ETV Bharat / state

Balangir Municipal Polls: ସରିଲା ନାମାଙ୍କନ ଯାଞ୍ଚ - ବଲାଙ୍ଗୀର ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ

ବଲାଙ୍ଗୀର ଜିଲ୍ଲା ପୌର ପରିଷଦ ନିର୍ବାଚନ ପାଇଁ ଶେଷ ହେଲା ପ୍ରାର୍ଥୀପତ୍ର ଯାଞ୍ଚ । ବଲାଙ୍ଗୀର ଜିଲ୍ଲା ପୌର ପରିଷଦରେ 78ଟି ୱାର୍ଡ ଥିବାବେଳେ କାଉନସିଲର ପଦବୀ ପାଇଁ 259ଜଣ ଓ ଓ 24 ଅଧ୍ୟକ୍ଷ ପ୍ରୀର୍ଥୀପତ୍ର ଦାଖଲ କରିଛନ୍ତି । ସେପଟେ ସର୍ବଦଳୀୟ ବୈଠକ ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅଧିକ ପଢନ୍ତୁ

Balangir Municipal Election: ସରିଲା ଯାଞ୍ଚ, 259 ଜଣ କାଉନସିଲର ଓ 24 ଅଧ୍ୟକ୍ଷଙ୍କ ପ୍ରୀର୍ଥୀପତ୍ର କାଏମ

author img

By

Published : Mar 10, 2022, 10:28 AM IST

ବଲାଙ୍ଗୀର: ଜିଲ୍ଲାରେ ଥିବା ପୌରପାଳିକା ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ନିର୍ବାଚନ ପାଇଁ ଶେଷ ହେଲା ପ୍ରାର୍ଥୀପତ୍ର ଯାଞ୍ଚ । ବଲାଙ୍ଗୀର ଜିଲ୍ଲା ପୌର ପରିଷଦରେ 78ଟି ୱାର୍ଡ ଥିବାବେଳେ କାଉନସିଲର ପଦବୀ ପାଇଁ 259ଜଣ ଓ ଓ 24 ଅଧ୍ୟକ୍ଷ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ମୁତାବକ ଗତକାଲି(ବୁଧବାର) ପୌର ନିର୍ବାଚନରେ କାଉନସିଲର ଓ ପୌରାଧ୍ୟକ୍ଷ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚ ହୋଇଛି ।

Balangir Municipal Election: ସରିଲା ଯାଞ୍ଚ, 259 ଜଣ କାଉନସିଲର ଓ 24 ଅଧ୍ୟକ୍ଷଙ୍କ ପ୍ରୀର୍ଥୀପତ୍ର କାଏମ

ତେବେ ପାଟଣାଗଡ଼ ବିଜ୍ଞାପିତ ପରିଷଦ ଅଞ୍ଚଳରେ ନାମାଙ୍କନ କରିଥିବା ଜଣେ ଚେୟାରମ୍ୟାନ ଓ ଜଣେ କାଉନସିଲରଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି । ସେହିପରି କଣ୍ଟାବାଞ୍ଜି ବିଜ୍ଞାପିତ ପରିଷଦ ଅଞ୍ଚଳରେ ଜଣେ ଚେୟାରମେନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି । ଅନ୍ୟପଟେ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବୁଧବାର ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତରଫରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପରିଚାଳନା, ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅସାମାଜିକ ଓ ଅପରାଧୀଙ୍କୁ ଉପରେ ପୋଲିସ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବଲାଙ୍ଗୀର ଏସପି ନୀତିନ କୁସଲକର ସୂଚନା ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.