ETV Bharat / state

ତେଲିଆ ମୁଣ୍ଡରେ ତେଲ, ଗୋଟିଏ ପରିବାର ନାଁରେ 5 ପକ୍କା ଘର

author img

By

Published : Jun 12, 2020, 5:46 AM IST

ଗରିବ ଲୋକ ବର୍ଷ ବର୍ଷ ଧରି ଆବାସ ଯୋଜନାରୁ ବଞ୍ଚିତ ଥିବା ବେଳେ ରାଜନୀତିରେ ପ୍ରଭାବଶାଳୀଙ୍କ ଗୋଟିଏ ପରିବାର ନାଁରେ 5ଟି ପକ୍କା ଘର ଥିବାର ହୋଇଛି ଅଭିଯୋଗ ।

corruption-allegations-in-the-housing-scheme-at-balangir
ତେଲିଆ ମୁଣ୍ଡରେ ତେଲ, ଗୋଟିଏ ପରିବାର ନାଁରେ 5 ପକ୍କା ଘର

ବଲାଙ୍ଗିର: ଗୋଟିଏ ପରିବାର ନାଁରେ 5ଟି ପକ୍କା ଘର । ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ବଲାଙ୍ଗିର ଓଡ଼ିଆ ପାଲି ଗ୍ରାମ ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ଗରିବ ଲୋକ ବର୍ଷ ବର୍ଷ ଧରି ଆବାସ ଯୋଜନାରୁ ବଞ୍ଚିତ ଥିବା ବେଳେ ରାଜନୀତିରେ ପ୍ରଭାବଶାଳୀଙ୍କ ଗୋଟିଏ ପରିବାର ନାଁରେ 5ଟି ପକ୍କା ଘର ଥିବାର ହୋଇଛି ଅଭିଯୋଗ ।

ବଲାଙ୍ଗିର ଖପ୍ରାଖୋଲ ବ୍ଲକ୍ ଓଡ଼ିଆ ପାଲି ପଞ୍ଚାୟତ ଭାଲୁ ଦୁଙ୍ଗୁରି ଗ୍ରାମରୁ ଏହି ଅଭିଯୋଗ ଆସିଛି । ଯେଉଁଥିରେ ପାଟଣାଗଡ଼ର ବିଧାୟକଙ୍କ ଏଠିକାର ବ୍ଲକ୍ ପ୍ରତିନିଧି ପଞ୍ଚୁଦେବ ସାହୁଙ୍କ ପରିବାର ଏହି ଦୁର୍ନୀତିରେ ଜଡ଼ିତ ଥିବା ଅଭିଯୋଗ ହୋଇଛି । ତେବେ ସୂଚନା ଅନୁସାରେ 2012-13 ବର୍ଷରେ ପଞ୍ଚୁଦେବ ସାହୁଙ୍କ ମାଁ ପଦ୍ମାବତୀ ସାହୁ ଗୋଟିଏ ଘର ପାଇଥିଲେ । ସେହିପରି 2014-15 ବର୍ଷରେ ନିଜେ ପଞ୍ଚୁଦେଵ୍ ସାହୁ ଓ ତାଙ୍କ ବଡ ଭାଇ ଭାରତ ସାହୁ ଆବାସ ଯୋଜନାରେ ଦୁଇଟି ଘର ହାତେଇ ଥିଲେ । ସମାନ ଭାବରେ ପୁଣି 2019-20 ବର୍ଷରେ ପଞ୍ଚୁଦେବ୍ ସାହୁଙ୍କ ପତ୍ନୀ ମମତା ସାହୁ ଓ ତାଙ୍କ ବଡ ଭାଇଙ୍କ ପତ୍ନୀ ପୁଷ୍ପାଞ୍ଜଳି ସାହୁ ଦୁଇଟି ଘର ହାତେଇଛନ୍ତି । ତେବେ ଗୋଟିଏ ପରିବାର ସ୍ତ୍ରୀ ମା ପୁଅ ସମସ୍ତେ ମିଶି 5ଟି ଘର ହାତେଇଛନ୍ତି ।

ଯାହା ଆବାସ ଯୋଜନାରେ ଏଠି ଦୁର୍ନୀତିକୁ ସ୍ପଷ୍ଟ କରିଥିବା ବେଳେ ଏହାର ତଦନ୍ତ ହେବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ ଦାବି ହୋଇଛି ।

ବଲାଙ୍ଗିରରୁ ଏସକେ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.