ବଲାଙ୍ଗୀର: ପାଟଣାଗଡ଼ର ପ୍ରସିଦ୍ଧ ବଏଲ୍ ଯାତ୍ରା କୋଭିଡ କଟକଣା ମଧ୍ୟରେ ହେବ ପାଳନ । ଏନେଇ ଲାଗୁ ହୋଇଛି 144 ଧାରା ।
ସେହିପରି ଭିଡ଼ ଯେମିତି ନ ଜମେ ସେଥିପାଇଁ ପୋଲିସ କଡା ବନ୍ଦୋବସ୍ତ କରିଛି । ତେବେ ପାଟଣାଗଡ଼ ବଏଲ୍ ଯାତ୍ରା ଆବହମାନ କାଳରୁ ପାଳିତ ହୋଇ ଆସୁଥିବା ବେଳେ ଏହି ଯାତ୍ରାରେ ମା’ ସମଲେଇ ମା’ ପାଟନେଶ୍ବରି ଓ ଦୁଙ୍ଗି ଦେବୀ ସାଧାରଣ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏଥିସହ ସହର ପରିକ୍ରମା କରି ମା’ ଦଶମତିଙ୍କ ଦର୍ଶନ କରିଥାନ୍ତି । ଏଥିପାଇଁ ଏହି ଭବ୍ୟ ସମାରୋହ ଆୟୋଜନ ହେଉଥିବା ବେଳେ ଜିଲ୍ଲା ଓ ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ।
ହେଲେ ଏଥର କୋଭିଡ କଟକଣା ମଧ୍ୟରେ ଏହି ଯାତ୍ରା ପାଳନ ହେବ । ଏ ନେଇ ପ୍ରଶାସନ, ପୋଲିସ୍ ଓ ଯାତ୍ରା ଆୟୋଜକ କମିଟିର ଆଜି ବୈଠକ ଅନୁଷ୍ଠିତ ହୋଇଛି । ଏଥର ଅର୍ଥାତ୍ ଶନିବାର ହେବାକୁ ଥିବା ଏହି ଯାତ୍ରା କେବଳ ରୀତି ନୀତି ଅନୁସାରେ ବିନା ବାଜା ଗଜାରେ ସମାପନ କରିବାର ନିଷ୍ପତ୍ତି ହୋଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