ETV Bharat / state

ଲୋୟର ସୁକତେଲ ଆୟକଟ ମଧ୍ୟରେ ବ୍ୟାରେଜକୁ ନେଇ ଦ୍ବନ୍ଦ୍ବ, ଜବାବ ରଖିଲେ ନରସିଂହ

author img

By

Published : Dec 18, 2020, 10:56 AM IST

ଲୋୟର ସୁକତେଲ ଆୟକଟ(ପାଣି ମାଡିବାକୁ ଥିବା ସ୍ଥାନ) ମଧ୍ୟରେ ପୁଣି ବ୍ୟାରେଜ ନିର୍ମାଣକୁ ନେଇ ଉଠୁଛି ପ୍ରଶ୍ନ । ଜବାବ ରଖିଲେ ବଲାଙ୍ଗୀର ବିଧାୟକ । ଅଧିକ ପଢନ୍ତୁ...

ଲୋୟର ସୁକତେଲ
ଲୋୟର ସୁକତେଲ

ବଲାଙ୍ଗୀର: ସ୍ବପ୍ନ ଥିଲା ବଲାଙ୍ଗୀର ଓ ସୁବର୍ଣ୍ଣପୁରର ହଜାର ହଜାର ଚାଷ ଜମିକୁ ପାଣି ଯୋଗାଇବା । ଯାହାକୁ ପୂରଣ କରିବାକୁ ଲୋୟର ସୁକତେଲ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। କାମ ମଧ୍ୟ ଆରମ୍ଭ ହୋଇଥିଲା । ହେଲେ ଦୀର୍ଘ ଦୁଇ ବର୍ଷ ହେବ ଏହି କାମ ବନ୍ଦ ପଡିଛି । ସେପଟେ ଏଥିପ୍ରତି ଦୃଷ୍ଟି ନଦେଇ ଏହି ଅଞ୍ଚଳରେ ପୁଣି ଏକ ବ୍ୟାରେଜ ନିର୍ମାଣ ପାଇଁ ସରକାର 154 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

ଲୋୟର ସୁକତେଲ

ବଲାଙ୍ଗୀର ଛତାମଖାନା ଓ କିରାବହାଲ ଗ୍ରାମ ନିକଟରେ ଏହି ନୂତନ ବ୍ୟାରେଜ ନିର୍ମାଣ ପାଇଁ ସରକାର ନିକଟରେ 154 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ତେବେ ଏହି ଅଞ୍ଚଳକୁ ଲୋୟର ସୁକ୍‌ତେଲ ପାଣି ଲାଗିବାର ଥିବାବେଳେ ଏହା କାହା ସ୍ବାର୍ଥରେ ହେଉଛି ତାକୁ ନେଇ ଖୋଦ ସରକାରୀ ଦଳର ନେତା ପ୍ରଶ୍ନ କରିଛନ୍ତି।

ବଲାଙ୍ଗୀର ଚିର ମରୂଡି ପ୍ରପୀଡିତ ଜିଲ୍ଲା ହୋଇଥିବାବେଳେ ଏଠି ଜଳସେଚନ ମାତ୍ର 3 ପ୍ରତିଶତ ରହିଛି। ଲୋୟର ସୁକତେଲ ପ୍ରକଳ୍ପ ହେଲେ ଏହା ବୃଦ୍ଧି ହେବ। ହେଲେ ଏଥିପ୍ରତି କର୍ଣ୍ଣପାତ ନକରି ଆଉ ଏକ ନୂଆ ବ୍ୟାରେଜ ପାଇଁ ସରକାର ଅର୍ଥ ମଞ୍ଜୁର କରିବାକୁ ନେଇ ପ୍ରଶ୍ନ ଉଠିଛି ।

ତେବେ ଏହି ବ୍ୟାରେଜ ବଲାଙ୍ଗୀରର ଶୁଷ୍କ ଅଞ୍ଚଳରେ ନିର୍ମାଣ ପାଇଁ ଅନେକ ଦାବି ଓ ଆନ୍ଦୋଳନ ହେଉଥିବାବେଳେ ସରକାର ତେଲିଆ ମୁଣ୍ଡରେ ତେଲ ଦେଲା ଭଳି ଏଠାରେ କାହିଁକି ବ୍ୟାରେଜ ନିର୍ମାଣ କରିଛନ୍ତି ବୋଲି କୁହାଯାଉଛି ।

ସେହିପରି ବଲାଙ୍ଗୀର ବିଧାୟକଙ୍କ ନିଜ ଗାଁ ଛତାମଖନା ହୋଇଥିବାରୁ ସେଠି ସେ ନିଜ ସ୍ବାର୍ଥ ପାଇଁ ବ୍ୟାରେଜ ନିର୍ମାଣ କରୁଥିବାର ଅଭିଯୋଗ ହେଉଛି। ଯାହାର ଜବାବ ରଖିଛନ୍ତି ବଲାଙ୍ଗୀର ବିଧାୟକ ।

ଏହି ବ୍ୟାରେଜ କେବଳ ଭୂତଳ ଜଳ ସଂରକ୍ଷଣ ପାଇଁ ଉର୍ଦ୍ଦିଷ୍ଠ ଥିବାର ବିଧାୟକ ନରସିଂହ ମିଶ୍ର କହିଛନ୍ତି। ସମାନ ଭାବରେ ଏହାଦ୍ବାରା ଆଖ ପାଖ ଦଶଟି ପଞ୍ଚାୟତ ଉପକୃତ ହେବେ ବୋଲି ସେ କହିଛନ୍ତି। ଦରକାର ପଡିଲେ ଚାଷୀ ମଧ୍ୟ ପାଣି ବ୍ୟବହାର କରିବେ ବୋଲି ସେ କହିଛନ୍ତି।

ତେବେ ଏହାଦ୍ବାରା ଲୋୟର ସୁକତେଲ ପ୍ରକଳ୍ପ କାମକୁ କୌଣସି ବାଧା ହେବ ନାହିଁ କିମ୍ବା ସେ କୌଣସି ବାଧା ହେବାକୁ ଦେବେ ନାହିଁ ବୋଲି ମଧ୍ୟ ଜଣାଇଛନ୍ତି ବିଧାୟକ । ଅନ୍ୟପଟେ ଯେଉଁ ଅଞ୍ଚଳକୁ ଶୁଷ୍କ କୁହାଯାଉଛି ସେଠି ମଧ୍ୟ ଖୁବଶୀଘ୍ର ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ହୋଇଛି ବୋଲି ସେ କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.