ETV Bharat / state

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Sep 11, 2022, 3:59 PM IST

ଗାଁ ମଝିରୁ ଯୁବକଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗ୍ରାମରେ ଅଭାବନୀୟ ଘଟଣା । ଅଧିକ ପଢ଼ନ୍ତୁ

dead body found from village in balangir
ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଲାଙ୍ଗୀର: ଗାଁ ଦାଣ୍ଡରୁ ଯୁବକଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ସେହି ଗ୍ରାମର ସୁରେଶ ଭୁଏ ବୋଲି ଜଣାପଡ଼ିଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ଆଜି ସକାଳୁ ଗାଁର ରାସ୍ତା ମଝିରେ ବାଉଁଶ ଘୋଡାହୋଇ ଜଣେ ଯୁବକର ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।

ଯୁବକଙ୍କ ମୃତଦେହ ଉଦ୍ଧାର

ଏହା ମଧ୍ୟ ପଢ଼ନ୍ତୁ: ନିଶା ଦେଇ ଘର ମାଲିକଙ୍କୁ ବ୍ଲାକ ମେଲ୍ ଘଟଣା, ଯୁବକ ଯୁବତୀଙ୍କୁ ବାନ୍ଧିଲା ପୋଲିସ

ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଯୁବକର ପରିଚୟ ମିଳିଥିଲା । ସୁରେଶ ଜଣେ ମଦ୍ୟପ ଥିବା ବେଳେ ଗତ ବିଳମ୍ବିତ ରାତିରେ ତାକୁ କେହି ହତ୍ୟା କରି ଥିବାର ପୋଲିସ ସନ୍ଦେହ କରିଛି । ସେହିପରି ମୃତକଙ୍କ ପରିବାର ଲୋକେ ମଧ୍ୟ ହତ୍ୟା ଅଭିଯୋଗ ଆଣିଛନ୍ତି । ଏନେଇ ବଲାଙ୍ଗୀର ଏସଡିପିଓ କହିଛନ୍ତି, "ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି ।

ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି ।" ସଦର ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ଯାଞ୍ଚ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିଲେ ମୃତ୍ୟୁର ସତ୍ୟତା ଜଣାପଡ଼ିବ ବୋଲି ଏସଡିପିଓ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.