ETV Bharat / state

ହାଥରସ ଘଟଣାରେ ଧାରଣାକୁ ଓହ୍ଲାଇଲା ବଲାଙ୍ଗୀର ଛାତ୍ର କଂଗ୍ରେସ - ବଲାଙ୍ଗୀର ଛାତ୍ର କଂଗ୍ରେସ

ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ୟୁପି ହାଥରସ ଦୁଷ୍କର୍ମ ଘଟଣା । ଯାହାକୁ ତୀବ୍ର ନିନ୍ଦା କରିବା ସହ ଧାରଣାକୁ ଓହ୍ଲାଇଛି ଜିଲ୍ଲା ଛାତ୍ର କଂଗ୍ରେସ ।

bolangir latest news, bolangir student congress, bolangir student congress on protest, ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌, ବଲାଙ୍ଗୀର ଛାତ୍ର କଂଗ୍ରେସ, ବଲାଙ୍ଗୀରରେ ଛାତ୍ର କଂଗ୍ରେସ ବିକ୍ଷୋଭ
ହାଥରସ ଘଟଣାରେ ଧାରଣାକୁ ଓହ୍ଲାଇଲା ବଲାଙ୍ଗୀର ଛାତ୍ର କଂଗ୍ରେସ
author img

By

Published : Oct 3, 2020, 7:28 AM IST

ବଲାଙ୍ଗୀର: ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ୟୁପି ହାଥରସ ଦୁଷ୍କର୍ମ ଘଟଣା । ଏମିତିରେ ନିକଟରେ ୟୁପି ପୋଲିସର ରାହୁଲ ଗାନ୍ଧୀଙ୍କ ପ୍ରତି ଦୁର୍ବ୍ୟବହାର ଘଟଣାରେ ମଧ୍ୟ ଜୋର ଧରିଛି ରାଜନୀତି । ଯାହାକୁ ତୀବ୍ର ନିନ୍ଦା କରିବା ସହ ଧାରଣାକୁ ଓହ୍ଲାଇଛି ଜିଲ୍ଲା ଛାତ୍ର କଂଗ୍ରେସ । ଜିଲ୍ଲା ଛାତ୍ର କଂଗ୍ରେସର ଶତାଧିକ ସଦସ୍ୟ ଏହି ଧାରଣାରେ ସାମିଲ ହୋଇ ରାଜରାସ୍ତାକୁ ଓହ୍ଲାଇଥିଲେ ।

ହାଥରସ ଘଟଣାରେ ଧାରଣାକୁ ଓହ୍ଲାଇଲା ବଲାଙ୍ଗୀର ଛାତ୍ର କଂଗ୍ରେସ

ସମ୍ପୃକ୍ତ ଘଟଣାରେ ୟୁପି ପୋଲିସ ଓ ୟୁପି ସରକାରଙ୍କୁ ଦାୟୀ କରିଛନ୍ତି ଛାତ୍ର କଂଗ୍ରେସ ସଦସ୍ୟ । ସମାନ ଭାବରେ କଂଗ୍ରେସର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପୋଲିସର ଦୁର୍ବ୍ୟବହାର ଓ ତାଙ୍କ ନାଁରେ ପୋଲିସ ମାମଲା ରୁଜୁ କରିବାକୁ ସଦସ୍ୟମାନେ ତୀବ୍ର ବିରୋଧ କରିଛନ୍ତି । ଏନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଇସ୍ତଫା ଦାବି କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଉତ୍ୟକ୍ତ ସଦସ୍ୟ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.