ETV Bharat / state

କୋରୋନା ସହାୟତା: ଅତ୍ୟାବଶ୍ୟକ ସେବା ଯୋଗାଉଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ

କୋରୋନା ପାଇଁ ଲୋକ ଭୟଭୀତ ଥିବା ବେଳେ କିଛି ଲୋକ ଅତ୍ୟାବଶ୍ୟକ ସେବା ପାଇଁ ନିଜର ଜୀବନକୁ ବାଜି ଲଗାଇ ସେବା ଯୋଗାଇଛନ୍ତି । ସେମାନଙ୍କ ମଧ୍ୟରୁ ପେଟ୍ରୋଲ ପମ୍ପରେ ନିୟୋଜିତ ଥିବା କର୍ମଚାରୀ ମଧ୍ୟ ଅନ୍ୟତମ ଅଟନ୍ତି ।

corona-fear-one-of-the-people-providing-essential-services-is-a-petrol-pump-employee
କୋରୋନା ସହାୟତା: ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଅନ୍ୟତମ ବ୍ୟକ୍ତି ପେଟ୍ରୋଲ ପମ୍ପ କର୍ମଚାରୀ
author img

By

Published : Mar 28, 2020, 8:12 AM IST

ବଲାଙ୍ଗୀର: ବର୍ତ୍ତମାନ କରୋନା ମହାମାରୀ ରୂପ ନେଇଥିବା ବେଳେ ସାରା ଭାରତ ଏବେ ଲକଡାଉନ । ତେବେ କୋରୋନା ପାଇଁ ଲୋକ ଭୟଭୀତ ଥିବା ବେଳେ କିଛି ଲୋକ ଅତ୍ୟାବଶ୍ୟକ ସେବା ପାଇଁ ନିଜର ଜୀବନକୁ ବାଜି ଲଗାଇ ସେବା ଯୋଗାଇ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ପେଟ୍ରୋଲ ପମ୍ପରେ ନିୟୋଜିତ ଥିବା କର୍ମଚାରୀ ମଧ୍ୟ ଅନ୍ୟତମ ଅଟନ୍ତି ।

କୋରୋନା ସହାୟତା: ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଅନ୍ୟତମ ବ୍ୟକ୍ତି ପେଟ୍ରୋଲ ପମ୍ପ କର୍ମଚାରୀ

ଯେଉଁମାନେ ନିଜ ଜୀବନକୁ ଖାତିର ନ କରି 24 ଘଣ୍ଟା ନିଜ ସେବା ଯୋଗାଉଛନ୍ତି । କୋରୋନା ଭୟ ସୁଧା ସତର୍କତା ସହ ଅତ୍ୟାବଶ୍ୟକ ଯାନାବାହାନ ତଥା ଲୋକଙ୍କୁ ତେଲ ଯୋଗାଇ ଜୀବନର ଚକକୁ ଗଡ଼ିବାରେ ସହାୟକ ହେଉଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଥିବା ସବୁ ପେଟ୍ରୋଲ ପମ୍ପ ଜରୁରୀ ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । ତେବେ ପେଟ୍ରୋଲ ପମ୍ପ ମାଲିକମାନ ସମସ୍ତ କର୍ମଚାରୀଙ୍କ ସତର୍କତାକୁ ଗୁରୁତ୍ବ ଦେଉଛନ୍ତି ।

ଏମାନେ ମାସ୍କ ବ୍ୟବହାର ସହ ସାନିଟାଇଜର ବ୍ୟବହାର କରୁଛନ୍ତି ଏବଂ ଯଥା ସମ୍ଭବ ଦୂରତ୍ୱ ବଜାୟ ରଖୁଛନ୍ତି । ତେବେ କେବଳ ଏମାନେ ନୁହେଁ ଏଠିକୁ ଆସୁଥିବା ସମସ୍ତ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି ଏବଂ କୋରୋନା ସମ୍ପର୍କିତ ସରକାରଙ୍କ ସବୁ ନିର୍ଦେଶ ମାନିବାକୁ ଲୋକଙ୍କୁ କହୁଛନ୍ତି । ଡାକ୍ତରଙ୍କ ଭଳି ଏମାନେ ମଧ୍ୟ ଏହି ବିଷମ ପରିସ୍ଥିତିରେ ନିଜ ସେବା ପ୍ରଦାନ କରି ଉଦାହରଣ ସାଜିଛନ୍ତି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ୍‌,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.