ETV Bharat / state

ବଲାଙ୍ଗୀରରେ ଧାନ କିଣା ଦୁର୍ନୀତି, ପ୍ରଶାସନ-ମିଲରଙ୍କ ମଧୁଚନ୍ଦ୍ରିକା ଥିବା ଅଭିଯୋଗ - ବଲାଙ୍ଗୀର ଧାନ କିଣା ଦୁର୍ନୀତି

ଧାନ କିଣା ଆରମ୍ଭରୁ ବଲାଙ୍ଗୀରର ଏକ ମିଲରୁ ବିପୁଳ ପରିମାଣର ଧାନ ଚାଉଳ ଜବତ । ମିଲର ଓ ପ୍ରଶାସନର ମଧୁଚନ୍ଦ୍ରିକାରେ ଦୁର୍ନୀତି ଚାଲିଥିବା ଅଭିଯୋଗ । ସେପଟେ ଘଟଣାରେ ତଦନ୍ତ ଜାରି ରହିଥିବା କହିଲେ ବଲାଙ୍ଗୀର ଜିଲ୍ଲାପାଳ । ଅଧିକ ପଢନ୍ତୁ

ବଲାଙ୍ଗୀରରେ ଧାନ କିଣା ଦୁର୍ନୀତି, ପ୍ରଶାସନ-ମିଲରଙ୍କ ମଧୁଚନ୍ଦ୍ରିକା ଥିବା ଅଭିଯୋଗ

author img

By

Published : Dec 10, 2021, 8:48 AM IST

ବଲାଙ୍ଗୀର: ଧାନ କିଣାରେ ଦୁର୍ନୀତି ଛିଟା । ଧାନ କିଣା ଆରମ୍ଭରୁ ବଲାଙ୍ଗୀରର ଏକ ମିଲରୁ ବିପୁଳ ପରିମାଣର ଧାନ ଓ ଚାଉଳ ଜବତ । ବିଭିନ୍ନ ସମୟରେ ଚାଷୀଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟଠୁ କମ୍ ମୂଲ୍ୟରେ ଧାନ କିଣି ମିଲର ଷ୍ଟକ ରଖିଥିବା ଅଭିଯୋଗ ହୋଇଛି । ସେପଟେ ମିଲର ଓ ପ୍ରଶାସନର ମଧୁଚନ୍ଦ୍ରିକାରେ ଜିଲ୍ଲାରେ ଦୁର୍ନୀତି ଚାଲିଥିବା ଅଭିଯୋଗ କରିଛି କୃଷକ ସଙ୍ଗଠନ ।

ବଲାଙ୍ଗୀରରେ ଧାନ କିଣା ଦୁର୍ନୀତି, ପ୍ରଶାସନ-ମିଲରଙ୍କ ମଧୁଚନ୍ଦ୍ରିକା ଥିବା ଅଭିଯୋଗ

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ବଲାଙ୍ଗୀର ବେଲାପଡ଼ାସ୍ଥିତ ଶ୍ୟାମ ଜି ରାଇସ ମିଲରେ ବେଆଇନ ଧାନ ଗଚ୍ଛିତ ଥିବାର ଅଭିଯୋଗ ପରେ ପ୍ରଶାସନ ସେଠାରେ ଚଢାଉ କରିଥିଲା । ମିଲରୁ ୯ ହଜାର କ୍ୟୁଣ୍ଟାଲ ଧାନ ଓ ୬୦୦ କ୍ୟୁଣ୍ଟାଳ ଚାଉଳ ଜବତ କରାଯାଇଥିଲା ।

