ETV Bharat / state

ଭୀମ ଭୋଇ ମେଡ଼ିକାଲରେ ଉତ୍ତେଜନା; ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ସୁରକ୍ଷା ଦାବିରେ ଆନ୍ଦୋଳନ

Attack on doctor: ମରଣାନ୍ତକ ଆକ୍ରମଣ ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ସମୂହ । ଅଧିକ ପଢନ୍ତୁ

doctors strike
ଡାକ୍ତରଙ୍କ ଆନ୍ଦୋଳନ
author img

By ETV Bharat Odisha Team

Published : Dec 28, 2023, 10:58 PM IST

ଡାକ୍ତରଙ୍କ ଆନ୍ଦୋଳନ

ବଲାଙ୍ଗୀର: ମରଣାନ୍ତକ ଆକ୍ରମଣ ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର । ଫଳରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଛି। ଏହାକୁ ନେଇ ମେଡ଼ିକାଲ କଲେଜରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ, ବଲାଙ୍ଗୀରରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଯାହା ପରେ ସ୍ଥିତି ବିଗିଡିବାରେ ଲାଗିଛି । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଓ ଶୀଘ୍ର ଗିରଫ ଦାବିରେ ଡାକ୍ତରମାନେ ସମୂହ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ଏଥିରେ ସବୁ ଜୁନିୟର ଡାକ୍ତର ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନା ପରିସରରେ ଧାରଣା ଦେବା ସହ କାର୍ଯ୍ୟବନ୍ଦ କରିଛନ୍ତି। ଡାକ୍ତରଖାନାରେ ସମସ୍ତ ଗେଟ୍ ବନ୍ଦ କରି ଆନ୍ଦୋଳନ କରିଛନ୍ତି ଡାକ୍ତର । ଏପରିକି ଡାକ୍ତରଖାନା ଭିତରକୁ ଆମ୍ବୁଲାନ୍ସ ମଧ୍ୟ ନ ଛାଡିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ

ପାଇଥିଲା। ଯାହାକୁ ନେଇ କିଛି ସମୟ ସାଧାରଣଲୋକେ ଓ ଡାକ୍ତରଙ୍କ ମଧ୍ୟରେ କଥା କଟାକଟି ଓ ଠେଲାପେଲା ହୋଇଥିଲା। ତେବେ ପୋଲିସ ଓ ମେଡ଼ିକାଲ କଲେଜ ସୁପରିଟେଣ୍ଡେଣ୍ଟଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସେହିପରି ବଲାଙ୍ଗୀର ଜିଲ୍ଲାପାଳ ଓ ଏସପି ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ମାମଲା ଶାନ୍ତ ପଡିଛି। ସେପଟେ ଆନ୍ଦୋଳନ କରୁଥିବା ଡାକ୍ତର କାର୍ଯ୍ୟବନ୍ଦ କରି ଏବେବି ଆନ୍ଦୋଳନ କରୁଛନ୍ତି। ସେପଟେ ପୋଲିସ ୩ ଟି ଟିମ ଗଠନ କରି ଆକ୍ରମଣକାରୀଙ୍କୁ ଧରିବା ପାଇଁ ତନାଘନା କରୁଛି।

ଅଭିଯୋଗ ଅନୁସାରେ ଡାକ୍ତର ବିଶ୍ୱରଞ୍ଜନ ସାହୁ ଆଉଟ ଡୋର ଡ୍ୟୁଟି ସାରି କଲେଜକୁ ଫେରୁଥିବାବେଳେ ତାଙ୍କୁ ଲାଲଦିଗରାଠାରେ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ସ୍ଥାନୀୟଲୋକେ ଓ ପୋଲିସ ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି। ଆନ୍ଦୋଳନରତଡାକ୍ତର କହିଛନ୍ତି, "କିଛି ଦିନ ମଧ୍ୟରେ ତିନି ଜଣ ଡାକ୍ତରଙ୍କୁ ଏଭଳି ଆକ୍ରମଣ ହୋଇଛି। ପୋଲିସ ତଥା କର୍ତ୍ତୃପକ୍ଷ ଚୁପ ଥିବାବେଳେ ଆଜି ପୁଣି ଜଣେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।" ଯାହାଦ୍ୱାରା ଏମାନେ ସେବା ଦେବାରେ ଭୟଭୀତ ଥିବା କହିଛନ୍ତି। ଯେପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ଏବଂ ସୁରକ୍ଷା ନ ମିଳିଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ...ସରପଞ୍ଚଙ୍କୁ ଏସଡିଓଙ୍କ ଆକ୍ରମଣ ଘଟଣା: ଉଭୟ ଗିରଫ

ସେପଟେ ଆହତ ଡାକ୍ତର ବିଶ୍ୱରଞ୍ଜନ କହିଛନ୍ତି, "ଆଜି ଜଣେ ଯୁବତୀ ଚିକିତ୍ସା ପାଇଁ ଆସିଥିଲ। ଏବଂ ସେ ଡାକ୍ତର ହିସାବରେ ସେଠି ଚିକିତ୍ସା ଦେଇଥିଲେ। ତେବେ ତାଙ୍କର ସମ୍ପର୍କୀୟ କାହିଁକି ସେ ଚିକିତ୍ସା କଲେ ବୋଲି ଆକ୍ରମଣ କରିଛନ୍ତି।" ଅନ୍ୟପଟେ ବଲାଙ୍ଗୀର ଏସପି ଋଷିକେଶ ଖିଲାରୀ କହିଛନ୍ତି," ଏହି ଆକ୍ରମଣକୁ ଗୁରୁତର ସହ ନିଆଯାଇଛି ଏକାଧିକ ଟିମ ଗଠନ କରି ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା କରାଯାଉଛି । ସମସ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଧରାଯିବ ଓ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଅପରପକ୍ଷେ ଡାକ୍ତଖାନା ସୁପରିଟେଣ୍ଡେଣ୍ଟ ମାନସୀ ପଣ୍ଡା କହିଛନ୍ତି, "ଯେଉଁ ଘଟଣା ଘଟିଛି ତାହା ନିହାତିଦୁର୍ଭାଗ୍ୟ। ଡାକ୍ତରମାନେ ଏଭଳି କାରଣରୁ ଭୟଭୀତ ଥିବାବେଳେ ସେବା ଉପରେ ପ୍ରଭାବ ପଡିବ। ତେଣୁ ଯେମିତି ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ନ ହେବ ତା ପାଇଁ ସବୁ ପଦକ୍ଷେପ ନିଆଯିବ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.