ବଲାଙ୍ଗୀର: ମରୁଡି ପରିସ୍ଥିତି ଅନୁଧ୍ୟାନ କରିବାକୁ ରାଜ୍ୟ କିଷାନ କଂଗ୍ରେସର ଏକ ଦଳ ବଲାଙ୍ଗୀରରେ ପହଞ୍ଚିଛି । ଜିଲ୍ଲାର ବିଭିନ୍ନ ବ୍ଲକ ପରିଦର୍ଶନ କରିବା ପରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚାଷୀଙ୍କ ପାଇଁ ବିଭିନ୍ନ ଦାବି ଉପସ୍ଥାନ କରିଛି ଦଳ । ଏସବୁକୁ ଶୀଘ୍ର ପୂରଣ କରାନଗଲେ ବ୍ଲକସ୍ତରରୁ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।
ଏଥିସହ ଚାଷୀଙ୍କ ପାଇଁ ଶୀଘ୍ର ଇନପୁଟ ସବସିଡି ଘୋଷଣା କରାଯାଉ, ଚାଷୀଙ୍କ ଋଣ ଛାଡ, ଇଲେକ୍ଟ୍ରି ବିଲ ଛାଡ଼ କରିବାକୁ ଦାବି କରିଛନ୍ତି । ଚାଷୀଙ୍କୁ ତୁରନ୍ତ ଆଗାମୀ ଚାଷ ପାଇଁ ଏକ ଲକ୍ଷ ଟଙ୍କା ଋଣ ଦେବା ସହ ସାର ଓ ବିହନ ଯୋଗାଇ ଦେବାକୁ ଦାବି ରଖିଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କ ଏହି ପରିସ୍ଥିତି ପାଇଁ କୃଷକ ମୋର୍ଚ୍ଚା ରାଜ୍ୟ ସରକାରଙ୍କୁ ଦାୟୀ କରିଛି । ଯେଉଁଥିରେ ଜଳସେଚନ ସୁବିଧା ଯୋଗାଇ ଦେବାରେ ସରକାର ବିଫଳ ବୋଲି କହିଛନ୍ତି । ସମାନ ଭାବରେ ଜିଲ୍ଲାରେ ଜଳସେଚନ ପ୍ରକଳ୍ପ ସବୁ ମଧ୍ୟ ବିଫଳ ହୋଇଥିବା କହିଛନ୍ତି । ଆଗକୁ ଜିଲ୍ଲା ପାଇଁ ଦୀର୍ଘ ମିଆଦୀ ଯୋଜନା କରିବାକୁ ଦାବି ରଖିଛି କିଷାନ ମୋର୍ଚ୍ଚା । ଦାବୀ ପୂରଣ ନ ହେଲେ ଆଗାମୀ 15 ଦିନ ମଧ୍ୟରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ଦଳ ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