ETV Bharat / state

କୋରୋନା ସତର୍କତା: ବଲାଙ୍ଗୀରରେ 144 ଧାରା ଜାରି - Section 144 continues in Balangir

ବଲାଙ୍ଗୀରରେ କୋରୋନା ସତର୍କତା ଲାଗୁ ହେଲା 144ଧାରା । ଲୋକଙ୍କୁ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନର ଅପିଲ । ଅଧିକ ପଢନ୍ତୁ...

corona-warning-section-144-continues-in-balangir
କୋରୋନା ସତର୍କତା: ବଲାଙ୍ଗୀରରେ 144 ଧାରା ଜାରି
author img

By

Published : Mar 16, 2020, 11:22 PM IST

ବଲାଙ୍ଗୀର: କୋରୋନା ସତର୍କତା ପାଇଁ ଜିଲ୍ଲାରେ ଲାଗୁ ହେଲା 144ଧାରା । ଲୋକଙ୍କୁ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନର ଅପିଲ । କୋରୋନା ସତର୍କତା ପାଇଁ ସରକାରଙ୍କ କଡା ନିର୍ଦେଶ ଆସିବା ପରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତ୍ବରିତ ପଦକ୍ଷେପ ନେଇଛି । ସିଆରପିସି 144(କ) ଓ 144(ଖ) ଧାର ଜିଲ୍ଲାରେ ଲାଗୁ ହୋଇଛି । ଯାହାପରେ କୌଣସି ସାଧାରଣ ସ୍ଥାନରେ 5ରୁ ଅଧିକ ଲୋକଙ୍କ ଜମା ହେବା ଉପରେ ରୋକ୍ ଲାଗିଛି ।

କୋରୋନା ସତର୍କତା: ବଲାଙ୍ଗୀରରେ 144 ଧାରା ଜାରି

ସେହିପରି ବିଭିନ୍ନ ସଭା ସମିତି, ଧାର୍ମିକ ତଥା ଆନୁଷ୍ଠାନିକ ଓ ରାଜନୈତିକ ଜନ୍ ସମାବେଶ ଉପରେ ରୋକ୍ ଲାଗିଛି । ସମାନ ଭାବରେ ବିବାହ ବ୍ରତ ଭଳି ସମାବେଶ ଉପରେ ମଧ୍ୟ ରୋକ୍ ଲାଗିଛି । ତେବେ ପୂର୍ବରୁ ବଲାଙ୍ଗିରରେ ସପିଂ ମଲ, ସିନେମା ହଲ୍, ସ୍କୁଲ ଇତ୍ୟାଦି ବନ୍ଦ୍ ଥିବା ବେଳେ ଜିଲ୍ଲା ପ୍ରଶାସନର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ସମାନ ଭାବରେ ସବୁ ଧର୍ମଶାଳା, ହୋଟେଲ୍ କଲ୍ୟାଣ ମଣ୍ଡପର ନିର୍ଦ୍ଧାରିତ ସମାଗମ ବାତିଲ କରାଯାଇଛି । ସମସ୍ତଙ୍କୁ କୋରୋନା ସମ୍ବନ୍ଧିତ ସତର୍କତା ଅବଲମ୍ବନ କରିବା ନିର୍ଦ୍ଦେଶ ଦିଆଯାଇଛି । ଏହି ମୁସ୍କିଲ ପରିସ୍ଥିତିରେ ସାଧାରଣ ଜନତାଙ୍କୁ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.