ETV Bharat / state

ବଲାଙ୍ଗୀର ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଲୁଟ ଉଦ୍ୟମ - deogarh Bank robbery attempt

ବଳମସ୍ଥିତ ବଲାଙ୍ଗୀର ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କରୁ କିଛି ଦୁର୍ବୃତ୍ତ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି । ଶାଖା ପରିଚାଳକଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ଅନୁସନ୍ଧାନ କରୁଛି ।

ବଲାଙ୍ଗୀର ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଲୁଟ ଉଦ୍ୟମ

author img

By

Published : Oct 7, 2020, 5:04 PM IST

ଦେବଗଡ଼: ବ୍ୟାଙ୍କ ଲୁଟ ଉଦ୍ୟମ । ମଙ୍ଗଳବାର ବିଳମ୍ବିତ ରାତିରେ ଦେବଗଡ଼ ଥାନା ଅନ୍ତର୍ଗତ ବଳମସ୍ଥିତ ବଲାଙ୍ଗୀର ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କରୁ କିଛି ଦୁର୍ବୃତ୍ତ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି । ଏନେଇ ବ୍ୟାଙ୍କ ଶାଖା ପରିଚାଳକଙ୍କ ଅଭିଯୋଗ ପରେ ଦେବଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛି ।

ସୂଚନା ଅନୁଯାୟୀ, କିଛି ଦୁର୍ବୃତ୍ତ ଲୁଟ ଉଦ୍ଦେଶ୍ୟରେ ବିଳମ୍ବିତ ରାତିରେ ବ୍ୟାଙ୍କ ମୁଖ୍ୟ ଦ୍ବାରର ସଟର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ ଓ ଷ୍ଟ୍ରଙ୍ଗ ରୁମର ତାଲା କାଟିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଆଲାରାମ ବାଜିବାରୁ ଦୁର୍ବୃତ୍ତମାନେ ମୁଖ୍ୟଦ୍ବାର ଅଧା ଖୋଲା ରଖି ସେଠାରୁ ଖାଲି ହାତରେ ପଳାଇ ଯାଇଥିଲେ । ଆଜି ସକାଳୁ ବ୍ୟାଙ୍କ କର୍ମଚାରୀମାନେ ବ୍ୟାଙ୍କ ଦ୍ବାର ଖୋଲା ଥିବା ଦେଖି ଶାଖା ପରିଚାଳକ ଜିତେନ୍ଦ୍ର ସାମଲଙ୍କୁ ଖବର ଦେଇଥିଲେ । ଏହାପରେ ଶାଖା ପରିଚାଳକ ଘଟଣା ସଂପର୍କରେ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଦେବଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି ।

ବଲାଙ୍ଗୀର ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଲୁଟ ଉଦ୍ୟମ

ଦୁର୍ବୃତ୍ତମାନେ ସିସିଟିଭି କ୍ୟାମେରା ଭାଙ୍ଗି ଦେଇଥିବାରୁ ଲୁଟ ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ଆସିଲେ ଏହି ଲୁଟରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କ ସମ୍ପର୍କରେ ସୂଚନା ମିଳିପାରିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

ଦେବଗଡ଼ରୁ ସରୋଜ କୁମାର ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.