ETV Bharat / state

ପ୍ରକୃତ ଚାଷୀଙ୍କ ବୀମା ଦାବି କଲା ବିଜେପି

ପ୍ରକୃତ ଚାଷୀ ଫସଲ ବୀମା କରି ପାରି ନଥିବା ବେଳେ ତାଙ୍କ ନାଁରେ ନକଲି ଚାଷୀ ବୀମା କରିଥିବାରୁ ବିଜେପିର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

ପ୍ରକୃତ ଚାଷୀଙ୍କ ବିମା ଦାବି କରି ବିଜେପିର ସାମ୍ବାଦିକ ସମ୍ମିଳନୀ

author img

By

Published : Aug 26, 2021, 11:00 AM IST

ବଲାଙ୍ଗୀର: ବଲାଙ୍ଗୀରରେ ମରୁଡି ପରିସ୍ଥିତି ଦେଖା ଦେଇଥିବା ବେଳେ ପ୍ରକୃତ ଚାଷୀ ଫସଲ ବୀମା କରିପାରି ନାହାଁନ୍ତି । ଫଳରେ ତାଙ୍କ ନାଁରେ ନକଲି ଚାଷୀ ବୀମା କରିଥିବାର ଅଭିଯୋଗ ଆସିଥିବା ବେଳେ ଏହାକୁ ନେଇ ବିଜେପି ପକ୍ଷରୁ ଗତକାଲି କଣ୍ଟାବାଞ୍ଜି ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ଏହାକୁ ଏକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ବୋଲି ବିଜେପି କହିଛି ।

ପ୍ରକୃତ ଚାଷୀଙ୍କ ବିମା ଦାବି କରି ବିଜେପିର ସାମ୍ବାଦିକ ସମ୍ମିଳନୀ

ତେବେ ଜିଲ୍ଲାରେ ହଜାର ହଜାର ପ୍ରକୃତ ଚାଷୀ ଫସଲ ବୀମା କରି ପାରି ନଥିବା ବେଳେ ତାଙ୍କ ନାଁରେ ନକଲି ଚାଷୀ ବୀମା କରିଥିବାର ବିଜେପି କହିଛି । ସେହିପରି ଏହି ଅଭିଯୋଗ ଜିଲ୍ଲାର ସବୁ ବ୍ଲକରୁ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ମାତ୍ର ଦୁଇ ତିନୋଟି ମାମଲାରେ ପଦକ୍ଷେପ ନେଇ ଚୁପ ବସିବା ଯୋଗୁଁ ପ୍ରକୃତ ଚାଷୀ ହଇରାଣ ହେଉଥିବା ବିଜେପି କହିଛି ।

ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାରେ ମରୁଡି ସୁନିଶ୍ଚିତ ଥିବା ବେଳେ ବୀମା କରି ପାରି ନଥିବା ଚାଷୀ ବହୁ କ୍ଷତି ସହିବେ ଓ ତାଙ୍କର ଜୀବନ ଜୀବିକା ଦୂର୍ବି ସହ ହୋଇପଡିବ। ଏଥିପାଇଁ ବିଜେପି ଜିଲ୍ଲା ପ୍ରଶାସନକୁ ବିଜେପି ଦାୟୀ କରିଥିବା ବେଳେ ରାଜ୍ୟ ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ବିଜେପି ଦାବି ଜଣାଇଛି । ନହେଲେ ଚାଷୀଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛି ବିଜେପି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.