ETV Bharat / state

ବର୍ଷା ପାଇଁ କାଦୋଯାତ୍ରା, ଭଗବାନଙ୍କ ଶରଣ ପଶିଲେ ଚାଷୀ

author img

By

Published : Jul 5, 2023, 4:10 PM IST

ବଲାଙ୍ଗୀରର ଦେଓଗାଁ ବ୍ଳକ ଜରାସିଂହାରେ ବହୁ ପ୍ରତୀକ୍ଷିତ କୃଷି ଭିତ୍ତିକ ପର୍ବ ବୁଢ଼ିଆଈ ଯାତ୍ରା ବା କାଦୋଯାତ୍ରା ଅନୁଷ୍ଠିତ । ଅଧିକ ପଢନ୍ତୁ

budhi aai thakurani kodajatra
budhi aai thakurani kodajatra
budhi aai thakurani kodajatra

ବଲାଙ୍ଗୀର: ଜିଲ୍ଲାରେ ଆଷାଢ ଯାଇ ଶ୍ରାବଣ ଆସିଥିବା ବେଳେ ଏଯାଏଁ ନିରାଶ କରିଛି ବର୍ଷା। ଆରମ୍ଭ ହୋଇ ପାରି ନାହିଁ ଚାଷ କାମ । ଏନେଇ ବଲାଙ୍ଗୀରର ଦେଓଗାଁ ବ୍ଳକ ଜରାସିଂହାରେ ବହୁ ପ୍ରତୀକ୍ଷିତ କୃଷି ଭିତ୍ତିକ ପର୍ବ ବୁଢ଼ିଆଇ ଯାତ୍ରା ବା କାଦୋଯାତ୍ରା ଅନୁଷ୍ଠିତ । ପୂର୍ବ ପ୍ରସ୍ତୁତି ଅନୁସାରେ ସୋମବାର ୧୧ଟା ସମୟରେ ବୁଢ଼ିଆଈ ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା । ଏନେଇ ବଳାଙ୍ଗୀର ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲା ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଲିଥିଲା । ଯେହେତୁ ଏହା ଏକ କୃଷିଭିତ୍ତିକ ପର୍ବ ଓ ଏହି ପର୍ବରେ ଚଳିତ ବର୍ଷା ଓ ଚାଷକୁ ନେଇ ଆକଳନ କରାଯିବାର ପରମ୍ପରା ରହିଛି,ତେଣୁ ବହୁ ଚାଷୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ତେବେ ଏହି ଐତିହାସିକ ଯାତ୍ରା ପ୍ରତିବର୍ଷ ପରି ଆଷାଢ଼ ଶୁକ୍ଲ ତ୍ରୟୋଦଶୀ ତିଥିରେ ଅର୍ଥାତ ଶନିବାର ଦିନ ଗୋରସ ରୋକା ହେବା ସହ ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା । ଶନିବାର ଦିନ ଗାଁର ସମସ୍ତ ଶ୍ରଦ୍ଧାଳୁ ନିଜ ନିଜ ଘରୁ ଗୋରସ ଆଣିବା ପର ବୁଢ଼ିଆଈ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ରବିବାର ଦିନ ସନ୍ଧ୍ୟାରେ ପେଠା ବାବୁ ଶଙ୍କର ସିଂ ବାବୁଙ୍କ ଦ୍ଵାରା ସେରନିବଟା ହୋଇଥିଲା । ଏହାପରେ ସମସ୍ତ ଦେହେଲିଆଙ୍କୁ ଲାଟ ବଣ୍ଟାଯିବା ପରେ ତଲେଇବସା ପର୍ବ ପରେ ଉପେନପିଟା କରାଯାଇଥିଲା । ସୋମବାର ଦେହେରୀ ଓ ଝାଙ୍କରଙ୍କୁ ବରଣ କରାଯିବା ପରେ ଯାତ୍ରା ଆରମ୍ଭ ହୋଇଥିଲା । ବୁଢ଼ିଆଈ ଯାତ୍ରାର ମୁଖ୍ୟ ବରୁଆ ଭାବେ ସନ୍ତୋଷ ଥାନପତି ଦାୟିତ୍ଵ ନେଇଥିବା ବେଳେ ଜମିଦାର ଦୁର୍ଗାପ୍ରସାଦ ସିଂଦେଓ, ପୂଜକ ଉଜ୍ବଳ ଝାଙ୍କର, ସାହାଣି-ନାରାୟଣ ସିଂ ସାହାଣି, ପେଠା ବାବୁ ଶଙ୍କର ସିଂବାବୁ, ମଶାଲ ଶ୍ରୀବତ୍ସ ସାହୁ, ଛତ୍ରିଆ-ଜୟହିନ୍ଦ ଛତ୍ରିଆ ଭୂମିକା ନେଇଥିଲେ ।

