ETV Bharat / state

ଲକଡାଉନ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ କଲା ବଲାଙ୍ଗୀର ପୋଲିସ

author img

By

Published : Apr 16, 2020, 11:54 PM IST

ଗୁରୁବାର ବଲାଙ୍ଗୀର ଟାଉନ ପୋଲିସ ବଲାଙ୍ଗୀର ରେଳ ଷ୍ଟେସନ ନିକଟ ଏକ ହୋଟେଲ ଉପରେ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି । ଅଧିକ ପଢନ୍ତୁ...

ଲକଡାଉନ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ କଲା ବଲାଙ୍ଗୀର ପୋଲିସ
ଲକଡାଉନ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର: ମହାମାରୀ କୋରୋନା ପାଇଁ ଜାରି ରହିଛି ଲକଡାଉନ । ମଦ ଓ ଗୁଟଖା ଦୋକାନ ବନ୍ଦ ନେଇ ମଧ୍ୟ ଲାଗିଛି କଟକଣା । ସେପଟେ କିଛି ଅସାଧୁ ବ୍ୟକ୍ତି ସବୁ ନିୟମକୁ ବେଖାତିର କରି ଚୋରାରେ ମଦ ବିକ୍ରି କରୁଛନ୍ତି । ତେବେ ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ।

ଗୁରୁବାର ବଲାଙ୍ଗୀର ଟାଉନ ପୋଲିସ ବଲାଙ୍ଗୀର ରେଳ ଷ୍ଟେସନ ନିକଟ ଏକ ହୋଟେଲ ଉପରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି । ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ କଟକର ମହେଶ୍ବର ରଥ ବୋଲି ଜଣାପଡିଛି ।

ସେହିପରି ଲୋଇସିଂହା ପୋଲିସ୍ ମଧ୍ୟ ମନ ହୀରା ଗ୍ରାମରେ ଜଣଙ୍କ ଘରେ ଚଢ଼ାଉ କରି 100 ଲିଟର ଦେଶୀ ମଦ ଜବତ କରିଛି । ତେବେ ଏହି ମାମଲାରେ ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ତନାଘନା ଜାରି ରଖିଛି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.