ETV Bharat / state

ବଲାଙ୍ଗୀରରେ ସମରେନ୍ଦ୍ରଙ୍କ ପ୍ରାର୍ଥୀତ୍ବକୁ କଂଗ୍ରେସ କର୍ମୀଙ୍କ ବିରୋଧ - Samarendra Mishra

ସମରେନ୍ଦ୍ର ମିଶ୍ରଙ୍କ ଲୋକସଭା ପ୍ରାର୍ଥୀତ୍ବକୁ ନେଇ ବିରୋଧ କଲେ ବଲାଙ୍ଗୀର କଂଗ୍ରେସ କର୍ମୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Mar 23, 2019, 9:57 PM IST

ବଲାଙ୍ଗୀର: ବାପ-ପୁଅ ରାଜନୀତିକୁ ହଜମ କରିପାରୁନାହାଁନ୍ତି କଂଗ୍ରେସ କର୍ମୀ । ବଲାଙ୍ଗୀର ଲୋକସଭା ଲାଗି ଏଆଇସିସି ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କ ନାମରେ ମୋହର ମାରିବା ପରେ ଦେଖାଦେଇଛି ବିଦ୍ରୋହ । ନିଷ୍ପତ୍ତି ବଦଳାଇ ଲକ୍ଷ୍ମଣ ମେହେରଙ୍କୁ ଲୋକସଭା ପ୍ରାର୍ଥୀ କରାଇବାକୁ ଦାବି ହୋଇଛି ।

ସୂଚନାଯୋଗ୍ୟ, କଂଗ୍ରେସର ବଲାଙ୍ଗୀର ଲୋକସଭା ଟିକେଟ ଗତକାଲି ରାତ୍ରିରେ ଘୋଷଣା ହୋଇଛି । ଅନେକ ବାଦ ବିବାଦ ପରେ ବରିଷ୍ଠ କଂଗ୍ରେସ ନେତା ତଥା ଦଳର ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ମିଳିଛି ଟିକେଟ । ତେବେ ଏହାକୁ ଦଳୀୟ ପ୍ରାର୍ଥୀ ଆଶାୟୀ ଥିବା ଲକ୍ଷ୍ମଣ ମେହେର ଓ ତାଙ୍କ ସମର୍ଥକ ଖୁଲମଖୁଲା ବିରୋଧ କରିଛନ୍ତି । ଏହାସହ କଂଗ୍ରେସର ଶତାଧିକ କର୍ମୀ ଏକ ବୈଠକ କରି ନିର୍ବାଚନରେ ଦଳକୁ କୌଣସି ପ୍ରକାରର ସହଯୋଗ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଟିକେଟ ପାଇବାରୁ ବଞ୍ଚିତ ଥିବା ଲକ୍ଷ୍ମଣ ମେହେର ନିୟମରୁ ଊର୍ଦ୍ଧ୍ବକୁଯାଇ କଂଗ୍ରେସରେ ପରିବାରବାଦ ରାଜନୀତି ଚାଲିଛି ବୋଲି ଅଭିଯୋଗ କରିଛନ୍ତି । ଏଣୁ ସେ ବଲାଙ୍ଗୀରରେ କଂଗ୍ରେସ ପାଇଁ କୌଣସି ପ୍ରଚାର ପ୍ରସାରରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ।

ସେପଟେ ଏ ବାବଦରେ ମତ ରଖି ସମରେନ୍ଦ୍ର ମିଶ୍ର କହିଛନ୍ତି ଯେ ଏଥିରେ କୌଣସି ଫରକ ପଡିବ ନାହିଁ । ବଲାଙ୍ଗୀରରେ ଥିବା ବେରୋଜଗାରୀ, ଦାଦନ ଆଦି ସମସ୍ୟାକୁ ସେ ସାମ୍ନାକୁ ଆଣିବେ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଭିତ୍ତିକରି ଲୋକେ ତାଙ୍କୁ ଭୋଟ ଦେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସେହିପରି ତାଙ୍କୁ ଟିକେଟ ଦେଇଥିବାରୁ ସେ କଂଗ୍ରେସର ହାଇକମାଣ୍ଡ ଓ ସିଇସି କମିଟିକୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଦଳରେ ଥିବା ଅର୍ନ୍ତଦ୍ୱନ୍ଦ କିମ୍ବା ବିଦ୍ରୋହ ଆଗକୁ ରହିବ ନାହିଁ ଓ ସମସ୍ତେ ମିଳିମିଶି ନିର୍ବାଚନ ଲଢିବେ ବୋଲି ସେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.