ବଲାଙ୍ଗୀର : ବଲାଙ୍ଗୀରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବି ନେଇ ବନ୍ଦ ଡାକରା(Balangir strike due to district action committee demands )। ଏହି ବନ୍ଦ ଡାକରା ଦେଇଛି ବଲାଙ୍ଗୀର ଆକ୍ସନ କମିଟି । ଏଥିରେ ଜିଲ୍ଲାର ସମସ୍ତ କୋର୍ଟ କଚେରୀ, ସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ଇନ୍ୟୁସରାନ୍ସ ପ୍ରତିଷ୍ଠାନ ସବୁ ବନ୍ଦ ରହିଛି । ତେବେ ପୂର୍ବ ନିଷ୍ପତ୍ତି ଅନୁସାରେ ପ୍ରତ୍ୟେକ ମାସର ତୃତୀୟ ଗୁରୁବାର ବଲାଙ୍ଗୀରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବି ନେଇ ଏହି ଆନ୍ଦୋଳନ କରିଥିଲା ବଲାଙ୍ଗୀର ଆକ୍ସନ କମିଟି ।
ଏହି ପରିପ୍ରେକ୍ଷୀରେ କମିଟିର ସଦସ୍ୟମାନେ ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ କଚେରୀ ଓ ବିଭିନ୍ନ ବ୍ୟାଙ୍କ ପ୍ରତିଷ୍ଠାନ ସବୁ ବନ୍ଦ କରିଥିଲେ । ହେଲେ ଏହି ବନ୍ଦ ଡାକରାରେ ଦୋକାନ ବଜାର ତଥା ଗାଡ଼ି ଚଳାଚଳକୁ ବାଦ୍ ଦିଆଯାଇଥିଲା । ଫଳରେ ଯାତାୟତ ସବୁ ସ୍ୱାଭାବିକ ରହିଥିଲା । ସମାନ ଭାବରେ ଆକ୍ସନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦିଆଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: ବାର କାଉନସିଲ ଅଫ ଇଣ୍ଡିଆର କଡା ନୋଟିସ, ଆନ୍ଦୋଳନ ପ୍ରତ୍ୟାହାର କଲେ ଅନେକ ବାର
ଏହି ଆନ୍ଦୋଳନକୁ ଜିଲ୍ଲାର ସବୁ ଛୋଟ ବଡ଼ ସଂଗଠନ ସମର୍ଥନ ଦେଇଥିବା ବେଳେ ବଲାଙ୍ଗୀର ଓକିଲ ସଂଘ ମଧ୍ୟ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହୋଇଛି । ସେପଟେ ଏହି ଆନ୍ଦୋଳନ ଏବେ ଓକିଲଙ୍କ ଆନ୍ଦୋଳନ ନୁହେଁ ଏହା ଏବେ ଜନଆନ୍ଦୋଳନ ବୋଲି କହିଛନ୍ତି ଆନ୍ଦୋଳନକାରୀ ।
ବଲାଙ୍ଗୀର ଜିଲ୍ଲା ହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଉପଯୁକ୍ତ ସ୍ଥାନ ହୋଇଥିବାରୁ ଏଠି ସରକାର ଶୀଘ୍ର ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାକୁ ଏମାନେ ଦାବି କରିଛନ୍ତ । ସେପଟେ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବଲାଙ୍ଗୀର ଓକିଲ ସଂଘ ମଧ୍ୟ ଏହା ଲୋକଙ୍କ ଆନ୍ଦୋଳନ ବୋଲି କହିଛନ୍ତି । ସେମାନେ ସୁପ୍ରିମକୋର୍ଟ ତଥା ବାରକାଉନସିଲର ଆଦେଶକୁ ଅବମାନନା କରିନଥିବା ବେଳେ ଲୋକେ କରୁଥିବା ଆନ୍ଦୋଳନରେ ସେମାନେ ସାମିଲ ହୋଇଥିବା କହିଛନ୍ତି ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ ।
ଏହା ମଧ୍ୟ ପଢନ୍ତୁ: ଓକିଲଙ୍କୁ ଆନ୍ଦୋଳନ ଛାଡ଼ି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ, ନଚେତ୍ ଲାଇସେନ୍ସ ବାତିଲ
ଏ ସମ୍ପର୍କରେ ବଲାଙ୍ଗୀର ଆକ୍ସନ କମିଟି ସଭାପତି ଗୋପାଲଜି ପାଣିଗ୍ରାହୀ କହିଛନ୍ତି, ''ଏହି ଆନ୍ଦୋଳନ କେବଳ ଓକିଲଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ । ଏହା ଓକିଲଙ୍କର ଆନ୍ଦୋଳନ ନୁହେଁ ଏହା ଜନସାଧାରଣଙ୍କ ଆନ୍ଦୋଳନ । ଏହା ଏବେ ଜନଆନ୍ଦୋଳନରେ ପରିଣତି ହୋଇଛି । ଆଗାମୀ ଦିନରେ ସରକାର ଶୀଘ୍ର ନିଷ୍ପତ୍ତି ନେଇ ବଲାଙ୍ଗୀରରେ ଶୀଘ୍ର ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି କରନ୍ତୁ । ନଚେତ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ।''
ଏହା ମଧ୍ୟ ପଢନ୍ତୁ: ଲାଇସେନ୍ସ ବାତିଲ ହେଲେ ମଧ୍ୟ ଜାରି ରହିବ ଆନ୍ଦୋଳନ: ସମ୍ବଲପୁର ଜିଲ୍ଲା ଓକିଲ ସଂଘ
ସେହିଭଳି ଜିଲ୍ଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ କହିଛନ୍ତି ''ଏ ଆନ୍ଦୋଳନ ଜନଆନ୍ଦୋଳନ । ଏହି ଆନ୍ଦୋଳନ ସବୁ ସଙ୍ଗଠନ କରିଆସୁଛନ୍ତି । ତେବେ ଆମେ ସୁପ୍ରିମକୋର୍ଟ ତଥା ବାରକାଉନସିଲର ଆଦେଶକୁ ଅବମାନନା କରିନଥିବା ବେଳେ ଲୋକେ କରୁଥିବା ଆନ୍ଦୋଳନରେ ସାମିଲ ହୋଇଥିବା କହିଛନ୍ତି ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ ।''
ଇଟିଭି ଭାରତ, ବଲାଙ୍ଗୀର