ETV Bharat / state

ମା’ ପାଟଣେଶ୍ୱରୀଙ୍କ ମନ୍ଦିରକୁ ଅବହେଳା, ଧାରଣାରେ ଦେଲେ ଭକ୍ତ - ପାଟଣେଶ୍ବରୀ ଦେବୀ

ବଲାଙ୍ଗୀର ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ମନ୍ଦିରକୁ ଅବହେଳା ଅଭିଯୋଗ । ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଧାରଣା । ଶୀଘ୍ର ମନ୍ଦିରର ସମସ୍ୟା ଦୂର କରାନଗଲେ ବଡ ଆନ୍ଦୋଳନର ଦେଲେ ଚେତାବନୀ । ସେପଟେ ପ୍ରଶାସନ କହିଲା ଶୀଘ୍ର ହେବ କାମ । ଅଧିକ ପଢନ୍ତୁ

ବଲାଙ୍ଗୀର ଇଷ୍ଟଦେବୀ ମା’ ପଟନେଶ୍ୱରୀଙ୍କ ମନ୍ଦିରକୁ ଅବହେଳା ଅଭିଯୋଗ

author img

By

Published : Aug 6, 2023, 8:44 AM IST

ବଲାଙ୍ଗୀର ଇଷ୍ଟଦେବୀ ମା’ ପଟନେଶ୍ୱରୀଙ୍କ ମନ୍ଦିରକୁ ଅବହେଳା ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ମନ୍ଦିରକୁ ଘୋର ଅବହେଳା ଅଭିଯୋଗ । ମନ୍ଦିର ସମ୍ମୁଖରେ କଳା ଫିତା ପିନ୍ଧି ଧାରଣାରେ ବସିଲେ ଭକ୍ତ । ବଲାଙ୍ଗୀର ରାଜାଙ୍କ ଅମଳରୁ ପାଟଣେଶ୍ୱରୀ ଏଠିକାର ଅଧିଷ୍ଠାତ୍ରୀ ଦେବୀ । ରାଜାରୁ ପ୍ରଜା ସମସ୍ତେ ତାଙ୍କ ଭକ୍ତ । କୌଣସି ନୂଆ କାମ ତାଙ୍କ ଆଶୀର୍ବାଦ ବିନା ହୋଇନଥାଏ । କିନ୍ତୁ ମାଆ ପାଟଣେଶ୍ୱରୀ ଆଜି ଅବହେଳିତ । ମାଆଙ୍କ ମନ୍ଦିର ଏବେ ଜରଜୀର୍ଣ୍ଣ ଅବସ୍ଥାରେ ଅଛି । ଉପରୁ ପାଣି ଚାଲୁଥିବା ବେଲେ ମନ୍ଦିର ଭିତରକୁ ନାଳନର୍ଦ୍ଦମା ପାଣି ପଶୁଛି । ତେବେ ଗତ ଦୁଇ ଦିନ ତଳେ ବଡ ବର୍ଷାରେ ଏହି ମନ୍ଦିର ଭିତରକୁ ଆଣ୍ଠୁଏ ପାଣି ପଶିଥିବା ବେଳେ ମା’ ପାଟଣେଶ୍ୱରୀ ମଧ୍ୟ ପାଣିରେ ବୁଡି ଯାଇଥିଲେ । ଯାହାକୁ ନେଇ ସବୁଠି ଚର୍ଚ୍ଚା ହୋଇଥିବା ବେଳେ ସିଧା ସଳଖ ଦେବୋତ୍ତର ବିଭାଗ ଓ ପ୍ରଶାସନକୁ ଏଥିପାଇଁ ଲୋକେ ଦାୟୀ କରିଥିଲେ ।

ସେହିପରି ଏହି ସମସ୍ୟା ଦୀର୍ଘ ବର୍ଷରୁ ଲାଗି ରହିଥିବା ବେଳେ ଲୋକେ ମନ୍ଦିର ମରାମତି ଓ ପୁନରୁଦ୍ଧାର ଦାବି କରି ଆସୁଛନ୍ତି । ହେଲେ ଏଯାଏଁ ସରକାର ତାକୁ କର୍ଣ୍ଣପାତ କରି ନାହାନ୍ତି । ଏହାକୁ ନେଇ ବିଭିନ୍ନ ସଂଗଠନ ଓ ଭକ୍ତ ମିଶି ମନ୍ଦିର ସମ୍ମୁଖରେ ଧାରଣା ଦେଇଥିଲେ। ଏବଂ ଶୀଘ୍ର ମନ୍ଦିରର ମରାମତି ସାଙ୍ଗକୁ ଲାଗି ରହିଥିବା ସବୁ ସମସ୍ୟା ଦୂର କରିବା ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ଦାବି କରିଥିଲେ ।

ଭକ୍ତ ପ୍ରଶାନ୍ତ ମହାକୁର କହିଛନ୍ତି, ‘‘ବାରମ୍ବାର ସବୁ ସମସ୍ୟାକୁ ନେଇ ଆନ୍ଦୋଳନ କରିବା ସହ ଦାବି କରି ଆସିଛନ୍ତି । ତେବେ ମନ୍ଦିରରେ ପାଣି ଗଳିବା ମନ୍ଦିର ମଧ୍ୟକୁ ନାଳନର୍ଦ୍ଦମା ପାଣି ପଶିବା ଅତି ଅଭାବନୀୟ । ଏପରିକି ଗତ ଦୁଇ ବର୍ଷ ହେବ ବର୍ଷାରେ ପାଣି ପଶି ମା’ ବୁଡିଯିବା ଭଳି ଅଭାବନୀୟ ଘଟଣା ଘଟୁଛି । ତେଣୁ ପ୍ରଶାସନ ଓ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ପଦକ୍ଷେପ ନନେଲେ ରାଜାରାସ୍ତାରେ ଆନ୍ଦୋଳନ କରିବେ ।’’

ସେପଟେ ଦେବୋତ୍ତର ବିଭାଗ ଅଧିକାରୀ ସୁଧୀର ଦାସ କହିଛନ୍ତି, ‘‘ବଲାଙ୍ଗୀରର ସବୁ ପୁରାତନ ମନ୍ଦିରର ପୁନରୁଦ୍ଧାରକୁ ନେଇ ସରକାର ଓ ପ୍ରଶାସନ ସଜାଗ ଅଛନ୍ତି । ନିକଟରେ ମା’ ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ ନୂଆ ଯୋଜନା ଶୀଘ୍ର ମଞ୍ଜୁର ହେବ ବୋଲି । ସମାନ ଭାବରେ ମା’ ପାଟଣେଶ୍ୱରୀଙ୍କ ମନ୍ଦିରକୁ ନେଇ ମଧ୍ୟ ସରକାରଙ୍କୁ ସୂଚିତ କରାଯାଇଛି । ଖୁବ ଶୀଘ୍ର ଏହାର ମଧ୍ୟ କାମ ହେବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.