ETV Bharat / state

ବଲାଙ୍ଗୀରରେ ଚାଞ୍ଚଲ୍ୟ, ଯୁବକଙ୍କୁ ହତ୍ୟା ପରେ ୧୨ ଖଣ୍ଡ କରି ହତ୍ୟାକାରୀ ଫେରାର - ଯୁବକଙ୍କୁ ହତ୍ୟା ପରେ ୧୨ ଖଣ୍ଡ

ବଲାଙ୍ଗୀରରେ ବୀଭତ୍ସ ହତ୍ୟା । ବନ୍ଦ ଘରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

murder in balangir
murder in balangir
author img

By

Published : May 18, 2023, 9:19 AM IST

murder in balangir

ବଲାଙ୍ଗୀର: ସହରରେ ଚାଞ୍ଚଲ୍ୟ । ଯୁବକଙ୍କୁ ବୀଭତ୍ସ ହତ୍ୟା । ପରେ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲା ହତ୍ୟାକାରୀ । ହତ୍ୟାପରେ ୧୨ ଖଣ୍ଡ କରି ପଲିଥିନରେ ଭର୍ତ୍ତି କରି ଫେରାର ହୋଇଯାଇଛି ଦୁର୍ବୃତ୍ତ । ବଲାଙ୍ଗୀର ସାଲେପାଲିରୁ ସାମ୍ନାକୁ ଆସିଛି ଏଭଳି ଛାତିଥରା ଘଟଣା । ବନ୍ଦ ଘରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତ ଯୁବକ ଜଣଙ୍କ ରିଙ୍କୁ ମେହେର ବୋଲି ଜଣାପଡିଛି ।

ସୂଚନାଅନୁସାରେ, ବଲାଙ୍ଗୀର ସାଲେପାଲିରେ ଜଣଙ୍କ ଘରେ ରିଙ୍କୁ ଭଡାରେ ରହୁଥିଲେ । ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଲୋକଙ୍କ ସହ ସବୁବେଳ କଳହ କରୁଥିଲେ । ତେବେ ତାଙ୍କ ସହ ତାଙ୍କ ମାଆ ବାପା ଓ ଜଣେ ଭାଇ ମଧ୍ୟ ରହୁଥିଲେ । ହେଲେ କିଛି ଦିନ ପୂର୍ବରୁ ରିଙ୍କୁ ମେହେର ତାଙ୍କ ମାଆ ବାପାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ରିଙ୍କୁ ଘରେ ଏକୁଟିଆ ରହୁଥିଲେ । ହେଲେ ଗତ ଦୁଇଦିନ ହେବ ସେ ଘରୁ ବାହାରୁ ନଥିଲେ । ଗତକାଲି(ବୁଧବାର) ଘରୁ ଦୁର୍ଗନ୍ଧ ବାହାରିବାରୁ କିଛି ଲୋକ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗିଥିଲା । ତେବେ ଖୋଲିବା ପରେ ଅଧିକ ଦୁର୍ଗନ୍ଧ ହେବା ସହ ମୁଣ୍ଡବିହୀନ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।

ଏହାପରେ ପୋଲିସ ସାଇଣ୍ଟିଫିକ ଟିମ୍ ସହ ସଂପୃକ୍ତ ଘରେ ଯାଞ୍ଚ ଆରମ୍ଭ କରିଥିଲା । ଘରୁ ଏକାଧିକ କଳା ପଲିଥିନରେ ମୁଣ୍ଡ ହାତ ଗୋଡ଼ ଇତ୍ୟାଦି ଭର୍ତ୍ତି ଥିବାର ପାଇଥିଲା । ଯେଉଁଥିରୁ ଯୁବକକୁ ପ୍ରଥମେ ହତ୍ୟା ପରେ ଧାରୁଆ ଅସ୍ତ୍ରରେ ତାର ଶରୀରକୁ ଖଣ୍ଡ ବିଖଣ୍ଡ କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ଏଥରୁ ସ୍ପଷ୍ଟ ଜଣାପଡୁଛି ଯେ, ହତ୍ୟାକାରୀ ପ୍ରମାଣ ନଷ୍ଟ କରିବା ପାଇଁ ଏଭଳି ବୀଭତ୍ସ କାଣ୍ଡ ଘଟାଇଥାଇପାରେ ।

ସେପଟେ ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି, "ପ୍ରଥମେ ଆମକୁ ସାଲେପାଲିର କିଛି ଯୁବକ ଫୋନ୍ କରିଥିଲେ। ରିଙ୍କୁ ମେହେର ରହୁଥିବା ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ କହିଥିଲେ । ଫଳରେ ଆମ ପୋଲିସ୍ ଟିମ ଆସି ତଦନ୍ତ କରିବା ସମୟରେ ଯୁବକର ଖଣ୍ଡ ବିଖଣ୍ଡିତ ମୃତଦେହ ପାଇଥିଲା । ତେବେ ମୃତକ ରିଙ୍କୁ ମେହେର ହୋଇଥିବା ବେଳେ ତାକୁ ପ୍ରଥମ ହତ୍ୟା ଓ ପରେ ଧାରୁଆ ଅସ୍ତ୍ରରେ ଖଣ୍ଡ ଖଣ୍ଡ କରାଯାଇଛି । ସେହିପରି ଏହି ଖଣ୍ଡ ବିଖଣ୍ଡ ଶରୀରକୁ ଅନ୍ୟତ୍ର ଫିଙ୍ଗିବା ସମ୍ଭବ ନ ହେବାରୁ ହତ୍ୟାକାରୀ ଏଠି ସବୁ ଛାଡ଼ି ଦେଇଥିବାର ଅନୁମାନ କରାଯାଉଛି । ଏହି ଘଟଣାର ତଦନ୍ତ ଜାରି ରହିଛି ଓ ଖୁବ ଶୀଘ୍ର ହତ୍ୟା କରି ଧରାପଡ଼ିବେ ।" ତେବେ ରିଙ୍କୁ ଘରେ ଏକୁଟିଆ ରହୁଥିବା ବେଳେ କିଏ ଓ କାହିଁକି ତାଙ୍କୁ ଏଭଳି ବୀଭତ୍ସ ଭାବରେ ହତ୍ୟା କରିଛି ତାହା ଏବେ ସ୍ପଷ୍ଟ ହୋଇନାହିଁ । ପୋଲିସ ରହସ୍ୟ ଉପରୁ କେବେ ପରଦା ହଟାଇବାରେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.