ଆଜିର ଏହି ଯାତ୍ରାରେ ବହୁ ଲୋକଙ୍କ ସମାଗମ ହୋଇଥିବା ବେଳେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ହାଉସିଂ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂ ଦେଓ ମଧ୍ୟ ଯତ୍ରାରେ ସାମିଲ ହୋଇଥିଲେ । ପୂର୍ବ ବର୍ଷ ପରି ଚଳିତ ବର୍ଷ ବୁଢ଼ିଆଈ ଯାତ୍ରା ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ବାବଧାନରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଜରାସିଂହା ଗାଁ ଭିତରେ ଥିବା ବୁଢ଼ିଆଈ ମନ୍ଦିରରେ ଯାତ୍ରା ହୋଇ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲେ ମଧ୍ୟ ଦେଓଗାଁ ପୁଲିସ ସହଯୋଗ ଯୋଗୁଁ ଶାନ୍ତିଶୃଙ୍ଖଳାରେ ଯାତ୍ରା ସମାପନ ହୋଇଥିଲା ।

ଏନେଇ ଗାଁର ଜମିନଦାର ଦୁର୍ଗା ପ୍ରସାଦ ସିଂହ ଦେଓ କହିଛନ୍ତି ଯେ, ଏହା ଏକ କୃଷି ଭିତ୍ତିକ ପର୍ବ ଅଟେ। ଆବହମାନ କାଳରୁ ଏହାକୁ ଏଠିକାର ଲୋକେ ପାଳନ୍ କରି ଆସୁଛନ୍ତି। ଯେଉଁଥିରେ ବିଶେଷ କରି ଚାଷୀ ମାନେ ଭଲ ବର୍ଷା ହେବା ନେଇ ଏହି ଯାତ୍ରା ପାଳନ କରିଥାନ୍ତି । ଯାହାକୁ ଚାଷୀଙ୍କ ଭାଷାରେ କାଦୋ ଯାତ୍ରା ବୋଲି ମଧ୍ୟ କୁହା ଯାଇଥାଏ । ତେବେ ଏହି ଯାତ୍ରା ପରେ ଏଠି ଚାଷ କାମ ଆରମ୍ଭ ହୋଇଥାଏ । ସେହିପରି କିଛି ପାରମ୍ପରିକ ଖେଳ ବାଟି ଖେଳ, ନଟୁ ଖେଳ ଇତ୍ୟାଦି ମଧ୍ୟ ଏହା ପରେ ସମସ୍ତେ ଖେଳି ଥାଆନ୍ତି ବୋଲି ସେ କହିଛନ୍ତି। ସେହିପରି ଦେବୀ ବୁଢ଼ୀ ଆଇ ବରୁଆ ବେଶରେ ଗାଁ ପରିକ୍ରମା କରି ଥାଆନ୍ତି । ଚାଷୀ ଭଲ ବର୍ଷା ଓ ଚାଷ ପାଇଁ ତାଙ୍କ ଠାରେ ଗୁହାରୀ କରିଥାନ୍ତି। ତେବେ ଚଳିତ ବର୍ଷ ଆଷାଢ ସାରି ଶ୍ରାବଣ ଲାଗିଥିଲେ ସୁଦ୍ଧା ବର୍ଷା ନାହିଁ। ତେଣୁ ଏମାନେ ତାଙ୍କ ଠାରେ ଭଲ ବର୍ଷା ଶୀଘ୍ର ହେଉ ବୋଲି ଗୁହାରୀ କରି ପୂଜା ଅର୍ଚ୍ଚନା କରିଛନ୍ତି ବୋଲି ସେ କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.