ବଲାଙ୍ଗୀର: ପ୍ଲାଷ୍ଟିକ ମୁକ୍ତ ବଲାଙ୍ଗୀର ପାଇଁ ଅଣ୍ଟା ଭିଡିଛି ବଲାଙ୍ଗୀର ପୂର୍ତ୍ତ ବିଭାଗ । ପ୍ଲାଷ୍ଟିକ ମୁକ୍ତ ପାଇଁ ଲୋକଙ୍କୁ ସଚେତନତା କରିବା କରୁଛି ବିଭାଗ । ଏହାସହ ଆସନ୍ତା 2ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ । ସ୍ବଚ୍ଛତା ହିଁ ସେବା ମିଶନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଚାଲିଥିବ ବେଳେ ଏଥିରେ ସ୍ବଚ୍ଛତାର ବାର୍ତ୍ତା ଦିଆଯାଇଛି । ବିଭିନ୍ନ ପ୍ରତିଷ୍ଠାନ ବୁଲି ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାରନ କରିବାକୁ ଉପଦେଶ ଦେଇଛି ବିଭାଗ।
ପୂର୍ତ୍ତ ବିଭାଗର ସମସ୍ତ କର୍ମଚାରୀ, ଠିକାଦାର ମାନକୁ ନେଇ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରି ରିସାଇକିଲ ପାଇଁ ପ୍ରୟାସ କରିବ ପୂର୍ତ୍ତ ବିଭାଗ ।
ବଲାଙ୍ଗୀରରୁ ସେକ ମହମ୍ମଦ ୱାହିଦ, ଇଟିଭି ଭାରତ