ETV Bharat / state

ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ବିରୋଧ, ପ୍ରତିକ୍ରିୟା ରଖିଲା ବଲାଙ୍ଗୀର ଓକିଲ ସଂଘ

author img

By

Published : May 19, 2022, 8:21 PM IST

ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଘଟଣାକୁ ବିରୋଧ କଲା କଟକ ଓକିଲ ସଂଘ । ପ୍ରତିକ୍ରିୟା ରଖିଲା ବଲାଙ୍ଗୀର ଓକିଲ ସଂଘ । ଅଧିକ ପଢନ୍ତୁ

ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ବିରୋଧ, ପ୍ରତିକ୍ରିୟା ରଖିଲା ବଲାଙ୍ଗୀର ଓକିଲ ସଂଘ
ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ବିରୋଧ, ପ୍ରତିକ୍ରିୟା ରଖିଲା ବଲାଙ୍ଗୀର ଓକିଲ ସଂଘ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଘଟଣା(Permanent high court bench in Western Odisha) । ଏହାକୁ ବିରୋଧ କରିଛି କଟକ ଓକିଲ ସଂଘ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବଲାଙ୍ଗୀର ଓକିଲ ସଂଘ । ଆଗକୁ ଚିଫ ଜଷ୍ଟିସଙ୍କୁ ଭେଟି ଏ ନେଇ ଦାବି ଜଣାଇବ ବୋଲି ସଂଘ କହିଛି ।

ନିକଟରେ କେନ୍ଦ୍ର ଆଇନ ମନ୍ତ୍ରୀ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ପ୍ରତିକ୍ରିୟା ରଖିଥିଲେ। ସେହିପରି ରାଜ୍ୟ ସରକାରଙ୍କୁ ଏଥିପାଇଁ ଭିତ୍ତିଭୂମି ଆଦି ଉପରେ ସ୍ପଷ୍ଟୀକରଣ ମାଗିଛନ୍ତି । ସେପଟେ ଏହାକୁ ନେଇ କଟକ ଓକିଲ ସଂଘ ବୈଠକ କରି ବେଞ୍ଚ ସ୍ଥାପନକୁ କଡାକଡ଼ି ଭାବରେ ବିରୋଧ କରିଛି । ସେପଟେ କଟକ ଓକିଲ ସଂଘର ଏହି ପଦକ୍ଷେପକୁ କଡା ନିନ୍ଦା କରିଛି ବଲାଙ୍ଗୀର ଓକିଲ ସଂଘ । ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।

ସେହିପରି କଟକ ଓକିଲ ସଂଘ କେବଳ ତାଙ୍କର ସ୍ବାର୍ଥ ଦେଖୁଛନ୍ତି ଓ ଉପାନ୍ତ ଲୋକ କେମିତି ନ୍ୟାୟ ନ ପାଇବେ ତାହା ସେମାନେ ଚାହୁଁଛନ୍ତି ବୋଲି ଏମାନେ କହିଛନ୍ତି । ତେବେ ବଲାଙ୍ଗୀରରେ ପୂର୍ବରୁ ହାଇକୋର୍ଟ ଥିଲା ଓ ଜସୱନ୍ତ ସିଂହ କମିଶନ ରିପୋର୍ଟ ଅନୁସାରେ ଏଠି ହିଁ ହାଇକୋର୍ଟ ବେଞ୍ଚ ହେଉ ବୋଲି ଏମାନେ ଦାବି କରିଛନ୍ତି । ଏଠାକାର ଲୋକେ ଦୀର୍ଘ ଦଶନ୍ଧି ହେବ ଆନ୍ଦୋଳନ କରି ଆସୁଛନ୍ତି । ତେବେ ଆଗକୁ ବଲାଙ୍ଗୀର ଓକିଲ ସଂଘ ମଧ୍ୟ ଚିଫ୍ ଜଷ୍ଟିସଙ୍କୁ ଭେଟିବ ଓ ପୁନର୍ବାର ତାଙ୍କର ଦାବି ଜଣାଇବେ ବୋଲି ଏମାନେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.