ETV Bharat / state

3 ଦିନ ଧରି ହସ୍ପିଟାଲରେ ପଡ଼ି ରହିଛି ମୃତଦେହ - deadbody has been lying in the hospita

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ନର୍ସ ଡାକ୍ତର ଓ ମୃତକଙ୍କ ସମ୍ପର୍କୀୟ ମଧ୍ୟରେ ହୋଇଥିଲା ମାର୍‌ପିଟ। ଇତି ମଧ୍ୟରେ ଏହାକୁ ତିନି ଦିନ ବିତିଯାଇ ଥିଲେ ମଧ୍ୟ ଏଯାଏଁ ମୃତଦେହ ହସ୍ପିଟାଲ ମଧ୍ୟରେ ପଡ଼ି ରହିଛି। ଅଧିକ ପଢନ୍ତୁ...

3 ଦିନ ଧରି ହସ୍ପିଟାଲରେ ପଡ଼ି ରହିଛି ମୃତଦେହ
3 ଦିନ ଧରି ହସ୍ପିଟାଲରେ ପଡ଼ି ରହିଛି ମୃତଦେହ
author img

By

Published : Mar 11, 2021, 1:54 PM IST

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ନର୍ସ ଡାକ୍ତର ଓ ମୃତକଙ୍କ ସମ୍ପର୍କୀୟ ମଧ୍ୟରେ ହୋଇଥିଲା ମାର୍‌ପିଟ। ଇତି ମଧ୍ୟରେ ଏହାକୁ ତିନି ଦିନ ବିତିଯାଇ ଥିଲେ ମଧ୍ୟ ଏଯାଏଁ ମୃତଦେହ ହସ୍ପିଟାଲ ମଧ୍ୟରେ ପଡ଼ି ରହିଛି। ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜରେ ଜଣେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁକୁ ନେଇ ପ୍ରଥମେ ଉତ୍ତେଜନା ଓ ପରେ ମାରପିଟ୍ ଭଳି ସ୍ଥିତି ଉପୁଜି ଥିଲା। ଯାହା ପରେ ମୃତକଙ୍କ ପରିବାରର ଦଶ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମୃତକଙ୍କ ପରିବାର ଲୋକେ ଯେପର୍ଯ୍ୟନ୍ତ ଜେଲରୁ ଫେରିବେ ନାହିଁ ସେ ପର୍ଯ୍ୟନ୍ତ ମୃତଦେହକୁ କେହି ନେବେ ନାହିଁ ବୋଲି କହିଛନ୍ତି ସମ୍ପର୍କୀୟ।

3 ଦିନ ଧରି ହସ୍ପିଟାଲରେ ପଡ଼ି ରହିଛି ମୃତଦେହ

ସୂଚନା ଅନୁସାରେ, ଗତ ଆଠ ତାରିଖରେ ବଲାଙ୍ଗୀର ଭୂର୍ଶି ପାଲି ଗ୍ରାମର ଯୁବକ ହେମନ୍ତ ବାରିକଙ୍କୁ ଚିକିତ୍ସା ପାଇଁ ଭୀମ ଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ଏବଂ ଚିକିତ୍ସା ଅବହେଳାରୁ ତାଙ୍କ ସେହିଦିନ ମୃତ୍ୟୁ ହୋଇଥିବାର ଅଭିଯୋଗ କରି ତାଙ୍କ ସମ୍ପର୍କୀୟମାନେ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଡ଼ାକ୍ତର ଓ ନର୍ସଙ୍କୁ ମାଡ଼ ମାରିଥିଲେ। ତେବେ ପୋଲିସ ଏଥିରେ କାର୍ଯ୍ୟାନୁଷ୍ଠାନ ନେଇ ଦଶ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଯାହାକୁ ବିରୋଧ କରି ମୃତକଙ୍କ ସମ୍ପର୍କୀୟ ମୃତଦେହକୁ ମେଡିକାଲ ପରିସରରେ ପକେଇ ରଖିଛନ୍ତି।

ଅନ୍ୟପଟେ ପୋଲିସ ଓ ମେଡିକାଲ କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ମୃତଦେହ ନେବା ପାଇଁ ନିବେଦନ କରିଥିବାର କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.