ETV Bharat / state

ବଲାଙ୍ଗୀରରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟନ କଲେ ନରସିଂହ ମିଶ୍ର

author img

By

Published : Aug 31, 2022, 7:02 AM IST

ବଲାଙ୍ଗୀର ବ୍ୟାଡମିଣ୍ଟନ ଆସୋସିଏସନ ତରଫରରୁ ଜିଲ୍ଲା ସ୍ତରୀୟ ( District level Badminton Championship ) ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ( Balangir MLA Narasingha Mishra ) ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଚନ ଟର୍ଣ୍ଣାମେଣ୍ଟ ଉଦଘାଟନ କଲେ ନରସିଂହ ମିଶ୍ର

ବଲାଙ୍ଗୀର: ଓଡିଶାକୁ ଦେଶର କ୍ରୀଡା ରାଜଧାନୀ ଭାବରେ ପରିଗଣିତ କରାଯାଉଛି । ଶ୍ରେଷ୍ଠ କ୍ରୀଡା ଆୟୋଜକ ଭାବରେ ଓଡିଶା ଦେଶରେ ସମ୍ମାନିତ ହୋଇଛି । ଖାଲି ରାଜ୍ୟ ନୁହେଁ ଜିଲ୍ଲା ସ୍ତରରେ ମଧ୍ୟ ଦେଖିବାକୁ ମିଳିଛି କ୍ରୀଡାପ୍ରତି ସମସ୍ତଙ୍କ ଆଗ୍ରହ । ବଲାଙ୍ଗୀର ବ୍ୟାଡମିଣ୍ଟନ ଆସୋସିଏସନ ତରଫରରୁ ଜିଲ୍ଲା ସ୍ତରୀୟ ( District Badminton Championship ) ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଜିଲ୍ଲାରେ ବ୍ୟାଡମିଣ୍ଟନ ଖେଳର ବିକାଶ ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଉଥିବାର କହିଛି ଜିଲ୍ଲା ପ୍ରଶାସନ ।

ବଲାଙ୍ଗୀର ବ୍ୟାଡମିଣ୍ଟନ ଆସୋସିଏସନ ତରଫରରୁ ଆୟୋଜିତ ହୋଇଥିବା ଟୁର୍ଣ୍ଣାମେଣ୍ଟକୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ( Balangir MLA Narasingha Mishra ) ଉଦଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ପୁରୁଷ ଡବଲ୍ସ ଏବଂ ପୁରୁଷ ସିଙ୍ଗଲ୍ସ ବର୍ଗରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ହେବ । ଏହି ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ବିଧାୟକ ନରସିଂହ ମିଶ୍ରଙ୍କ ସହିତ ବଲାଙ୍ଗୀର ଜିଲ୍ଲାପାଳ, ବଲାଙ୍ଗୀର ଏସପି, ବଲାଙ୍ଗୀର ଓ ବଲାଙ୍ଗୀର ପୌରାଧ୍ୟକ୍ଷ ଲୀକା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏନେଇ ବଲାଙ୍ଗୀର ଏସପି କହିଛନ୍ତି "ବଲାଙ୍ଗୀର ବ୍ୟାଡମିଣ୍ଟନ ଆସୋସିଏସନ ତରଫରରୁ ଗୋଟେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଏହା ଫଳରେ ବଲାଙ୍ଗୀରର ବହୁ ପ୍ରତିଭାବାନ ଖେଳାଳି ନିଜର ଦକ୍ଷତା ପରିପ୍ରକାଶ ପାଇଁ ସୁଯୋଗ ପାଇବେ।"

ସେହିପରି ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି "ବଲାଙ୍ଗୀର ମ୍ୟୁନିସିପାଲଟିରେ ଏକ ନୂଆ ଇଣ୍ଡୋର ହଲ କରାଇଯାଇଛି । ଏହା ସମ୍ପୂର୍ଣ୍ଣ ନିର୍ମାଣ ମାସେ ଭିତରେ ଶେଷ ହେବାକୁ ଯାଉଛି । ଏହା ଭିତରେ ଚାରୋଟି କୋର୍ଟର ନିର୍ମାଣ ହୋଇଛି । ଏହା ରାଜ୍ୟର ଅନ୍ୟତମ କୋର୍ଟ ଭାବରେ ପରିଗଣିତ କରାଯିବ ବୋଲି ମୋର ଆଶା ରହିଛି । ସହରାଞ୍ଚଳ ଗୁଡିକରେ ଗୋଟେ ଗୋଟେ ଇଣ୍ଡୋର ହଲ ଡିସେମ୍ବର ସୁଦ୍ଧା ନିର୍ମାଣ ହେବାକୁ ଯାଉଛି । କଣ୍ଟାବାଞ୍ଜିରେ ଏହାର ନିର୍ମାଣ କାର୍ଯ୍ୟ ସରିବାକୁ ଯାଉଛି । ଜିଲ୍ଲାର ବ୍ୟାଡମିଣ୍ଟନ ଖେଳାଳିମାନଙ୍କର ଇଚ୍ଛା ରହିଛି କି ଆରଏନ ସିଂଦେଓ ଷ୍ଟାଡିଓମ ଭିତରେ ଯେଉଁ ଭଳି ଭାବରେ ବ୍ୟାଡମିଣ୍ଟନ କୋର୍ଟ ରହିଛି ତାହାର ମରାମତି କରାଯାଉ । ତାହାର ମରାମତି ପାଇଁ ପ୍ରଶାସନ ତରଫରୁ ୧୮ ଲକ୍ଷ ଟଙ୍କାର ପ୍ରୋଜେକ୍ଟ ଫାଇଲକୁ ଅନୁମୋଦନ ମିଳିଛି । ଏହାର ମରାମତି କାର୍ଯ୍ୟ କିଛି ଦିନ ଭିତରେ ଆରମ୍ଭ ହେବାକୁଲ ଯାଉଛି । ବ୍ୟାଡମିଣ୍ଟନକୁ ନେଇ ଜିଲ୍ଲାବାସୀ ଏବଂ ଖେଳାଳି ମାନଙ୍କ ଭିତରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.