ETV Bharat / state

11 ବର୍ଷ ହେଲା ବିପିଏଲ ତାଲିକାରେ ନାହିଁ ନାଁ, ଉପଜିଲ୍ଲପାଳଙ୍କ ଅଫିସ ଘେରାଉ - ବିପିଏଲ ତାଲିକାରେ ନାହିଁ ନାଁ

ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ । ଗରିବ ଶ୍ରେଣୀଭୂକ୍ତ ହୋଇ ମଧ୍ୟ ବିପିଏଲ ତାଲିକାକୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିବା ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚିକଲ ବାହାଲ ଗ୍ରାମରୁ । ବାରମ୍ୱାର ଅଭିଯୋଗ ସତ୍ତ୍ବେ ପ୍ରଶାସନ ଶୁଣୁନଥିବା ଅଭିଯୋଗ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଲୋକ । ଅଧିକ ପଢ଼ନ୍ତୁ

ବଲାଙ୍ଗିର ଉପଜିଲ୍ଲାପାଳ ଅଫିସ ଘେରାଉ
ବଲାଙ୍ଗିର ଉପଜିଲ୍ଲାପାଳ ଅଫିସ ଘେରାଉ
author img

By ETV Bharat Odisha Team

Published : Sep 12, 2023, 10:22 AM IST

Updated : Sep 12, 2023, 10:39 AM IST

beneficiaries are not listed in bpl scheme

ବଲାଙ୍ଗୀର: ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ । ଗରିବ ଶ୍ରେଣୀଭୂକ୍ତ ହୋଇ ମଧ୍ୟ ବିପିଏଲ ତାଲିକାକୁ ଯୋଗ୍ୟ ହିତାଧିକାରୀ ବାଦ ପଡିଥିବା ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚିକଲ ବାହାଲ ଗ୍ରାମରୁ । 11 ବର୍ଷ ପରେ ହେଲା ବାରମ୍ୱାର ଅଭିଯୋଗ ସତ୍ତ୍ବେ ପ୍ରଶାସନ କର୍ଣ୍ଣପାତ ନକରିବାରୁ ବଲାଙ୍ଗିର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଚେତାବନୀ ଦେଲେ ବିପିଏଲ ତାଲିକାରୁ ବାଦ ପଡ଼ିଥିବା ହିତାଧିକାରୀ ।

ସୂଚନା ଅନୁଯାୟୀ, ବଲାଙ୍ଗିର ଚିକଲ ବାହାଲ ଗ୍ରାମରେ ପାଖାପାଖି 300 ଲୋକ ଗରିବ ଶ୍ରେଣୀଭୂକ୍ତ ହୋଇଥିଲେ ମଧ୍ୟ ସେମାନେ ବିପିଏଲ ତାଲିକାରୁ ବାଦ ପଡିଥିବା ଅଭିଯୋଗ ଆଣିଛନ୍ତି । ତେବେ ଗତ 2011 ଜନଗଣନାରେ ଏମାନଙ୍କୁ ତାଲିକାରୁ ବାଦ ଦିଆଯାଇଥିଲା । 2012 ମସିହାରୁ ଆବାସ ଯୋଜନା ପାଇଁ ଆବେଦନ କରିଆସୁଥିଲେ ମଧ୍ୟ ସେମାନଙ୍କ ଆବେଦନ ଖାରଜ କରାଯାଉଥିଲା । ଯାହାର କାରଣ ଖୋଜିବାରୁ ସେମାନେ ବିପିଏଲ ତାଲିକାରେ ନାହାନ୍ତି ବୋଲି ଜାଣିବାକୁ ପାଇଥିଲେ । ତେବେ 2012 ମସିହାରୁ ବିପିଏଲ ତାଲିକାରେ ସାମିଲ ହେବା ପାଇଁ ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ୱାର ନିବେଦନ କରିଆସୁଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ପାଇନଥିବା କହିଛନ୍ତି ଅଭିଯୋଗକାରୀ । ଯେଉଁଥିପାଇଁ ପରିଶେଷରେ ବାଧ୍ୟ ହୋଇ ଉପଜିଲ୍ଲାପାଳ ଅଫିସ ଘେରାଉ କରିବା ପାଇଁ ନିଷ୍ପତି ନେଇଥିବା କହିଛନ୍ତି ଚିକଲ ବାହାଲ ବାସିନ୍ଦା ।

ତେବେ ଚିକଲ ବାହଲ ଗ୍ରାମର ମହିଳା କୁମତେ ବଞ୍ଚୋର କହିଛନ୍ତି ଯେ, 2011 ମସିହାରେ ହୋଇଥିବା ବିପିଏଲ ସର୍ଭେରେ ତାଙ୍କ ନାଁ ଅନ୍ତର୍ଭୁକ୍ତ ହୋଇ ନାହିଁ । ଗରିବ ହୋଇଥିଲେ ମଧ୍ୟ କେବଳ ବିପିଏଲ ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିବାରୁ ସେମାନେ କୌଣସି ସରକାରୀ ଯୋଜନା ପାଇ ପାରୁ ନାହାନ୍ତି । ସେହିପରି ଚାଳ ଛପର ଘରେ ରହି ଆସିଥିବା ବେଳେ ଘର ଖଣ୍ଡିଏ ମଧ୍ୟ ନ ପାଇ ହଇରାଣ ହେଉଥିବାର ସେ କହିଛନ୍ତି।

ଆଦିବାସୀ ନେତା ସତ୍ୟ ଭୋଇ କହିଛନ୍ତି ଯେ, ଚିକଲ ବାହାଲ ଗ୍ରାମର ଆଠଟି ୱାର୍ଡ ମଧ୍ୟରୁ ତିନୋଟି ୱାର୍ଡରେ 300 ରୁ ଉର୍ଦ୍ଧ୍ବ ଲୋକ ଗରିବ ସୀମା ତଳେ ରହୁଛନ୍ତି କିନ୍ତୁ ସେମାନେ ବିପିଏଲ ତାଲିକାରେ ନାହାନ୍ତି। ଯାହାଫଳରେ ସେମାନେ କୌଣସି ସରକାରୀ ଯୋଜନା ଲାଭ ଉଠାଇ ପାରୁ ନାହାନ୍ତି। ଏପରିକି ସରକାର ଓ ପ୍ରଶାସନ କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେମାନଙ୍କ କଥା କେହି ନ ଶୁଣୁନଥିବା ଅଭିଯୋଗ କରିଛନ୍ତି ।

ତେବେ ସୋମବାର ଏହାକୁ ନେଇ ଗ୍ରାମର ଶତାଧିକ ମହିଳା ଓ ଲୋକେ ବଲାଙ୍ଗୀର ଉପଜିଲ୍ଲାପଲଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଏବଂ ଶୀଘ୍ର ତାଙ୍କ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଏହାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ବଲାଙ୍ଗୀର, ଇଟିଭି ଭାରତ

Last Updated : Sep 12, 2023, 10:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.