ETV Bharat / state

ପ୍ରତିଦିନ 700 ଜଣଙ୍କ ଭୋକ ମେଣ୍ଟାଉଛନ୍ତି କମଳା ଏସଏଚଜି - କୋଭିଡ 19

ବଲାଙ୍ଗୀର ମଧ୍ୟାପଲି ଗ୍ରାମର କମଳା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ଖର୍ଚ୍ଚରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଜିଲ୍ଲା ମେଡିକାଲ କଲେଜରେ ଦୈନନ୍ଦିନ 700 ଲୋକଙ୍କୁ ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି । ଅଧିକ ପଢନ୍ତୁ...

ପ୍ରତିଦିନ 700 ଲୋକଙ୍କ ଭୋକ ମେଣ୍ଟାଉଛନ୍ତି କମଳା ଏସଏଚଜି

author img

By

Published : Apr 22, 2020, 8:41 PM IST

ବଲାଙ୍ଗୀର: ଜିଲ୍ଲାରେ କୋଭିଡ 19 ମୁକାବିଲା ପାଇଁ ଲକଡାଉନ ଜାରି ରହିଛି । ଏପରି ସମୟରେ ଦୋକାନ, ବଜାର, ହୋଟେଲ ସବୁ ବନ୍ଦ ରହିଛି । ଫଳରେ ମେଡିକାଲ କଲେଜରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଖାଇବା ପାଇଁ ହଇରାଣ ହେଉଥିବାର ଦେଖିବାକୁ ମିଳିଛି ।

ପ୍ରତିଦିନ 700 ଲୋକଙ୍କ ଭୋକ ମେଣ୍ଟାଉଛନ୍ତି କମଳା ଏସଏଚଜି

ତେବେ ଏଭଳି ସ୍ଥିତିରେ କିଛି ମହିଳା ଆଗକୁ ଆସିଛନ୍ତି ଏବଂ ଭୋକିଲା ରହୁଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି । ବଲାଙ୍ଗୀର ମଧ୍ୟାପଲି ଗ୍ରାମର କମଳା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ଖର୍ଚ୍ଚରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଏଭଳି ବିପତ୍ତି ସମୟରେ ନିଜ ପରିବାରର ସୁଖ ଚିନ୍ତା ନକରି ଗରିବ ଲୋକଙ୍କ ପାଇଁ ଅଣ୍ଟା ଭିଡିଛନ୍ତି ମହିଳା ।

ଜିଲ୍ଲା ମେଡିକାଲ କଲେଜରେ ଦୈନନ୍ଦିନ 700 ଲୋକଙ୍କୁ ଏମାନେ ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି । ଦିନକୁ ଦୁଇ ବେଳା ସବୁ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଖାଇବା ଯୋଗାଇ ଦେଉଛନ୍ତି । ଆଗକୁ ମଧ୍ୟ ଏହିପରି ଖାଇବା ଯୋଗାଇବା ଜାରି ରଖିବେ ବୋଲି ସମ୍ପାଦକ ମଞ୍ଜୁଲତା ବାଘ କହିଛନ୍ତି ।

ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.