ETV Bharat / state

ପ୍ରାପ୍ୟ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ବିଦ୍ୟୁତ ବିଭାଗ କର୍ମଚାରୀ - ପ୍ରାପ୍ୟ ପାଇଁ ଆନ୍ଦୋଳନରେ ବଲାଙ୍ଗୀର ବିଦ୍ୟୁତ ବିଭାଗ କର୍ମଚାରୀ

ବଲାଙ୍ଗୀର ଜିଲ୍ଲା ବିଦ୍ୟୁତ ବିଭାଗରେ କାମ କରିଥିବା କଣ୍ଟ୍ରାକ୍ଟରମାନେ ଆଜି ନିଜ ପ୍ରାପ୍ୟ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏପରିକି ଫେଡକୋ କାର୍ଯ୍ୟାଳୟରେ ତାଲା ମାରି ପ୍ରତିବାଦ କରିଛନ୍ତି । ଅଧିକ ପଢ଼ନ୍ତୁ

ପ୍ରାପ୍ୟ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ବିଦ୍ୟୁତ ବିଭାଗ କର୍ମଚାରୀ

author img

By

Published : Apr 10, 2022, 5:24 PM IST

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବିଦ୍ୟୁତ ବିଭାଗରେ କାମ କରିଥିବା ଶତାଧିକ କଣ୍ଟ୍ରାକ୍ଟର ଆଜି ନିଜ ପ୍ରାପ୍ୟ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାସହ ବଲାଙ୍ଗୀରରେ ଥିବା ଫେଡକୋ କାର୍ଯ୍ୟାଳୟରେ ଏମାନେ ତାଲା ମାରି ପ୍ରତିବାଦ କରିଛନ୍ତି। ଅଭିଯୋଗ ଅନୁସାରେ ଜିଲ୍ଲାର ପ୍ରାୟ 50ଜଣ କଣ୍ଟ୍ରାକଟର 2018ରୁ ଏଠି ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ମିଟର ଲଗାଇବାର କାମ ଟେଣ୍ଡର ପ୍ରକ୍ରିୟାରେ ଫେଡକୋ କମ୍ପାନୀ ଠାରୁ କାମ ନେଇଥଲେ। କାମର ରାଜିନାମା ଅନୁସାରେ କାମ ସରିବା ମାତ୍ରେ ଏମାନଙ୍କ ସବୁ ଟଙ୍କା ପୈଠ କରିବାର ଚୁକ୍ତି ହୋଇଥିଲା। ହେଲେ ଇତି ମଧ୍ୟରେ ଚାରିବର୍ଷ ବିତିଥିଲେ ସୁଦ୍ଧା ଏମାନଙ୍କୁ କୌଣସି ପ୍ରାପ୍ୟ ମିଳିପାରି ନାହିଁ ।

ପ୍ରାପ୍ୟ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ବିଦ୍ୟୁତ ବିଭାଗ କର୍ମଚାରୀ

ସେହିପରି ଏଠି କାମ କରିଥିବା କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ମଧ୍ୟ ତାଙ୍କର ଦରମା ଏଯାଏଁ ମିଳି ନାହିଁ । ଯାହା ଫଳରେ ସମସ୍ତ କଣ୍ଟ୍ରାକ୍ଟର ଓ କର୍ମଚାରୀମାନେ ଫେଡକୋ କାର୍ଯ୍ୟାଳୟରେ ତାଲା ମାରି ପ୍ରତିବାଦ କରୁଛନ୍ତି । ପ୍ରାପ୍ୟ ନମିଳିବା ଯାଏଁ ସେମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି । ଅନ୍ୟପଟେ ଫେଡକୋର ପ୍ରୋଗ୍ରାମ ମ୍ୟାନେଜର ଏହି ଅଭିଯୋଗକୁ ସ୍ବୀକାର କରିଛନ୍ତି ।

ତେବେ ଏନଟିପିସି ଅଧୀନରେ ଏହି ସଂସ୍ଥା କାମ କରୁଥିବାବେଳେ ତାଙ୍କ ପାଖକୁ ଏହି ଟଙ୍କା ହସ୍ତଗତ ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ମେ' ମାସ ଶେଷ ସୁଦ୍ଧା ଏହା ସମାଧାନ ହୋଇଯିବ ବୋଲି ସେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.