ଅଭିଯୋଗ ଅନୁଯାୟୀ, ଏହି ରାଇସ ମିଲ ଗତ ଖରିଫ ଓ ରବି ଋତୁ ଧାନ କିଣାରେ ସାମିଲ ହୋଇଥିଲା ଏବଂ ସବୁ ଧାନ ମିଲିଂ କରି ପ୍ରଶାସନକୁ ହସ୍ତାନ୍ତର କରିଥିବାର ରେକର୍ଡ ଦେଖାଇଥିଲା । ଏପରିକି ସବୁ ସରକାରୀ ରେକର୍ଡରେ ମିଲ୍ ପାଖରେ ଧାନ ଷ୍ଟକ ଶୂନ ବୋଲି ଉଲ୍ଲେଖ ହୋଇଥିଲା । କିନ୍ତୁ ଏହି ମିଲର୍ ବେଆଇନ ଭାବେ ସିଧାସଳଖ ଚାଷୀଙ୍କ ପାଖରୁ ଧାର୍ଯ୍ୟ ମୂଲ୍ୟ ଠୁ କମରେ ଧାନ କିଣି ଶୋଷଣ କରୁଥିବାର ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ମାତ୍ର କିଛି ପ୍ରଶାସନିକ ଅଧିକାରୀ ଜାଣିଶୁଣି ଚୁପ୍ ବସିଥିଲେ । ଏପରିକି କିଛି ଦିନ ପୂର୍ବରୁ ପାଟଣାଗଡ଼ ଉପଜିଲ୍ଲାପାଳ ଏବଂ ସିଏସଓ ନିଜେ ଦୁଇ ଥର ମିଲକୁ ଯାଇ ଧାନ ଓ ଚାଉଳ ଷ୍ଟକ୍ ନ ଥିବାର ରିପୋର୍ଟ ଦେଇଥିଲେ ।

ମାତ୍ର ଲୋକେ ଶ୍ୟାମ ଜି ରାଇସ ମିଲରେ ବେଆଇନ ଧାନ ଗଚ୍ଛିତ ଥିବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମିଲରେ ପୁନର୍ବର ଚଢାଉ ହୋଇଥିଲା । ଯଦ୍ବାରା ସେଠାରୁ ପ୍ରଚୁର ପରିମାଣର ଧାନ ଓ ଚାଉଳ ଜବତ କରାଯାଇଛି । ତେବେ ଷ୍ଟକ ଶୂନ୍ୟ ନେଇ ପ୍ରଶାସନ ଓ ଯୋଗାଣ ବିଭାଗର ରିପୋର୍ଟ ପରେ ମଧ୍ୟ କିପରି ଉକ୍ତ ମିଲରୁ ବିପୁଳ ପରିମାଣରେ ଧାନ ଚାଉଳ ଜବତ ହେଲା ତାହା ବର୍ତ୍ତମାନରେ ସବୁଠୁ ବଡ ପ୍ରଶ୍ନବାଚୀ ହୋଇଛି । ତେଣୁ ପ୍ରଶାସନ ଓ ମିଲରଙ୍କ ମଧୁଚନ୍ଦ୍ରିକାରେ ଏସବୁ ଚାଲିଥିବାର ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ମିଲରୁ ଧାନ ଚାଉଳ ଜବତ ପରେ ତାତିଛି ବଲାଙ୍ଗୀର ବିଭିନ୍ନ କୃଷକ ସଙ୍ଗଠନ । ମିଲ୍ ମାଲିକ ଏବଂ ସମ୍ପୃକ୍ତ ଅଧିକାରଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି କୃଷକ ନେତା ।

ସୂଚନାଯୋଗ୍ୟ, ଏହି ଶ୍ୟାମ ଜି ରାଇସ ମିଲ ସବୁ ସମୟରେ ପିଡିଏସ ଚାଉଳ କିଣି ତାକୁ ପୁଣି ନୂଆ ଭାବରେ ଭର୍ତ୍ତି କରି ସରକାରଙ୍କୁ ହିଁ ବିକ୍ରି କରୁଥିବାର ଅଭିଯୋଗ ହେଉଥିଲା । ଯାହା ଏବେ ସ୍ପଷ୍ଟ ହୋଇଥିବାର ଲୋକେ କହିଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲାରେ ଧାନ କିଣା କେତେ ସ୍ବଚ୍ଛ ତାହା ଅନୁମାନ କରାଯାଉଛି । ସେପଟେ ମିଲରୁ ଧାନ ଚାଉଳ ଜବତ ଘଟଣାରେ ତଦନ୍ତ ଚାଲିଥିବା ଜିଲ୍ଲାପାଳ ଜଣାଇଛନ୍ତି । ସମାନ ଭାବେ ଜରୁରୀ ଦ୍ରବ୍ୟ ସାମଗ୍ରୀ ଆଇନ, ପିଡିଏସ କଣ୍ଟ୍ରାକ୍ଟ ଅର୍ଡର ଓ ଧାନ କିଣା ନିୟମ ଉଲ୍ଲଙ୍ଘନ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.