ETV Bharat / state

ବଲାଙ୍ଗୀର ବ୍ରିଜ ଭୁଶୁଡିବା ଘଟଣା; କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିଲମ୍ବିତ - bridge collapse issue

ସୁକତେଲ୍ ନଦୀ ବ୍ରିଜ ଭୁଶୁଡିବା ଘଟଣାରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିଲମ୍ବିତ। ପୂର୍ବରୁ ଗିରଫ ହୋଇଛନ୍ତି ପ୍ରୋଜେକ୍ଟ ମ୍ୟାନେଜର । ଅଧିକ ପଢନ୍ତୁ...

bridge collapse issue
ବଲାଙ୍ଗୀର ବ୍ରିଜ ଭୁଶୁଡିବା ଘଟଣା; କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିଲମ୍ବିତ
author img

By

Published : May 9, 2020, 10:01 PM IST

ବଲାଙ୍ଗୀର: ସୁକତେଲ୍ ନଦୀ ବ୍ରିଜ ଭୁଶୁଡିବା ଘଟଣାରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିଲମ୍ବିତ। ଗତ 29 ତାରିଖରେ ମୁଦ୍‌ଲସର୍ ଗ୍ରାମ ନିକଟରେ ସୁକତେଲ୍ ନଦୀ ଉପରେ ନବ ନିର୍ମିତ ବ୍ରିଜର ଏକ ସ୍ଲାବ ଭୁଶୁଡି ପଡିଥିଲା। ଫଳରେ ସେଠି ମରାମତି ପାଇଁ ନିୟୋଜିତ ଥିବା ଦୁଇ ଜଣ ଅଣ ଓଡିଆ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ବଲାଙ୍ଗୀର ବ୍ରିଜ ଭୁଶୁଡିବା ଘଟଣା; କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଥିବାବେଳେ ପ୍ରଥମେ ଏଠି ନିୟୋଜିତ ଥିବା ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ପୋଲିସ ଗିରଫ କରିଥିଲା। ପରେ ଆଜି ରାଜ୍ୟ ସରକାର ପାଟଣାଗଡର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅନ୍ଥିନୀ କିସାନ୍ଙ୍କୁ ନିଲମ୍ବିତ କରିଛନ୍ତି। ସେପଟେ ଏହି ଘଟଣାରେ ଏବେ ବି ତଦନ୍ତଜାରୀ ରହିଥିବାବେଳେ ଏହାର ମୁଖ୍ୟ ଠିକାଦାର ଏବେବି ଫେରାର ଅଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.