ETV Bharat / state

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ମାମଲା, ହାଇକୋର୍ଟ ଦ୍ବାରସ୍ଥ ହେଲେ ଆଦିବାସୀ

author img

By

Published : Jan 8, 2022, 2:03 PM IST

ପଞ୍ଚାୟତ ନିର୍ବାଚନରେ(panchayat polls) ଆଦିବାସୀଙ୍କୁ ଅଣଦେଖା ପ୍ରସଙ୍ଗ । ହାଇକୋର୍ଟର ଦ୍ବାରସ୍ଥ ହେଲେ ବଲାଙ୍ଗୀର ଆଦିବାସୀ କଲ୍ୟାଣ ସଂଘ(Tribal Welfare Association) । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ମାମଲା, ହାଇକୋର୍ଟ ଦ୍ବାରସ୍ଥ ହେଲେ ଆଦିବାସୀ
ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ମାମଲା, ହାଇକୋର୍ଟ ଦ୍ବାରସ୍ଥ ହେଲେ ଆଦିବାସୀ

ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନରେ(panchayat polls) ଆଦିବାସୀଙ୍କୁ ଅଣଦେଖା ପ୍ରସଙ୍ଗ । ହାଇକୋର୍ଟର ଦ୍ବାରସ୍ଥ ହେଲେ ଆଦିବାସୀ । ରାଜ୍ୟରେ ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ଅଣଦେଖା କରାଯାଇଥିବା ବଲାଙ୍ଗୀର ଆଦିବାସୀ କଲ୍ୟାଣ ସଂଘ(Tribal Welfare Association) ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ରାଜ୍ୟବ୍ୟାପି ଆନ୍ଦୋଳନ କରିଛନ୍ତି ଆଦିବାସୀ ।

ସେପଟେ ଏପର୍ଯ୍ୟନ୍ତ ସରକାର ତାଙ୍କ ଦାବି ଅଣଦେଖା କରିଥିବା ବେଳେ ଆଦିବାସୀ ଶେଷରେ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି । ବଲାଙ୍ଗୀର ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଏହି ସଂରକ୍ଷଣ ତାଲିକାକୁ ନେଇ ମାମଲା ରୁଜୁ ହୋଇଛି।

ତେବେ ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର 23ଟି ଜିଲ୍ଲାର 195ଟି ବ୍ଲକ ଓ 5 ହଜାର 697ଟି ପଞ୍ଚାୟତରେ ଆଦିବାସୀ ଜନଜାତି ପାଇଁ କୌଣସି ସଂରକ୍ଷଣ ହୋଇନଥିବା ଏମାନେ ଅଭିଯୋଗ କରିଛନ୍ତି । ଏନେଇ ସପ୍ତାହେ ହେବ ଗ୍ରାମ ପଞ୍ଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ଆନ୍ଦୋଳନ ହୋଇଆସୁଥିବା ବେଳେ ଆଗକୁ ଏମାନଙ୍କୁ ନ୍ୟାୟ ନ ମିଳିଲେ ସବୁ ପଞ୍ଚାୟତ କାର୍ଯ୍ୟାଳୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ ସଙ୍ଘ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.