ETV Bharat / state

ପୁଣି ମୁହାଁମୁହିଁ ହେଲେ ନେତା ଓ ପ୍ରଶାସକ, କେଭି ସିଂଦଦେଓ ଏବଂ ଏସ୍‌ପିଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଭିଡିଓ ଭାଇରାଲ

author img

By

Published : Feb 9, 2023, 10:12 PM IST

ବଲାଙ୍ଗୀରରେ ପୁଣିଥରେ ମୁହାଁମୁହିଁ ହେଲେ ନେତା ଓ ପ୍ରଶାସକ । ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ବଲାଙ୍ଗୀର ଏସ୍‌ପିଙ୍କ ମଧ୍ୟରେ ଯୁକ୍ତିତର୍କର ଭିଡିଓ ଏବେ ଭାଇରାଲ ହେଉଛି । ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ ପୁଣିଥରେ ମୁହାଁମୁହିଁ ହେଲେ ନେତା ଓ ପ୍ରଶାସକ

ବଲାଙ୍ଗୀର: ନେତା ଓ ପୋଲିସ ପ୍ରଶାସନ ମଧ୍ୟରେ ବାକ୍‌ଯୁଦ୍ଧ ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ସମୟରେ ଜନ ପ୍ରତିନିଧି ଓ ନେତା ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ ଘେରୁଛନ୍ତି । ଏହି କ୍ରମରେ ଏବେ ପୁଣିଥରେ ବଲାଙ୍ଗୀର ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ମୁହାଁମୁହିଁ ହୋଇଛନ୍ତି । ଯାହାର ଭିଡିଓ ଭାଇରାଲ ହେଉଥିବାବେଳେ ବଲାଙ୍ଗୀରରେ ବାରମ୍ବାର ପ୍ରଶାସନିକ ଅଧିକାରୀ ଓ ନେତା ମୁହାଁମୁହିଁ ହେବା ଘଟଣା ପୁଣି ଚର୍ଚ୍ଚାକୁ ଆସିଛି ।

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବିରୋଧ କରି ବିଜେପି ନେତା କେଭି ସିଂହଦେଓ ପାଟଣାଗଡ଼ ଥାନା ଓ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଧାରଣାର ୩୬ ଘଣ୍ଟା ପରେ ବଲାଙ୍ଗୀର ଏସ୍‌ପି ତାଙ୍କ ସହ ଆଲୋଚନା କରିବାକୁ ପହଞ୍ଚିଥିଲେ । ଯାହାକୁ ନେଇ କେଭି ସିଂହଦେଓ ଏସ୍‌ପିଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ । ତାଙ୍କ ବିଭାଗ ସଠିକ୍ କାମ କରୁନଥିବାବେଳେ ପୋଲିସ୍ ବର୍ଦ୍ଦିକୁ ସମ୍ମାନ ଦେଉ ନଥିବାର କହିଥିଲେ । ଯାହା ପରେ ଏସ୍‌ପି ନୀତିନ କୁଶଲକର ତାଙ୍କ ଏହି କଥାକୁ ନେଇ ଆପତ୍ତି ଉଠାଇଥିଲେ । କେଭି ସିଂହଦେଓ ତାଙ୍କ ଉପରେ ବର୍ଷିଥିଲେ ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଥିଲେ । ଯେଉଁଥିରେ ପାଟଣାଗଡ଼ ଓ ବଲାଙ୍ଗୀରରେ ଘଟିଥିବା ଘଟଣା ଓ ହତ୍ୟାକାଣ୍ଡ ଉପରେ ସେ ଏସ୍‌ପିଙ୍କ ଜବାବ ତଲବ କରିଥିଲେ ।

ତେବେ ଏହି ଯୁକ୍ତି ତର୍କର ଭିଡିଓ ଏବେ ପୁଣି ବଲାଙ୍ଗୀରରେ ଭାଇରାଲ ହୋଇଛି । ଏନେଇ ଲୋକେ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି । ସେପଟେ ଏହାକୁ ନେଇ ଉଭୟଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ଏହି ଘଟଣାଟି ଦୁଇ ଦିନ ତଳର ବୋଲି ଜଣାପଡିଛି । ତେବେ ପାଟଣାଗଡ଼ ଏସ୍‌ଡିପିଓଙ୍କ କାର୍ଯ୍ୟଳୟ ସମ୍ମୁଖରେ କେଭି ସିଂହଦେଓ ଧାରଣା ଦେବାବେଳେ ଏହା ଘଟିଥିଲା । ନିକଟରେ ବଲାଙ୍ଗୀରରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଜିଲ୍ଲାପାଳ ମୁହାଁମୁହିଁ ହେବା ଘଟଣା, ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ ଉପରେ ବର୍ଷିବା ଘଟଣା ଘଟିସାରିଛି । ଯାହାକୁ ନେଇ ଏବେ ବି ଚର୍ଚ୍ଚା ଓ ଆଲୋଚନା ଚାଲିଥିବାବେଳେ ଏବେ ପୁଣି ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.