ବଲାଙ୍ଗୀର: ଡାକ୍ତରଙ୍କୁ ମାଡ ପ୍ରତିବାଦରେ ଡାକ୍ତରଙ୍କ ଧାରଣା ଓ ଆନ୍ଦୋଳନ ଜାରି । ଡାକ୍ତରଖାନା ପରିଷରରେ ତୀବ୍ର ଉତ୍ତେଜନା । ଓପିଡ଼ି ସେବା ବନ୍ଦ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ । ଭୀମ ଭୋଇ ମେଡ଼ିକାଲ କଲେଜରେ ଡାକ୍ତରଙ୍କୁ ମାଡ ପ୍ରତିବାଦରେ ଜୁନିୟର ଡାକ୍ତରଙ୍କ ଧାରଣା ଓ ଆନ୍ଦୋଳନ ଆଜି ବି ଜାରି ରହିଛି । ସମସ୍ତ ଡାକ୍ତର ମୁଣ୍ଡରେ ପଟି ବାନ୍ଧି ଧାରଣା ଦେଇଛନ୍ତି । ଯାହାପରେ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବିରେ ଗତ ରାତିରୁ ଏହି ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନ ପରେ ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି । ଏହାପରେ ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି ଡାକ୍ତର ।
ଆଜି ଏହି ଆକ୍ରମଣକୁ 18 ଘଣ୍ଟା ବିତି ଥିବାବେଳେ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ବିଫଳ ଥିବାର ଅଭିଯୋଗ ଆଣି ଆଜି ଏମାନେ ପୁଣି ସକାଳୁ ଆନ୍ଦୋଳନକୁ ଓଲ୍ହାଇଥିଲେ । ପ୍ରଥମେ ଡାକ୍ତରଖାନା ପରିଷରରର ଧାରଣା ଦେବା ସହ ଡାକ୍ତରଖାନାର ସବୁ ବର୍ହି ବିଭାଗ ଓ ସେବାକୁ ବନ୍ଦ କରିଥିଲେ । ତେବେ ଏଥିରେ ପୋଲିସ ପ୍ରଶାସନ ସହ ଏମାନଙ୍କର ଯୁକ୍ତି ତର୍କ ଓ ଧସ୍ତା ଧସ୍ତି ହୋଇଥିଲା । ଅନ୍ୟପେଟେ ସମସ୍ତ ଡାକ୍ତର ମିଶି ଆଜି ଓପିଡ଼ିରେ ଥିବା ରୋଗୀଙ୍କୁ ବାହାର କରିଦେଇ ଓପିଡ଼ି ବନ୍ଦ କରି ଦେଇଥିଲେ । ଯେଉଁଥିରେ ମେଡ଼ିସିନ, ସର୍ଜରି, ପ୍ରସୂତି ବିଭାଗର ସବୁ ଓପିଡ଼ିକୁ ବନ୍ଦ ରହିଥିଲା ।ଏହାସହ ଦୋଷୀ ବିରୋଧରେ ନଏସଏ ରୁଜୁ କରିବାକୁ ଡାକ୍ତରମାନେ ଦାବି କରିଛନ୍ତି ।
ଅନ୍ୟପଟେ ପୋଲିସ ଆଜି ପୋଲିସ ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛି । ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି । ତେବେ ଏସ ପି କହିଛନ୍ତି ଯେ, ଡ଼ାକ୍ତରଙ୍କୁ ମାଡ଼ ଘଟଣା ଅତି ସମ୍ବେଦନଶୀଳ ଥିବାବେଳେ ପୋଲିସ ବ୍ୟାପକ ପଦକ୍ଷେପ ନେଇଥିଲା । ଆଠଟି ଟିମ୍ ଗଠନ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗସ୍ତ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା କରିଥିଲା । ତେବେ ଦୁଇ ଜଣଙ୍କୁ ଏଥିରେ ଗିରଫ କରା ଯାଇଛି । ସେହିପରି ଗିରଫ ମଧ୍ୟରୁ ଜଣେ ପେଶାଦାର ଅପରାଧୀ ଥିବାବେଳେ ତା ନାଁରେ ପୂର୍ବରୁ ଡକାୟତି ଭଳି ମାମଲା ରହିଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏମାନଙ୍କ ଉପରେ ଏନ୍ ଏସ ଏ ଲାଗୁ କରିବା ପାଇଁ ସେ ପ୍ରସ୍ତାବ ଦେବେ ।
ସୂଚନା ଅନୁସାରେ ଡ଼ାକ୍ତର ବିଶ୍ବରଂଜନ ସାହୁ ଆଉଟ୍ ଡୋର ଡ୍ୟୁଟି ସାରି କଲେଜକୁ ଗତକାଲି ଫେରୁଥିଲେ । ଏହି ସମୟରେ ଦୁଇ ଜଣ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଯେଉଁଥିରେ ସଂପୃକ୍ତ ଡାକ୍ତର ଜଣକ ଗୁରୁତରର ଆହତ ହୋଇ ଏବେ ବି ଚିକିତ୍ସାଧୀନ ଅଛନ୍ତି । ତେବେ ଏହି ମାଡ ଓ ଆକ୍ରମଣର ପ୍ରତିବାଦରେ ଗତକାଲି ସନ୍ଧ୍ୟା ଠାରୁ ଜୁନିୟର ଡ଼ାକ୍ତରମାନେ ଆନ୍ଦୋଳନ କରୁଥିଲେ ।
ଇଟିଭି ଭାରତ , ବଲାଙ୍ଗୀର