ETV Bharat / state

ଗୁଣି ଗାରେଡି ସନ୍ଦେହରେ ବାସନ୍ଦ ଘଟଣା, ରାଜରାସ୍ତାରେ କନ୍ଧ ସମାଜ - ଗୁଣି ଗାରେଡି

ଗୁଣି ଗାରେଡି ସନ୍ଦେହରେ ୧୩ ପରିବାରକୁ ବାସନ୍ଦ ଘଟଣା । ନ୍ୟାୟ ପାଇଁ ରାଜରାସ୍ତାରେ ଜିଲ୍ଲା ଯୁବ କନ୍ଧ ସମାଜ । ଅଧିକ ପଢନ୍ତୁ...

ନ୍ୟାୟ ପାଇଁ ରାଜରାସ୍ତାରେ ଜିଲ୍ଲା ଯୁବ କନ୍ଧ ସମାଜ

author img

By

Published : Jul 25, 2021, 9:45 AM IST

ବଲାଙ୍ଗୀର: ଗୁଣି ଗାରେଡି ସନ୍ଦେହରେ ୧୩ ପରିବାରକୁ ବାସନ୍ଦ ଘଟଣା । ଏହି ଘଟଣାକୁ ମାସେ ବିତିବାକୁ ଥିବା ବେଲେ ପୀଡିତ ପରିବାର ଏବେ ଅସହାୟ ଅବସ୍ଥାରେ ରହିଛନ୍ତି । ଏବଂ ନ୍ୟାୟ ପାଇଁ ସବୁଠି ଦ୍ବାରସ୍ତ ହୋଇ ନିରାଶ ହୋଇଛନ୍ତି । ସେପଟେ ଏନେଇ ନ୍ୟାୟ ଦାବିରେ ଜିଲ୍ଲା ଯୁବ କନ୍ଧ ସମାଜ ରାଜରାସ୍ତାକୁ ଓହ୍ଲାଇଥିଲେ ।

ନ୍ୟାୟ ପାଇଁ ରାଜରାସ୍ତାରେ ଜିଲ୍ଲା ଯୁବ କନ୍ଧ ସମାଜ

ବଲାଙ୍ଗୀରରେ ଶତାଧିକ ମହିଳା ପୁରୁଷ ଶସସ୍ତ୍ର ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ତେବେ ପୀଡିତ ପରିବାରକୁ ନ୍ୟାୟ ସହିତ ଅଭିଯୁକ୍ତମାନଙ୍କୁ ଖୁବଶିଘ୍ର ଗିରଫ କରିବାକୁ ଦାବି କରିଥିଲେ । ଏବଂ ଦାବି ପୂରଣ ନ ହେଲେ ଏମାନେ ସାରା ରାଜ୍ୟରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନା ଅନୁସାରେ, ବଲାଙ୍ଗୀର ସିଂଧେକେଲା ଥାନା ଅନ୍ତର୍ଗତ ନିର୍ମଲା ଗାଁରେ ଗୁଣି ଗାରେଡି ସନ୍ଦେହରେ ବ୍ରଜ ଭୋଇ ଓ ତାଙ୍କ ପରିବାରକୁ ଗତ 5 ତାରିଖରେ ଗ୍ରାମବାସୀ ପ୍ରବଳ ମାଡ ମାରିଥିଲେ । ଏବଂ କଙ୍ଗାରୁ କୋର୍ଟରେ ତାଙ୍କ ପରିବାର ସହ ଅନ୍ୟ 12 ଟି ପରିବାରକୁ ଗାଁରୁ ବାସନ୍ଦ କରିବା ଗାଁରୁ ତଡି ଦେଇଥିଲେ । ଯାହା ଫଳରେ ପୀଡିତ ପରିବାର ଏବେ ଅନ୍ୟ ଏକ ଗ୍ରାମରେ ଏକ କ୍ଲବ ଘରେ ଆଶ୍ରୟ ନେଇଥିବା ବେଳେ ନିଜ ଭିଟାମାଟି ଓ ଘର ଛାଡ଼ି ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.