ବଲାଙ୍ଗୀର: ଭୀମ ଭୋଇ ମେଡିକାଲ କଲେଜର ନର୍ସଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ବଲାଙ୍ଗୀର କଂସାରି ପଡାର ବବଲୁ ଓରଫ ଅବଦୁଲ ରଫିକକୁ ଗିରଫ କରିଛି ପୋଲିସ । ଏହା ସହ ମେଡିକାଲ କଲେଜ ପରିସରରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରିବା ସହ ପେଟ୍ରୋଲିଂକୁ ମଧ୍ୟ ବଢାଇ ଦିଆଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବଲାଙ୍ଗୀର ଏସଡିପିଓ ।
ସୂଚନାଯୋଗ୍ୟ, ଗତ 13 ତାରିଖରେ ମହିଳା ଭେଷଜ ବିଭାଗରେ କାର୍ଯ୍ୟରତ ନର୍ସ ପ୍ରତିମା ପ୍ରଧାନଙ୍କୁ ଜଣେ ରୋଗୀଙ୍କ ସମ୍ପର୍କୀୟମାନେ ଆକ୍ରମଣ କରିବା ସହ ସେହି ୱାର୍ଡରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏନେଇ ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ନେଇ ଦାବି କରିବା ସହ ନର୍ସମାନେ ଧାରଣାରେ ବସିଥିଲେ । ଫଳରେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହୋଇଥିଲା ।
ବଲାଙ୍ଗୀରରୁ ଶେକ୍ ମହମ୍ମଦ ୱାହିଦ, ଇଟିଭି ଭାରତ