ETV Bharat / state

ବାଇକ ରାକେଟର ପର୍ଦ୍ଦାଫାଶ: 6 ଗିରଫ, 10 ବାଇକ ଜବତ - bike theft

ବଲାଙ୍ଗୀରରୁ ଠାବ ହୋଇଛି ବାଇକ ଚୋର ରାକେଟ । ଏମାନଙ୍କଠୁ ଉଦ୍ଧାର ହୋଇଛି 10ଟି ଚୋରି ବାଇକ । ତେବେ ଏମାନଙ୍କ ନାଁରେ ଆଗରୁ ବାଇକ ଚୋରି ଏତଲା ମଧ୍ୟ ଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବଲାଙ୍ଗିର
author img

By

Published : May 15, 2019, 1:07 PM IST

ବଲାଙ୍ଗୀର: ବେଲପଡା ପୋଲିସକୁ ମିଳିଛି ବଡ ସଫଳତା । ଆନ୍ତଃଜିଲ୍ଲାର ବାଇକ ଚୋର ରାକେଟକୁ ଧରିବାରେ ସଫଳ ହୋଇଛି ବେଲପଡା ପୋଲିସ । ତେବେ ଏମାନଙ୍କଠୁ ପୋଲିସ 10ଟି ଚୋରା ବାଇକ ଜବତ କରିଛି ।

ଦୀର୍ଘ ଦିନ ହେବ ବଲାଙ୍ଗୀର ଜିଲ୍ଲାରୁ ବାରମ୍ବାର ବାଇକ ଚୋରି ହେଉଥିବାର ଅଭିଯୋଗ ଆସୁଥିଲା । ତେବେ ବଲାଙ୍ଗୀର ଏସପିଙ୍କ ତତ୍ତ୍ବାବଧାନରେ ପାଟଣାଗଡ ପୋଲିସ ଓ ବେଲପଡା ପୋଲିସ ମିଳିତ ଭାବରେ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । ଚଢାଉ ପରେ ଗୋଟିଏ ରାକେଟର 6ଜଣଙ୍କୁ ଗିରଫ କରାଯାଇଛି । ତେବେ ସେମାନେ ବଲାଙ୍ଗୀର, ନୂଆପଡା, ବରଗଡ ଜିଲ୍ଲାରେ ସକ୍ରିୟ ଥିବାର ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ପୋଲିସ ସୂଚନାନୁସାରେ, ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ପୂର୍ବରୁ ମଧ୍ୟ ବାଇକ୍ ଚୋରି ଏତଲା ରହିଛି । ତେବେ ଏମାନେ ବିଭିନ୍ନ ଜିଲ୍ଲାରୁ ବାଇକ୍ ଚୋରି କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିବାର ପୋଲିସ ଜାଣିବାକୁ ପାଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ସ୍କ ଗ ଆନ୍ତ ଜିଲ୍ଲା ବାଇକ୍ ଚୋର ରକେଟ୍ ଠାବ 
ରିପୋର୍ଟ୍ ଶେଖ୍ ମହମ୍ମଦ ୱାହିଦ
ସ୍ଥାନ ବଲାଙ୍ଗିର
ତାରିଖ ୧୫_୫_୧୯
ଫର୍ମାଟ ଏଭିଓ ବାଇ ଟ
ଏଙ୍କର୍
        ବଲାଙ୍ଗିର ବେଳ ପଡା ପୋଲିସ୍ କୁ ମିଳିଛି ବଡ଼ ସଫଳତା। ବେଳ ପଡା ପୋଲିସ୍ ଏକ ଅାନ୍ତ ଜିଲ୍ଲା ବାଇକ୍ ଚୋର ରେକେଟ୍ କୁ ଧରିବାରେ ସଫଳ ହୋଇଛି । ଦୀର୍ଘ ଦିନ ହେବ ବଲାଙ୍ଗିର ଜିଲ୍ଲା ରୁ ବାରମ୍ବାର ବାଇକ୍ ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା । ତେବେ ବଲାଙ୍ଗିର ଏସ ପି ଙ୍କ ତତ୍ବାବଧାନ ରେ ପାଟଣା ଗଡ ପୋଲିସ୍ ବେଳ ପଡା ପୋଲିସ୍ ମିଳିତ ଭାବରେ ବିଭିନ୍ନ ସ୍ଥାନ ରେ ଚଢାଉ କରିଥିଲେ। ଏବଂ ଏଥିରେ ଛ ଜଣ ଙ୍କୁ ଗିରଫ କରିଥିବା ବେଳେ ସେମାନେ ବଲାଙ୍ଗିର, ନୂଆପଡ଼ା, ବର୍ ଗଡ ଜିଲ୍ଲାରେ ସକ୍ରିୟ ଥିଲେ । ତେବେ ଏମାନଙ୍କ ଠାରୁ ପୋଲିସ ଦଶ ଟି ଚୋରି ବାଇକ୍ ଉଦ୍ଧାର କରିବାରେ ସଫଳ ହୋଇଛି । ପୋଲିସ୍ ର ସୂଚନା ଅନୁସାରେ ଏମାନଙ୍କ ନାରେ ବିଭିନ୍ନ ଥାନାରେ ପୂର୍ବରୁ ମଧ୍ୟ ବାଇକ୍ ଚୋରି ମାମଲା ରହିଛି । ତେବେ ଏମାନେ ବିଭିନ୍ନ ଜିଲ୍ଲାରୁ ବାଇକ୍ ଚୋରି କରି ସ୍ଥାନୀୟ ଅଞ୍ଚଳ ରେ ବିକ୍ରି କରିଥିବାର ପୋଲିସ୍ ଜାଣିବାକୁ ପାଇଛି । ସେହିପରି ଏହି ମାମଲାରେ ପୋଲିସ ଅଧିକ ଖୋଳତାଡ ଏବେବି ଜାରି ରଖିଛି। 
       ବାଇ ତ୍ ସୁରେଶ୍ ନାୟକ ଏସ ଡି ପି ଓ ପାଟଣା ଗଡ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.