ETV Bharat / state

ବିଧାନସଭାରେ ଉଠିବ ଭୀମଭୋଇ ମେଡିକାଲ କଲେଜ ସମସ୍ୟା ପ୍ରସଙ୍ଗ: ନରସିଂହ ମିଶ୍ର

author img

By

Published : Jun 10, 2022, 4:19 PM IST

Updated : Jun 10, 2022, 5:17 PM IST

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ପରିଦର୍ଶନ କଲେ ବିଧାୟକ ନରସିଂହ ମିଶ୍ର । ବିଭିନ୍ନ ସମସ୍ୟାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ କଲେ ତାଗିଦ୍ । ଆଗାମୀ ବିଧାନସଭା ଅଧିବେଶନରେ ମେଡିକାଲ କଲେଜର ସମସ୍ୟା ପ୍ରସଙ୍ଗ ଉଠାଇବେ ବୋଲି କହିଲେ ନରସିଂହ । ଅଧିକ ପଢ଼ନ୍ତୁ

ଭୀମ ଭୋଇ ମେଡିକାଲ କଲେଜ ପରିଦର୍ଶନ କଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗୀର: ଭୀମ ଭୋଇ ମେଡିକାଲ କଲେଜରେ ଲାଗିରହିଥିବା ଅବ୍ୟବସ୍ଥା ଓ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ବିଭିନ୍ନ ସମସ୍ୟାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିବା ସହିତ ଆଗାମୀ ବିଧାନସଭା ଅଧିବେଶନରେ ସେ ଏହାକୁ ଗୃହରେ ଉପସ୍ଥାପନ କରିବେ ବୋଲି କହିଛନ୍ତି । ତେବେ ଲୋକଙ୍କ ଠାରୁ ବିଭିନ୍ନ ସମସ୍ୟା ଓ ଅବ୍ୟବସ୍ଥା ବିଷୟରେ ଜାଣିବା ପରେ ସେ ଆଜି(ଶୁକ୍ରବାର) ହସ୍ପିଟାଲ ପରିଦର୍ଶନ କରିଛନ୍ତି ।

ବିଧାନସଭାରେ ଉଠିବ ଭୀମଭୋଇ ମେଡିକାଲ କଲେଜ ସମସ୍ୟା ପ୍ରସଙ୍ଗ: ନରସିଂହ ମିଶ୍ର

ଡାକ୍ତର ଅଭାବରୁ ମେଡିକାଲ କଲେଜରେ କିଡନୀ ରୋଗ ଭଳି ଗୁରୁତର ରୋଗରେ ପିଡ଼ିତ ରୋଗୀ ମାନଙ୍କ ପାଇଁ ଜରୁରୀ ଥିବା ଡାଇଲିସିସ୍ ହୋଇପାରୁ ନାହିଁ । ସେହିଭଳି ବିଭିନ୍ନ ରୋଗୀ ମାନଙ୍କର ପାଇଁ ଲମ୍ବା ଲାଇନ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏହାଛଡ଼ା ବିନା ନୋଟିସରେ ଡାକ୍ତର ଓ ଅନ୍ୟ କର୍ମଚାରୀ ଛୁଟିରେ ଚାଲିଯିବା ଦ୍ବାରା ଏହି ସମସ୍ୟା ଆହୁରି ଜଟିଳ ହେଉଛି ବୋଲି ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jun 10, 2022, 5:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.