇଁତଲା ତହସିଲ ଦାର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଢୋଲ କୀର୍ତ୍ତନର ନିଆରା ପରିବେଶରେ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ତେବେ ଏଥର ବଲାଙ୍ଗୀରରେ ନୂଆ ସ୍ଥାପିତ ହୋଇଥିବା ସିଆରପିଏଫ 189 ବେଟେଲିୟନ ଯବାନମାନେ ମଧ୍ୟ ରଥ ଯାତ୍ରାର ଆୟୋଜନ କରିଥିଲେ । ଏଥିରେ ସମସ୍ତ ଯବାନ ସାମିଲ ହୋଇଥିବା ବେଳେ ସାଧାରଣ ଲୋକ ମଧ୍ୟ ବିପୁଳ ମାତ୍ରାରେ ସାମିଲ ହୋଇ ତିନି ପ୍ରଭୁଙ୍କ ଦର୍ଶନ କରିଥିଲେ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.