ବଲାଙ୍ଗୀର: ପରୀକୁ ନ୍ୟାୟ ଦାବିରେ ଆଜି (ବୁଧବାର) ବଲାଙ୍ଗୀର ବିଜେପି ପକ୍ଷରୁ ପଦ ଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହି ମାମଲାର ସିବିଆଇ ତଦନ୍ତ ଦାବି କରାଯାଇଛି ।
ନୟାଗଡ଼ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ମଧ୍ୟ କରିଛି ବିଜେପି । ସେହିପରି ରାଜ୍ୟରେ ନିଖୋଜ ଥିବା ପାଞ୍ଚ ହଜାର ଶିଶୁଙ୍କୁ ଉଦ୍ଧାର ଭଳି ଦାବି ନେଇ ଏମାନେ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଯେଉଁଥିରେ ବିଜେପିର ଶତାଧିକ କର୍ମୀ ସାମିଲ ହୋଇ ପ୍ରଥମେ ସହର ପରିକ୍ରମା କରିଥିଲେ । ଏବଂ ପରେ ଜିଲ୍ଲାପାଳଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବି ପୂରଣ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହୀଦ, ଇଟିଭି ଭାରତ