ETV Bharat / state

ମମିତା ହତ୍ୟା ମାମଲା, ଦୋଷୀକୁ ଫାଶୀ ଦାବି କଲା କଂଗ୍ରେସ କେନ୍ଦ୍ରୀୟ ଟିମ୍

author img

By

Published : Oct 28, 2021, 2:27 PM IST

ମମିତା ମେହେର ହତ୍ୟା ମାମଲା । ବଲାଙ୍ଗୀର ଆସି ଆଜି ପୀଡିତାଙ୍କ ପରିବାର ସହ ସାକ୍ଷାତ କଲେ କଂଗ୍ରେସ କେନ୍ଦ୍ରୀୟ ଟିମ । ଦୋଷୀକୁ ଫାଶୀ ଦଣ୍ଡ ସହ ପୀଡିତା ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ...

ମମିତାଙ୍କ ପରିବାରକୁ ଭେଟିଲେ କଂଗ୍ରେସ କେନ୍ଦ୍ରୀୟ ଟିମ୍, ଦୋଷୀଙ୍କୁ ଫାଶୀ ପାଇଁ କଲେ ଦାବି

ବଲାଙ୍ଗୀର: ମମିତା ମେହେର ହତ୍ୟା ମାମଲାରେ ଆଜି ବଲାଙ୍ଗୀର ଆସିଛନ୍ତି କଂଗ୍ରେସର କେନ୍ଦ୍ରୀୟ ଟିମ୍ । ସେମାନେ ପୀଡିତାଙ୍କ ଗାଁରେ ପହଞ୍ଚି ତାଙ୍କ ପରିବାର ସହ ସାକ୍ଷାତ କରିଛନ୍ତି । ସାକ୍ଷାତକାର ଅବସରରେ ଦଳ ପରିବାରକୁ ସାନ୍ତ୍ବନା ଦେବା ସଙ୍ଗେ ସଙ୍ଗେ ଓଡିଶା ସରକାରଙ୍କୁ କଡା ସମାଲୋଚନା କରିଛି ।

ମମିତାଙ୍କ ଦୋଷୀଙ୍କୁ ଫାଶୀ ଦାବି କଲା କଂଗ୍ରେସ କେନ୍ଦ୍ରୀୟ ଟିମ୍

ଆଜି କଂଗ୍ରେସ ତିନି ଜଣିଆ ଟିମ୍ ପୂର୍ବାହ୍ନ ୧୧.୧୫ ମିନିଟରେ କଣ୍ଟାବାଞ୍ଜି ରେଲୱେ ଫୁଟବଲ ପଡିଆରେ ଏକ ସ୍ଵତନ୍ତ୍ର ହେଲିକପ୍ଟରରେ ଓହ୍ଲାଇବା ପରେ ସିଧା ପୀଡ଼ିତାଙ୍କ ଗାଁ ଝରଣିକୁ ଆସିଥିଲେ । ଗାଁରେ ଏକ ରାଲିରେ ବାହାରି ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ । ମଧ୍ୟାହ୍ନ ୧୨ ରୁ ୧୨.୩୦ ଯାଏଁ ଅଧଘଣ୍ଟା ସମୟ ଧରି ପରିବାର ସହ ଆଲୋଚନା କରିଥିଲା କଂଗ୍ରେସ ଟିମ୍ । ତେବେ ପୀଡ଼ିତା ପରିବାରକୁ ଭେଟିବା ପରେ ଦେଶରେ ନିର୍ଭୟା ଓ ୟୁପିର ଲଖିମପୁର ଘଟଣା ଭଳି ଓଡ଼ିଶାରେ ମଧ୍ୟ ସରକାର ମନ୍ତ୍ରୀଙ୍କୁ ସୁରକ୍ଷା ଦେଇଥିବା କହିଛନ୍ତି କଂଗ୍ରେସ କେନ୍ଦ୍ରୀୟ ଦଳ ।

AICC ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟେୱାଲା ପୀଡ଼ିତା ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ, ତାଙ୍କ ଭାଇଙ୍କୁ ସରକାରୀ ଚାକିରୀ, ଦୋଷୀଙ୍କୁ ଫାଶୀ ଓ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ତାଙ୍କୁ ଗିରଫ ଦାବି କରିଛନ୍ତି । ଏହି ପ୍ରସଙ୍ଗ ଆସନ୍ତା ସଂସଦ ଅଧିବେଶନରେ ଉଠିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଧାୟକ ନରସିଂହ ମିଶ୍ର ମଧ୍ୟ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛନ୍ତି । ଯଦି ମନ୍ତ୍ରୀଙ୍କୁ ବହିଷ୍କାର ନ କରାଯାଏ ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରାଯିବ ବୋଲି ନରସିଂହ କହିଛନ୍ତି । ଏହି ଟିମରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ମଧ୍ୟ ସାମିଲ ହୋଇଥିଲେ । ପରିବାର ଲୋକଙ୍କୁ ଭେଟିବା ପରେ କେନ୍ଦ୍ରୀୟ ଟିମ୍ କଣ୍ଟାବାଞ୍ଜିକୁ ଫେରି ଯାଇଛନ୍ତି । ଅପରାହ୍ନରେ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରିବା ନେଇ କାର୍ଯ୍ୟକ୍ରମ ରହିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.