ETV Bharat / state

ନାମ ଫଳକରେ ଅଟକିଛି ପାର୍କ ନିର୍ମାଣ କାର୍ଯ୍ୟ - 2017 ମସିହା ନଭେମ୍ବର 17ରେ ହୋଇଥିଲା ଶିଳାନ୍ୟାସ

ଦୀର୍ଘ ବର୍ଷ ହେବ ଶିଳାନ୍ୟାସ ହେବା ପରେ ବି ଆରମ୍ଭ ହୋଇପାରୁନାହିଁ ବଲାଙ୍ଗୀରର ଜଗର୍ସ ପାର୍କ । ଶୀଘ୍ର ପାର୍କ କାମ ଆରମ୍ଭ କରିବାକୁ ଦାବି କରିଛନ୍ତି ସହରର ବରିଷ୍ଠ ନାଗରିକ । ଅଧିକ ପଢନ୍ତୁ...

ନିର୍ମାଣ ହୋଇପାରୁନି ଜର୍ଗସ ପାର୍କ
ନିର୍ମାଣ ହୋଇପାରୁନି ଜର୍ଗସ ପାର୍କ
author img

By

Published : Dec 27, 2020, 9:03 AM IST

Updated : Dec 27, 2020, 9:14 AM IST

ବଲାଙ୍ଗୀର: ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଜିଲ୍ଲାର ବରିଷ୍ଠ ନାଗରିକଙ୍କ ପାଇଁ ସହର ଅଧ୍ୟରେ ଥିବା ଜିଲ୍ଲାପାଳଙ୍କ ଆବାସ ସମ୍ମୁଖ ଟିଟିଲାଗଡ଼ ରାସ୍ତାରେ ଏକ ଜଗର୍ସ ପାର୍କର ପରିକଳ୍ପନା ହୋଇଥିଲା । ଏଥିପାଇଁ ସାଂସଦଙ୍କ ପାଣ୍ଠିରୁ ଅନୁଦାନ ମଧ୍ୟ ଦିଆଯାଇଥିଲା ହେଲେ ଏହାର ନିର୍ମାଣ କାମ ଏ ଯାଏଁ ଆରମ୍ଭ ହୋଇନାହିଁ । ଦୀର୍ଘ ବର୍ଷ ହେବ ନାମ ଫଳକରେ ଅଟକି ରହିଛି ଜଗର୍ସ ପାର୍କ ।

ନାମ ଫଳକରେ ଅଟକିଛି ପାର୍କ ନିର୍ମାଣ କାର୍ଯ୍ୟ

ସୂଚନାଅନୁସାରେ, ଜିଲ୍ଲାର ପରିଷ୍ଠ ନାଗରିକମାନଙ୍କ ଅବସର ସମୟକୁ ବିତେଇବା ପାଇଁ ତଥା ସେମାନଙ୍କ ମନୋରଞ୍ଜନ ପାଇଁ ସହରରେ ଏକ ଜଗର୍ସ ପାର୍କର ନିର୍ମାଣର ପରିକଳ୍ପନା କରାଯାଇଥିଲା । ଏନେଇ ତତକାଳୀନ ସାଂସଦଙ୍କ ପାଣ୍ଠିରୁ ଅନୁଦାନ ମଧ୍ୟ ଦିଆଯାଇଥିଲା । ତେବେ 2017 ମସିହା ନଭେମ୍ବର 17ରେ ପାର୍କ ନିର୍ମାଣ ପାଇଁ ଶିଳାନ୍ୟାସ କରିବା ପରେ ବି ଏ ଯାଏଁ କାମ ଆରମ୍ଭ ହୋଇପାରି ନାହିଁ । ଏନେଇ ଅନେକ ଆଶା ରଖିଥିବା ବଲାଙ୍ଗୀରର ବରିଷ୍ଠ ନାଗରିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏନେଇ ବଲାଙ୍ଗୀରର ପୂର୍ବତନ ସାଂସଦଙ୍କୁ ପଚରାଯିବାରୁ କିଛି ଆଇନଗତ ସମସ୍ୟା ପାଇଁ କାମ ଆରମ୍ଭ ହୋଇ ପାରିନାହିଁ । ବର୍ତ୍ତମାନ ଏହି ସମସ୍ୟା ଦୂର କରାଯାଇ କାମ ଆରମ୍ଭ ହେବ ବୋଲି କହିଛନ୍ତି । ସେପଟେ ଶୀଘ୍ର ପାର୍କର ନିର୍ମାଣ କାମ ଆରମ୍ଭ କରିବାକୁ ଦାବି କରିଛନ୍ତି ସହରବାସୀ । ବଲାଙ୍ଗୀରରେ ସବୁ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ଏହି ଭଳି ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ଅନେକ ବିଳମ୍ବ ହେବା କିଛି ନୂଆ ନୁହେଁ । ତେବେ ଏହି ଜଗର୍ସ ପାର୍କର ଭବିଷ୍ୟତ କଣ ହେଉଛି ତାହା ଦେଖିବାକୁ ବାକି ରହିଲା।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Dec 27, 2020, 9:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.