ETV Bharat / state

ପାଟଣାଗଡ ଜେଲରେ କୋରୋନା ଆତଙ୍କ, ଜଣେ ମୃତ 40 ପଜିଟିଭ

ଦିନକୁ ଦିନ ବଲାଙ୍ଗୀର ପାଟଣାଗଡ ଜେଲର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଶୁକ୍ରବାର ଜେଲର କୋରୋନା ଆକ୍ରାନ୍ତ କଏଦୀ ମୃତ୍ୟୁ ଘଟିଛି । ଜେଲରେ ବର୍ତ୍ତମାନ 40 ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : May 7, 2021, 8:08 PM IST

covid19 positive cases rise in patanagarh jail one death
ପାଟଣାଗଡ ଜେଲରେ କୋରୋନା ଆତଙ୍କ, ଜଣେ ମୃତ 40 ପଜିଟିଭ

ବଲାଙ୍ଗୀର: ପାଟଣାଗଡ ଜେଲରେ କୋରୋନା ଆତଙ୍କ, ଜଣେ ମୃତ 40 ପଜିଟିଭ । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି ପାଟଣାଗଡ ଜେଲ । ଆଜି କୋରୋନା ଆକ୍ରାନ୍ତ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

କୋରୋନା ସଂକ୍ରମଣ ଦୃତ ଗତିରେ ବଢ଼ି ଚାଲିଥିବା ବେଳେ କୌଣସି ସ୍ଥାନ କିମ୍ବା ଅଞ୍ଚଳ ଏବେ ଏଥିରୁ ବର୍ତ୍ତିପାରୁନାହିଁ । ସମାନ ଭାବରେ ପାଟଣାଗଡ ଉପକାରାଗାରରେ କୋରୋନା ଆତଙ୍କ ଦେଖାଦେଇଛି। ଯେଉଁଥିରେ ଚାଳିଶ ଜଣ କଏଦୀ କୋରୋନା ସଂକ୍ରମିତ ଥିବା ବେଳେ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୃତ ବ୍ୟକ୍ତି ଜଣକ ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ଧଣ୍ଡମୁଣ୍ଡା ଗ୍ରାମର ବଲ୍ଲଭ ପ୍ରଧାନ ବୋଲି ଜଣାପଡିଛି। ସେ ଗତ 25 ତାରିଖରେ ବେଆଇନ କଫ ସିରପ କାରବାରରେ ଗିରଫ ହୋଇ ଏହି ଜେଲରେ ବିଚାରଧୀନ କଏଦୀ ଭାବରେ ଥିଲେ। ଗତ 30 ତାରିଖରେ ସେ କୋରୋନା ସଂକ୍ରମିତ ଥିବାର ଜଣାପଡ଼ିଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଅନ୍ୟପଟେ ପାଟଣାଗଡ଼ ଜେଲରେ ଭିତ୍ତିଭୂମିର ଅଭାବ ଥିବା ବେଳେ 99 ଜଣ ଅନ୍ତେବାସୀ ରହିବାର କ୍ଷମତା ଥିବା ବେଳେ ଏବେ 117 ଜଣ ଅନ୍ତେବାସୀ ରହୁଛନ୍ତି। ସମାନ ଭାବରେ ସ୍ଥାନ ଅଭାବ ଯୋଗୁଁ ଅପ୍ରୀତିକର ପରିସ୍ଥିତି ଥିବାବେଳେ କୋରୋନା ସଂକ୍ରମଣ ଏବେ ଆଉ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି। ସେହିପରି ସୂଚନା ଅନୁସାରେ ପୂର୍ବରୁ କିଛି ଜେଲ କର୍ମଚାରୀ କୋରୋନା ସଂକ୍ରମିତ ହୋଇ ଏବେ ଛୁଟିରେ ଥିବା ବେଳେ ଅଳ୍ପ କର୍ମଚାରୀରେ ଏଭଳି ପରିସ୍ଥିତି ଅସମ୍ଭାଳ ସମସ୍ୟା ସୃଷ୍ଟି କରିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.