ETV Bharat / state

ବଲାଙ୍ଗୀରରେ ଧୁମଧାମରେ ଛଟ୍ ପୂଜା ପାଳିତ - ବଲାଙ୍ଗୀରରେ ଛଟ୍ ପୂଜା

ବଲାଙ୍ଗୀରରେ ବିହାରୀ ସମ୍ପ୍ରଦାୟଙ୍କ ମହାପର୍ବ ଛଟ୍ ପୂଜା ଧୁମଧାମରେ ପାଳିତ ହୋଇଯାଇଛି । ଜିଲ୍ଲାରେ ରହିଥିବା ଉତ୍ତର ଭାରତୀୟ ଓ ବିହାରୀ ଭାଇ ଭଉଣୀ ମାନେ ଏହି ପର୍ବ ଆଜି ସ୍ଥାନୀୟ ରାଣୀ ବନ୍ଧ ଠାରେ ଅତି ନିଷ୍ଠାର ସହ ପାଳନ କରିଥିଲେ। ଦୀପାବଳିର ୬ ଦିନ ପରେ ଏହି ପର୍ବ ପାଳନ କରାଯାଏ । ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ ଧୁମଧାମରେ ପାଳିତ ହେଲା ଛଟ୍ ପୂଜା
ବଲାଙ୍ଗୀରରେ ଧୁମଧାମରେ ପାଳିତ ହେଲା ଛଟ୍ ପୂଜା
author img

By

Published : Oct 30, 2022, 10:11 PM IST

ବଲାଙ୍ଗୀର : ବଲାଙ୍ଗୀରରେ ବିହାରୀ ସମ୍ପ୍ରଦାୟଙ୍କ ଗଣପର୍ବ ଛଟ୍ ପୂଜା ଧୁମଧାମରେ ପାଳିତ ହୋଇଯାଇଛି । ଜିଲ୍ଲାରେ ରହିଥିବା ଉତ୍ତର ଭାରତୀୟ ଓ ବିହାରୀ ଭାଇଭଉଣୀମାନେ ଏହି ପର୍ବ ଆଜି ସ୍ଥାନୀୟ ରାଣୀ ବନ୍ଧରେ ଅତି ନିଷ୍ଠାର ସହ ପାଳନ କରିଥିଲେ । ଦୀପାବଳିର ୬ ଦିନ ପରେ ଏହି ପର୍ବ ପାଳନ କରାଯାଏ ।

ବଲାଙ୍ଗୀରରେ ଧୁମଧାମରେ ପାଳିତ ହେଲା ଛଟ୍ ପୂଜା

4 ଦିନ ଧରି ଏହି ପର୍ବ ପାଳନ ହେବାକୁ ଥିବା ବେଳେ ଆଜି ଏହି ପର୍ବର ପ୍ରଥମ ଦିନ । ଦୀର୍ଘ ଦୁଇବର୍ଷ ବ୍ୟବଧାନ ପରେ ଏହି ପୂଜା ଅନୁଷ୍ଠିତ ହେଉଥିବାରୁ ବିହାରୀ ସମ୍ପ୍ରଦାୟ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବଭିନ୍ନ ଜଳାଶୟରେ ଏନେଇ ଭକ୍ତଙ୍କ ସମାଗମ ହୋଇଛି । ପୂଜା ଦିନରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତଧାରୀମାନେ ପୂଜା କରିଥାଆନ୍ତି ।

ଆଜି ସମସ୍ତେ ସ୍ନାନ କରିବା ପରେ ବିନା ଲୁଣର ଖାଦ୍ୟ ଗ୍ରହଣ କରିଥିଲେ । ଆସନ୍ତାକାଲି ଅର୍ଥାତ ଦ୍ୱିତୀୟ ଦିନ ଏମାନେ କ୍ଷୀରି ପ୍ରସାଦ ତିଆରି କରି ସମ୍ପର୍କୀୟଙ୍କ ମଧ୍ୟରେ ବାଣ୍ଟିବାର ବିଧି ରହିଛି । ସମାନ ଭାବରେ ତୃତୀୟ ଦିନ ଏମାନେ ଉଦୟ ହେଉଥିବା ସୂର୍ଯ୍ୟ ଓ ଅସ୍ତ ହେଉଥିବା ସୂର୍ଯ୍ୟଙ୍କୁ ପାଣି ଦେଇ ଆରୋଗ୍ୟ ପର୍ବ ପାଳନ କରିଥାନ୍ତି ।

ତୃତୀୟ ଦିନ ସନ୍ଧ୍ୟାରୁ ସମସ୍ତେ ନିର୍ଜଳା ଉପବାସ କରିଥାନ୍ତି । ଚତୁର୍ଥ ଦିନ ସୂର୍ଯ୍ୟଙ୍କ ଓ ଛଟି ମାଆଙ୍କ ପୂଜା ପରେ ଅନ୍ନ ଆହରଣ କରିଥାନ୍ତି । ମନୋସ୍କାମନା ପୂରଣ ପାଇଁ ସୂର୍ଯ୍ୟ ଭଗବାନଙ୍କ ନିକଟରେ ମାନସିକ ମଧ୍ୟ କରନ୍ତି । ପାରମ୍ପରିକ ଗୀତ ଗାଇ ଏହି ପର୍ବକୁ ଏମାନେ ପାଳନ କରିଥିବା ବେଳେ କିଛି ଏହି ବିଶ୍ୱାସକୁ ବିଜ୍ଞାନ ସହିତ ଯୋଡିଛନ୍ତି ।

ସୂର୍ଯ୍ୟ ସବୁ ଜୀବନ ଚକ୍ରର ମୂଳ ହୋଇଥିବା ବେଳେ ଏହି ଦିନ ସୂର୍ଯ୍ୟଙ୍କ କିରଣ ଔଷଧ ଭଳି କାମ କରିଥାଏ ବୋଲି ଲୋକକଥା ରହିଛି । ସେପଟେ ଛୋଟରୁ ବଡ ସମସ୍ତେ ଏହି ଛଟ୍ ପୂଜାରେ ସାମିଲ ହୋଇଛନ୍ତି । ଛଟ୍ ପୂଜା ପାଇଁ ଉତ୍ସବ ମୁଖର ସାରା ଦେଶ । ଏହା ପ୍ରକୃତିର ପୂଜା ।

ଆଜି ଛଟ ପୂଜାରେ ସୂର୍ଯ୍ୟ ଦେବତା ଓ ଛଟି ମାତାଙ୍କୁ ପୂଜା କରାଯାଏ । ଏହି ପୂଜା ମୁଖ୍ୟତଃ ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ପାଳନ କରାଯାଇଥାଏ । ଏହି ପର୍ବ ପାଳନ କଲେ ପରିବାର ସୁଖ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି । ଏହି ଦିନ ନଦୀରେ ବୁଡ଼ ପକାଇ ଶ୍ରଦ୍ଧାଳୁ ବେଶ ଧୁମଧାମରେ ପୂଜାର୍ଚ୍ଚନା କରିଛନ୍ତି । ତେବେ ଏହାକୁ ନେଇ ବିହାରୀ ସମ୍ପ୍ରଦାୟରେ ବେଶ ଆନନ୍ଦ ଦେଖାଦଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.