ETV Bharat / state

ଅକାଳରେ ଝଡି ପଡୁଛନ୍ତି ଗଜରାଜ, ରାଜ୍ୟ ସରକାରଙ୍କୁ ଦାୟୀ କଲେ କଂଗ୍ରେସ ନେତା ନରସିଂହ

author img

By

Published : Jun 10, 2022, 9:11 AM IST

କେତେବେଳେ ଦୁର୍ଘଟଣା ତ କେତେବେଳେ ଅବାଧ ଶିକାର ଯୋଗୁଁ ଗଜରାଜଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଗୁରୁତ୍ଵପୂର୍ଣ୍ଣ ବିଷୟରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ

ଗଜରାଜଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗୀର: ଓଡ଼ିଶାରେ ହାତୀ ମୃତ୍ୟୁ ଚିନ୍ତାଜନକ ପରିସ୍ଥିତିରେ ଥିବା ବେଳେ ଏହାକୁ ନେଇ ବନ୍ୟ ପ୍ରାଣୀ ସଂରକ୍ଷକ ଚିନ୍ତାରେ ଅଛନ୍ତି । କେତେବେଳେ ଦୁର୍ଘଟଣା ତ କେତେବେଳେ ଅବାଧ ଶିକାର ଯୋଗୁଁ ଗଜରାଜଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଗୁରୁତ୍ଵପୂର୍ଣ୍ଣ ବିଷୟରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । ଏଥିପାଇଁ ସେ ଓଡ଼ିଶା ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି ।

ତେବେ ଓଡିଶାରେ ଜଙ୍ଗଲ ବିଭାଗ ସହ ଅନ୍ୟ ବିଭାଗ ଯେମିତି ବିଦ୍ୟୁତ୍ ରେଳ ବିଭାଗର ତାଳମେଳ ନଥିବା ବେଳେ ଏସବୁ ଘଟଣା ଅଧିକରୁ ଅଧିକ ଘଟିବାରେ ଲାଗିଛି । ସେହିପରି ନିୟମ ଅନେକ ଥିଲେ ସୁଦ୍ଧା ତାର ପାଳନ ନକରାଯିବା ଯୋଗୁଁ ବିପଦରେ ଆଜି ଗଜରାଜ୍ ପଡିଥିବାର ନରସିଂହ ମିଶ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ଏହା ଉପରେ ନିଜେ ତଦାରଖ କରି ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.