ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ନରସିଂହ

author img

By

Published : Aug 23, 2021, 9:10 PM IST

ଓଡିଶା ଗସ୍ତରେ ଆସିଥିଲେ କେନ୍ଦ୍ର ରେଳ ମନ୍ତ୍ରୀ । ସେ ବିଭିନ୍ନ ଯୋଜନାର ସଫଳ ରୂପାୟନ ସହ ରାଜ୍ୟରେ ସଠିକ୍ ରୂପେ ରେଳ ଚଳାଚଳ ହୋଇଥିବା ନେଇ କରିଥିଲେ ସମୀକ୍ଷା । ଅଧିକ ପଢନ୍ତୁ...

କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ନରସିଂହ
କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ନରସିଂହ

ବଲାଙ୍ଗୀର: କେବିକେ ଜିଲ୍ଲା ଗସ୍ତରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଆସି ବଲାଙ୍ଗୀର ଗସ୍ତ ପରେ ଫେରିଛନ୍ତି । ତେବେ ସେ ଜନ ଆଶୀର୍ବାଦ ଯାତ୍ରାରେ ଆସି ଲୋକଙ୍କ ଆଶୀର୍ବାଦ ନେବା ପାଇଁ ଆସିଥିଲେ । ହେଲେ ଆଶୀର୍ବାଦ ବଦଳରେ ସେ ଲୋକଙ୍କ ଆକ୍ରୋଶ ନେଇ ଫେରିଥିବା ନେଇ କହିଛି କଂଗ୍ରେସ ।

ସେହିପରି ସେ ଲୋକଙ୍କ ସମସ୍ୟା ବୁଝିବେ ବୋଲି ସମସ୍ତଙ୍କର ଆଶା ଥିଲା ହେଲେ ତାହା ସଫଳ ହୋଇ ପାରିନଥିବା ନେଇ କଂଗ୍ରେସ ପ୍ରକାଶ କରିଛି । ସେହିଭଳି ସମାନ ଭାବରେ ସେ ଏଠିକାର ଦାବି ଓ ସମସ୍ୟାକୁ ନେଇ ମାଳ ମାଳ ପ୍ରତିଶ୍ରୁତି ଦେଇ ଥିଲେ ହେଁ ତାହା କେତେ ଦୂର କାର୍ଯ୍ୟକାରୀ ହେବ, ସେନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ଦଳ ।

ସେହିପରି ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ତାହା ସ୍ପଷ୍ଟ ହୋଇନଥିବାବେଳେ ସେ ରାଜ୍ୟ ସରକାରଙ୍କ ଉପରେ ଏହାର ଦୋଷ ଲଦିବା ନୈରାଶ୍ୟ ଜନକ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.