ETV Bharat / state

Balangir Municipal Election: ଶେଷ ଦିନରେ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ

author img

By

Published : Mar 7, 2022, 4:11 PM IST

ବଲାଙ୍ଗୀର ଜିଲ୍ଲାରେ ପୌର ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି । ଅଧିକ ପଢ଼ନ୍ତୁ

candidates filed nomination paper Municipal Corporation Election in balangir
Municipal Corporation Election: ବାଲାଙ୍ଗୀରରେ ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ

ବଲାଙ୍ଗୀର: ପୌର ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଅନ୍ତିମ ଦିନ । ବଲାଙ୍ଗୀର ଜିଲ୍ଲାରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ଶେଷ ଦିନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ମାନେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ନାମାଙ୍କନ ଦାଖଲ ଶେଷ ଦିନରେ ବିଜେଡି ତାର ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀ ଘୋଷଣା କରିଛି ।

ଶେଷ ଦିନରେ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ

ସହରର ଜଣାଶୁଣା ସମାଜସେବୀ ଦୁର୍ଗା ବେହେରାଙ୍କ ବଡ଼ ବୋହୂ ଲିକା ସାହୁଙ୍କୁ ବିଜେଡି ଟିକଟ ଦେଇଛି । ଟିକେଟ ମିଳିବା ପରେ ଆଜି ବିଶାଳ ରାଜନୈତିକ ପଟୁଆରରେ ବିଜେଡି ଦଳର ସମସ୍ତ ପ୍ରାର୍ଥୀମାନେ ଆସି ନାମାଙ୍କନ ଦାଖଲ କରିଛନ୍ତି । ନବୀନ ସରକାରଙ୍କ ବିକାଶ ଓ ଲୋକାଭିମୁଖୀ ଯୋଜନା ପାଇଁ ଲୋକ ତାଙ୍କୁ ସଫଳ କରିବେ ବୋଲି ବିଜେଡି ପ୍ରାର୍ଥୀ କହିଛନ୍ତି ।

ଲୋକଙ୍କ ସେବା କରିବା ସହ ୱାର୍ଡର ସବୁ ସମସ୍ୟା ଦୂର କରିବା ନେଇ ଦଳ ପକ୍ଷରୁ ପ୍ରତିଶୃତି ଦିଆଯାଇଛି । ଅନ୍ୟପଟେ କଂଗ୍ରେସ ପୌର ପରିଷଦ ପାଇଁ ପ୍ରାର୍ଥୀ ପୂର୍ବରୁ ଘୋଷଣା କରିଥିବା ବେଳେ ସେମାନେ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ବିକାଶ ନାରା ଦେଇ ଲୋକଙ୍କ ପାଖକୁ ଯାଇ ସଫଳ ହେବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.