ETV Bharat / state

ଜୋର ଧରିଲା କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି, ରାଜ୍ୟପାଳଙ୍କୁ ଦାବିପତ୍ର

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ନେଇ ରାଜ୍ୟପାଳଙ୍କୁ ଦାବି ଜଣାଇଲା ଜିଲ୍ଲା ସଂଘର୍ଷ ସମିତି । ଅଧିକ ପଢନ୍ତୁ

author img

By

Published : May 30, 2023, 12:41 PM IST

districts status for kantabanji demanded

ଜୋର ଧରିଲା କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି

ବଲାଙ୍ଗୀର: ପୁଣି ଜୋର ଧରିଲା କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି । ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଲା ଜିଲ୍ଲା ସଂଘର୍ଷ ସମିତିର ପ୍ରତିନିଧି ଦଳ । ବଲାଙ୍ଗୀରର କଣ୍ଟାବାଞ୍ଜିବାସୀ ଦୀର୍ଘ ଦିନ ହେବ ଜିଲ୍ଲା ମାନ୍ୟତା ଦାବି କରି ଆସୁଥିବା ବେଳେ ଜିଲ୍ଲା ସଂଘର୍ଷ ସମିତି ଦୀର୍ଘ ଦିନରୁ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରି ଆସୁଛି । ଅନେକ ଥର କଣ୍ଟାବାଞ୍ଜି ବନ୍ଦ ଡାକରା ଦେଇ ମଧ୍ୟ ଦାବି ଜଣାଇ ଆସିଛି ଜିଲ୍ଲା ସଂଘର୍ଷ ସମିତି । କିନ୍ତୁ ଏଯାଏଁ ଦାବି ପୂରଣ ନେଇ କୌଣସି ପ୍ରତିଶ୍ରୁତି ମଧ୍ୟ ପାଇ ପାରି ନାହାନ୍ତି ।

ଗତକାଲି ଜିଲ୍ଲା ସଂଘର୍ଷ ସମିତିର ଏକ ପ୍ରତିନିଧି ଦଳ ରାଜ ଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ସମିତିର ସଦସ୍ୟ କୈଳାଶ ଚନ୍ଦ୍ର ଅଗ୍ରୱାଲ, ଧୀରଜ୍ ଅଗ୍ରୱାଲ, ସାମ୍ବାଦିକ ମୋହନ ସୋନି ଓ କମଳ ସୋନି ଚାରି ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶିଲାଲଙ୍କୁ ସାକ୍ଷାତ କରି ଜିଲ୍ଲା ଦାବି ନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

ସଂଘର୍ଷ ସମିତିର ସଦସ୍ୟ ଧୀରଜ ଅଗ୍ରୱାଲ କହିଛନ୍ତି ଯେ, ଆମେ ଦୀର୍ଘ ଦିନରୁ କଣ୍ଟାବାଞ୍ଜି ଜିଲ୍ଲା ଦାବି କରି ଆସୁଛୁ । ଆଜି ଜିଲ୍ଲା ସଂଘର୍ଷ ସମିତିର ଚାରି ଜଣିଆ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟପାଳଙ୍କୁ ଆମେ ଲିଖିତ ଦାବି ପତ୍ର ଦେଇଛୁ । ରାଜ୍ୟପାଳ ଏହା ଉପରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ଖୁବଶୀଘ୍ର ରାଜ୍ୟପାଳ କଣ୍ଟାବାଞ୍ଜି ଗସ୍ତରେ ଆସିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିବାର କହିଛନ୍ତି ସଂଘର୍ଷ ସମିତିର ସଦସ୍ୟ ଧିରଜ ।

ଏହା ମଧ୍ୟ ପଢନ୍ତୁ-ଲାଞ୍ଚ ନେଇ ବନ୍ଧା ହେଲେ ଦୁଇ କନିଷ୍ଠ ଯନ୍ତ୍ରୀ, କ୍ଷୁଦ୍ର ଜଳ ସେଚନ ବିଭାଗର ଜଣେ କର୍ମଚାରୀ ବି ଗିରଫ

ସଂଘର୍ଷ ସମିତିର ସଭାପତି ତଥା ଓକିଲ ବ୍ରଜଶ୍ୟାମ ଗୁରୁ କହିଛନ୍ତି ଯେ, ଏହି ସମିତି ଦୀର୍ଘ ବର୍ଷ ହେବ ଜିଲ୍ଲା ଦାବି କରି ଆସୁଛି । କଣ୍ଟାବାଞ୍ଜି ଗୋଟିଏ ଅନୁନ୍ନତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଅନେକ ବ୍ଲକ ଏବେବି ବିକାଶ ଦେଖି ନାହାନ୍ତି । ସେହିପରି ଲୋକେ ଏଠି କାମ ଧନ୍ଦା ନପାଇ ଦାଦନ ଖଟିବାକୁ ଯାଉଛନ୍ତି । ଏହି ସବୁ ଅଞ୍ଚଳ ବଲାଙ୍ଗୀର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ 100 କିମି ଦୂରରେ ଥିବାରୁ ଏଠାକାର ଲୋକେ ନାନାଦି ହଇରାଣ ହୋଇ ଆସୁଛନ୍ତି । ତେଣୁ ଜିଲ୍ଲା ଦାବି ଯଥାର୍ଥ ଥିବାବେଳେ ଏଥିପାଇଁ ଏକ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.