ETV Bharat / state

ବଡ଼ ଭାଇ ଠେଙ୍ଗା ମାଡ଼ରେ ସାନ ଭାଇର ମୃତ୍ୟୁ - ଜମିବାଡି ବିବାଦ

ଜମିବାଡିକୁ କେନ୍ଦ୍ର କରି ବଡ଼ ଭାଇ ତାର ନିଜ ସାନ ଭାଇକୁ କଲା ହତ୍ୟା । ଅଭିଯୁକ୍ତ ଭାଇ ପୋଲିସ ଦ୍ବାରା ଗିରଫ ହୋଇଥିବାବେଳେ ଏହି ମାମଲାର ତଦନ୍ତ ଜାରି ରହିଛି । ଅଧିକ ପଢନ୍ତୁ...

ବଡ଼ ଭାଇ ଠେଙ୍ଗା ମାଡ଼ରେ ସାନ ଭାଇର ମୃତ୍ୟୁ
ବଡ଼ ଭାଇ ଠେଙ୍ଗା ମାଡ଼ରେବଡ଼ ଭାଇ ଠେଙ୍ଗା ମାଡ଼ରେ ସାନ ଭାଇର ମୃତ୍ୟୁ ସାନ ଭାଇର ମୃତ୍ୟୁ
author img

By

Published : May 10, 2021, 10:28 PM IST

ବଲାଙ୍ଗୀର: ଭାଇ ହେଲା ଭଗାରୀ । ଜମିବାଡିକୁ କେନ୍ଦ୍ର କରି ବଡ଼ ଭାଇ ତାର ନିଜ ସାନ ଭାଇକୁ କଲା ହତ୍ୟା । ଅଭିଯୁକ୍ତ ଭାଇ ପୋଲିସ ଦ୍ବାରା ଗିରଫ ହୋଇଥିବା ବେଳେ ଏହି ମାମଲାର ତଦନ୍ତ ଜାରି ରହିଛି । ଏପରି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଳ ଗ୍ରାମରେ ।

ବଡ଼ ଭାଇ ଠେଙ୍ଗା ମାଡ଼ରେ ସାନ ଭାଇର ମୃତ୍ୟୁ
ସୂଚନା ଅନୁସାରେ ଉକ୍ତ ଗ୍ରାମର ଦୁଇ ଭାଇ ଦେବରାଜ ଭୋଇ ଓ ଟିକଚେନ୍ ଭୋଇଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା । ହେଲେ ଆଜି ଏହି କଳହ ରକ୍ତାକ୍ତର ରୂପ ନେଇଥିଲା । ବଡ଼ ଭାଇଟି ତାର ସାନ ଭାଇ ଦେବରାଜକୁ ଠେଙ୍ଗାରେ ଆକ୍ରମଣ କରିବା ସହ ନିଜ ଗାମୁଛାରେ ତାର ତଣ୍ଟି ଚିପି ହତ୍ୟା କରିଥିଲା । ସେପଟେ ସଇଁତଳା ଓ ବଡ଼ମାଳ ଫାଣ୍ଡି ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେହିପରି ଅଭିଯୁକ୍ତ ବଡ଼ ଭାଇକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.