ETV Bharat / state

ଚିକିତ୍ସା ସହ ରୋଗୀକୁ ରକ୍ତଦାନ କରି ପ୍ରଶଂସା ସାଉଁଟିଲେ ଡାକ୍ତର

author img

By

Published : Oct 4, 2020, 5:25 PM IST

ପ୍ରସୂତିଙ୍କୁ ରକ୍ତ ଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଲେ ଡାକ୍ତର । ବଲାଙ୍ଗୀର ଖପ୍ରାଖୋଲ ବ୍ଲକj ଘଟଣା । ଅଧିତ ପଢନ୍ତୁ...

ଚିକିତ୍ସା ସହ ରୋଗୀକୁ ରକ୍ତ ଦାନ କରି ପ୍ରଶଂସା ସାଉଁଟିଲେ ଡାକ୍ତର

ବଲାଙ୍ଗୀର: ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଜିଲ୍ଲାର ଜଣେ ବରିଷ୍ଠ ଡାକ୍ତର । ନିଜେ ଜଣେ ପ୍ରସୂତି ମହିଳାଙ୍କୁ ରକ୍ତ ଦେଇ ତାଙ୍କର ଚିକିତ୍ସା କରିବାକୁ ନେଇ ସେ ସାଉଁଟିଛନ୍ତି ପ୍ରଶଂସା । ଡାକ୍ତର ଜଣଙ୍କ ହେଲେ ବଲାଙ୍ଗୀର ପାଟଣାଗଡ ସଦର ଡାକ୍ତରଖାନାର ସ୍ତ୍ରୀ ପ୍ରସୂତି ବିଶେଷଜ୍ଞ ତଥା ଉକ୍ତ ଡାକ୍ତରଖାନାର ଏସଡିଏମଓ ବାଚସ୍ପତି ଦାସ ।

ରବିବାର ଖପ୍ରାଖୋଲ ବ୍ଲକ ଭାଲୁ ଦୁଙ୍ଗୁରି ଗ୍ରାମର ଜଣେ ମହିଳା ପ୍ରସୂତି ପାଇଁ ଏହି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ନିଜେ ଏହି ଡାକ୍ତର ବାଚସ୍ପତି ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ପରେ ମହିଳା ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବାବେଳେ ତାଙ୍କର ପ୍ରଚୁର ରକ୍ତ ସ୍ରାବ ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ରକ୍ତ ଦେବାର ଆବଶ୍ୟକ ଥିବା ବେଳେ, ତାଙ୍କ ଗ୍ରୁପ ର ରକ୍ତ ମିଳି ନ ଥିଲା ।

ଯାହାପରେ ନିଜେ ଏସଡିଏମଓ ରକ୍ତ ଦେଇ ତାଙ୍କର ଚିକିତ୍ସା କରିଥିଲେ । ହେଲେ ତାଙ୍କର ଆପ୍ରାଣ ଉଦ୍ୟମ ଓ ସତ ଚେଷ୍ଟା ସତ୍ତ୍ଵେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତେବେ ସେ ମହିଳାଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇ ନ ଥିଲେ ସୁଦ୍ଧା ତାଙ୍କର ଏହି ଚେଷ୍ଟା ପାଇଁ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.