ETV Bharat / state

ବଲାଙ୍ଗୀରରେ ମରୁଡି ସ୍ଥିତି ସମୀକ୍ଷା କଲା ବିଜେପି - ବଲାଙ୍ଗୀରରେ ମରୁଡି ସ୍ଥିତି ସମୀକ୍ଷା କଲା ବିଜେପି

ବିଜେପିର ଏକ ରାଜ୍ୟସ୍ଥରୀୟ ଦଳ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ ମରୁଡି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ...

ବଲାଙ୍ଗୀରରେ ମରୁଡି ସ୍ଥିତି ସମୀକ୍ଷା କଲା ବିଜେପି

author img

By

Published : Sep 3, 2021, 8:28 AM IST

ବଲାଙ୍ଗୀର: ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟି ପାତ ଯୋଗୁଁ ମରୁଡି ପରିସ୍ଥିତି ଦେଖାଦେଇଛି । ଏଭଳି ସ୍ଥିତିରେ ରାଜ୍ୟ ବିଜେପିର ଏକ ସ୍ବତନ୍ତ୍ର ଟିମ୍ ବଲାଙ୍ଗୀର ଗସ୍ତରେ ଆସି ମରୁଡି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯେଉଁଥିରେ ଏହି ଦଳ ବଲାଙ୍ଗୀର ଭଦ୍ରାପାଲି, ଝାଙ୍କର ପାଲି, ଉଳବା, ରାମଚନ୍ଦ୍ରପୁର, ତିକ୍ରାପଦା, ମୁରିବାହାଲ, ବଙ୍ଗୋମୁଣ୍ଡା, ସିନ୍ଧେକେଲା ଓ ଖୋଲାନ ଗାଁ ବୁଲି ମରୁଡି ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ ।

ବଲାଙ୍ଗୀରରେ ମରୁଡି ସ୍ଥିତି ସମୀକ୍ଷା କଲା ବିଜେପି

ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଏହି ଦଳ ବଲାଙ୍ଗୀର ଗସ୍ତ କରିଥିଲେ । ଯେଉଁଥିରେ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ବିଜେପି ପ୍ରବକ୍ତା ବିରଞ୍ଚି ତ୍ରିପାଠୀ, ରାମ ରଞ୍ଜନ ବଳିଆର ସିଂହଙ୍କ ସହ ସ୍ଥାନୀୟ ନେତାମାନେ ସାମିଲ ହୋଇଥିଲେ ।

ତେବେ ଜିଲ୍ଲାରେ ମରୁଡି ପରିସ୍ଥିତି ସଙ୍ଗୀନ ହୋଇ ଥିବାବେଳେ ଏହି ଟିମ୍ ଆଗକୁ ବଲାଙ୍ଗୀର ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଅଞ୍ଚଳ ଘୋଷଣା ଦାବି ରାଜ୍ୟ ସରକାରଙ୍କ ପାଖରେ କରିବେ ବୋଲି କହିଛନ୍ତି । ସେହିପରି ମରୁଡି ପରିସ୍ଥିତି ପାଇଁ ଏମାନେ ରାଜ୍ୟ ସରକାରଙ୍କୁ ଦାୟୀ ମଧ୍ୟ କରିଛନ୍ତି । ତେବେ କେନ୍ଦ୍ର ସରକାର କୃଷକ ଓ କୃଷି ପାଇଁ ତଥା ଜଳସେଚନ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଇଥିଲେ ସୁଦ୍ଧା ରାଜ୍ୟ ସରକାର ତାହା ଅଞ୍ଚଳରେ ଖର୍ଚ୍ଚ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.