ETV Bharat / state

6 ବାଇକ ଲୁଟେରାଙ୍କୁ କାବୁ କଲା କଣ୍ଟାବାଞ୍ଜି ପୋଲିସ - ଛଅ ବାଇକ ଲୁଟେରା ଗିରଫ

ଏକ ବାଇଟ ଲୁଟେରା ଗ୍ୟାଙ୍ଗର 6 ଜଣଙ୍କୁ ଗିରଫ କରିବା ସହ 28ଟି ବାଇକ ଜବତ କଲା ବଲାଙ୍ଗୀର କଣ୍ଟାବାଞ୍ଜି ପୋଲିସ । ଅଧିକ ପଢନ୍ତୁ...

6 ବାଇକ ଲୁଟେରାଙ୍କୁ କାବୁ କଲା କଣ୍ଟାବାଞ୍ଜି ପୋଲିସ

author img

By

Published : Nov 6, 2020, 10:29 PM IST

ବଲାଙ୍ଗୀର: କଣ୍ଟାବାଞ୍ଜି ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଏକ ବାଇଟ ଲୁଟେରା ଗ୍ୟାଙ୍ଗର 6 ଜଣଙ୍କୁ ଗିରଫ କରିବା ସହ 28ଟି ବାଇକ ଜବତ କଲା ବଲାଙ୍ଗୀର କଣ୍ଟାବାଞ୍ଜି ପୋଲିସ ।

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି, ତୁରେକେଲା, ମୁରିବାହାଲ ଓ ବେଲପଡା ଥାନା ଅଞ୍ଚଳରେ ବାଇକ ଚୋରି ହେଉଥିବା ନେଇ ଅନେକ ଅଭିଯୋଗ ଆସିଥିଲା । ଏଣୁ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ସଂଦୀପ ସମ୍ପଦଙ୍କ ନିର୍ଦ୍ଦେଶରେ କଣ୍ଟାବାଞ୍ଜି ଏସଡିପିଓ ନେତୃତ୍ବରେ କଣ୍ଟାବାଞ୍ଜି ଥାନା ଅଧିକାରୀ, ଏସଆଇ ହୀରା ଖାଲଖୋ, ଏସଆଇ ଗଙ୍ଗାଧର ମଳିକ, ଏଏସଆଇ ପଞ୍ଚାନନ୍ଦ ଖୁଆସ, ଏଏସଆଇ ଭଗବାନ ସାଇ, ଟାଉନ ହବଲଦାର ସୁନୀଲ ଦାସ, ଅନ୍ୟ ପୋଲିସ କର୍ମଚାରୀ ମଧ୍ୟରେ ବି ସାହୁ, ଜିତେନ୍ଦ୍ର ଖୁରାକୁ ନେଇ ଗୋଟିଏ ଟିମ ଗଠନ କରାଯାଇଥିଲା ।

6 ବାଇକ ଲୁଟେରାଙ୍କୁ କାବୁ କଲା କଣ୍ଟାବାଞ୍ଜି ପୋଲିସ

ଏହି ଟିମ୍ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମୁକେଶ ବର୍ଗେଙ୍କ ସମେତ ତାଙ୍କ ସମ୍ପର୍କୀୟ ସତ୍ୟନାରାୟଣ ମାଝୀ ଏବଂ ସେହି ଗାଁର ପୀତବାସ ବାଗ, ରମେଶ ମାଝୀ, ଧୂମଭାଟାର ତ୍ରିଲୋଚନ ରାଉତ ଓ ସଂକୃତନ ସତନାମୀଙ୍କୁ ଗିରଫ କରିଛନ୍ତି । ସେମାନଙ୍କଠାରୁ ପୋଲିସ ୨୮ଟି ବାଇକ ଜବତ କରିଛନ୍ତି । ତେବେ ପୂର୍ବରୁ ମୁକେଶ ବର୍ଗେ ଅନ୍ୟ ମାମଲାରେ ସମ୍ପୃକ୍ତ ରହିଛି ବୋଲି ପୋଲିସ ସୂଚନା ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.