ETV Bharat / state

ମାତାଲ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀକୁ ମାରି ନିଜେ କଲା ଆତ୍ମହତ୍ୟା - ବଲାଙ୍ଗୀର ସ୍ବାମୀ ସ୍ତ୍ରୀ ମୃତ୍ୟୁ ଘଟଣା

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଖୁଣ୍ଟସମଲାଇ ଗ୍ରାମରେ ଅଘଟଣ । ମାତାଲ ସ୍ବାମୀ ନିଜ ସ୍ତ୍ରୀକୁ ଏକ କାଠ ଫାଳିଆରେ ପିଟି ପିଟି ନିର୍ମମ ହତ୍ୟା କଲା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛି । ଅଧିକ ପଢନ୍ତୁ

ମାତାଲ ସ୍ବାମୀର ଉନ୍ମୋତ୍ତ କାଣ୍ଡ, ସ୍ତ୍ରୀକୁ ମାରି ନିଜେ କଲା ଆତ୍ମହତ୍ୟା

author img

By

Published : May 12, 2022, 4:48 PM IST

ବଲାଙ୍ଗୀର: ମାତାଲ ସ୍ବାମୀ ନିଜ ସ୍ତ୍ରୀକୁ ଏକ କାଠ ଫାଳିଆରେ ପିଟି ପିଟି ନିର୍ମମ ହତ୍ୟା କଲା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କଲା ଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଖୁଣ୍ଟସମଲାଇ ଗ୍ରାମରେ ଏହି ଘଟଣା ଘଟିଛି । ଏହି ଗ୍ରାମର ଘାଁସି ତଅଁଳା ନାମକ ଜନୈକ ବ୍ୟକ୍ତି ମାତାଲ ଅବସ୍ଥାରେ ଘରକୁ ଆସିଥିଲା । ଘରେ ସ୍ତ୍ରୀ କୁନ୍ତି ତଅଁଳା ଏକା ଥିବା ସମୟରେ ଏକ କାଠଫାଳିଆରେ କୁନ୍ତିଙ୍କ ମୁଣ୍ଡରେ ବାରମ୍ବାର ଆଘାତ କରିଥିଲା । ଫଳରେ, ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।

ମାତାଲ ସ୍ବାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀକୁ ମାରି ନିଜେ କଲା ଆତ୍ମହତ୍ୟା

ପରେ ପରିବାର ଲୋକେ ଆସି କୁନ୍ତି ତଳେ ପଡିଥିବା ଦେଖି ଘସିଏନ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ତାଙ୍କୁ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର କହିଥିଲେ । ତେବେ ଗତ ୪-୫ ଦିନ ତଳେ ମଧ୍ୟ କୁନ୍ତିଙ୍କୁ ଘାଁସି ମାଡ ମାରିଥିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ସେ ଚିକିତ୍ସତ ହୋଇଥିଲେ । ସେପଟେ ଘଟଣା ପରେ ମଦ୍ୟପ ସ୍ବାମୀ ଘାଁସି ତଅଁଳା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଲରମ୍ଭା ଥାନାରେ ତାଙ୍କ ପରିବାର ଲୋକେ ଏତଲା ଦେଇଥିଲେ ଏବଂ ପୋଲିସ ହତ୍ୟା ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା ।

ମୃତ କୁନ୍ତିଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଠିକ ସେତିକି ବେଳେ ମଦ୍ୟପ ଘାଁସି ମାନସିକ ଭାରସାମ୍ୟ ହରାଇ ନିଜେ ବିଷ ପିଇ ଘର ବାରିପଟେ ଥିବା ଚାଷ ଜମିରେ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ତେବେ ଲରମ୍ଭା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ସେପଟେ ମଧ୍ୟ ସ୍ବାମୀର ଏଭଳି କାଣ୍ଡକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

ବଲାଙ୍ଗୀରରୁ ଶେଖ ମହମମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.